କବ୍ଜ, ପେଟ ସଫା ନ ହେବା, Constipation ଦୂର କରି ପାଚନ ଶକ୍ତି ଏତେ ବଢେଇଦେବ କି ଯାହା ଖାଇବେ ସବୁ ହଜମ ହେଇଯିବ- Health Tips

ଆମ ଶରୀରର ସମସ୍ତ ଅଙ୍ଗ ପ୍ରତେଙ୍ଗର ଚଳ ପ୍ରଚଳ ହଜମ ଶକ୍ତି ଉପରେ ନିର୍ଭର କରିଥାଏ । ୧୦୦ରୁ ୯୦ ଭାଗ ଲୋକଙ୍କର ହଜମ ଶକ୍ତି ମଜବୁତ ହୋଇଥିବାରୁ ସେମାନେ ସଦାବେଳେ ସୁସ୍ଥ ରୁହନ୍ତି । ଆମ ଶରୀରରେ ଏନର୍ଜି ଅଧିକ କରିବା ପାଇଁ ଖାଦ୍ଯ ଖାଇବା ନିହାତି ଜରୁରୀ ଅଟେ । ଖାଇବା ପରେ ହଜମ ଶକ୍ତି ନ ହେଲେ ଆମ ଦେହ ଖରାପ ହୋଇଥାଏ । ପେଟରେ ଗ୍ଯାସ, ରାତି ଅନିଦ୍ରା ଆଦି ସମସ୍ଯା ସୃଷ୍ଟି ହୋଇଥାଏ । ଏହାଛଡା ଲିବରରେ ମଧ୍ୟ ପ୍ରଭାବ ପଡିଥାଏ ।

ଆମ ଶରୀରକୁ ରୋଗ ମୁକ୍ତି କରିବା ପାଇଁ ହଜମ ଶକ୍ତି ହେବା ନିହାତି ଜରୁରୀ ବୋଲି ଆୟୁର୍ବେଦିକ ମାନଙ୍କ ମତାମତ ରହିଛି । ଆଜି ଆମେ ଆପଣମାନଙ୍କୁ ଆୟୁର୍ବେଦିକରେ ତିଆରି ଘରୋଇ ଓଷଧ ବିଷୟରେ ବିସ୍ତୃତ ବିବରଣୀ ଦେବୁ । ପାନମଧୁରୀ ଖାଦ୍ଯ ଖାଇବା ପରେ ଖାଇଲେ ଆମ ଶରୀର ହଜମ ଶକ୍ତି ହୋଇଥାଏ । ପେଟ ଜଡିତ ସମସ୍ୟାର ସମାଧାନ ହୋଇଥାଏ । ପାନମଧୁରୀ ସହ ଶୁଖିଲା ଅଦା ମିଶାଇ ଖାଇବା ଦ୍ଵାରା ପେଟରେ ହୋଇଥିବା ଗ୍ଯାସ ଜନିତ ସମସ୍ୟାର ସମାଧାନ ହୋଇଥାଏ ।

ଜୀରା ଆମ ଶରୀରର ହଜମ ଶକ୍ତିରେ ସାହାଜ୍ଯ କରିଥାଏ । ପେଟ ଫୁଲିବା, ଡାଇରିଆ ଆଦି ରୋଗକୁ ଭଲ କରିବା ପାଇଁ ଜୀରା ଓଷଧ ଭାବେ କାମ କରିଥାଏ । ଆମ ଶରୀରର ଓଜନ ଶକ୍ତି କମାଇବାରେ ଏହା ସାହାଜ୍ଯ କରିଥାଏ । ଏହାଛଡା ଆମ ଶରୀରର କୋଲେଷ୍ଟର, ହାର୍ଟ ସମସ୍ଯା, ସ୍ମରଣ ଶକ୍ତି, ରକ୍ତ ସଂଚାଳନ କରିବାରେ ସାହାଜ୍ଯ କରିଥାଏ । ଏହା ସହିତ କଳା ଲୁଣ ବା ସେନ୍ଧା ଲୁଣ ମିଶାଇ ଖାଇବା ଦ୍ଵାରା ପେଟ ସମସ୍ଯା, ଲିବର ସମସ୍ୟାର ସମାଧାନ ହୋଇଥାଏ ।

ରାତିରେ ଖାଇବା ପରେ ଏହି ୪ଟି ଜିନିଷର ମିଶ୍ରଣକୁ ହାଲକା ଗରମ ପାଣିରେ ମିଶାଇ ଖାଇବା ଉଚିତ । ଏହା ଦ୍ଵାରା ଆମ ଶରୀରର ହଜମ ଶକ୍ତି ଶୀଘ୍ର ହୋଇଥାଏ । ରାତିରେ ହାଲକା ଖାଦ୍ଯ ଯେମିତିକି ସାଲାଟ ଖାଇବା ଉଚିତ । ଏହି ସାଲାଟରେ ଗାଜର, ବିଲାତି, କଳା ଲୁଣ, ଲେମ୍ବୁ ଇତ୍ୟାଦି ଖାଇବା ଉଚିତ । ଏହା ଛଡା ବିଟ,କଦଳୀ,ଦହି, ଅମୁତଭଣ୍ଡା ଆଦି ଖାଇବା ଦ୍ଵାରା ଆମ ଶରୀର ହଜମ ଶକ୍ତି ହୋଇଥାଏ । ବର୍ତ୍ତମାନ ଖରା ଦିନ ହୋଇଥିବାରୁ ଦହି କିମ୍ବା ଝାଁସ ପିଇବା ଦ୍ଵାରା ହଜମ ଶକ୍ତି ହୋଇଥାଏ ।

ତେଲରେ ଛଣା ହୋଇଥିବା କୌଣସି ଖାଦ୍ଯ ଖାଇବା ଅନୁଚିତ । ଏହାର ପରିଣାମ ସ୍ୱରୂପ ଆମ ଶରୀରରେ ଅନେକ ସମସ୍ଯା ଦେଖା ଯାଇଥାଏ । ଯେଉଁମାନେ ମଦ ପିଉଛନ୍ତି ସେମାନଙ୍କର ମଧ୍ୟ ପାଚନ କ୍ରିୟା କମ ହୋଇଥିବାରୁ ପେଟ ସମସ୍ଯା ହୋଇଥାଏ । ଅଧିକ ମିଠା ଖାଇବା ଦ୍ଵାରା ଆମ ଶରୀରର କ୍ଷତି ହୋଇଥାଏ । ସେଥି ପାଇଁ ପାଣି ଜାତୀୟ ଜିନିଷ ଯେମିତିକି ତରଭୁଜ, ବିଭିନ୍ନ ପ୍ରକାରର ଫଳ ଆଦି ଖାଇବା ଦ୍ଵାରା ଆମ ଶରୀରର ହଜମ ଶକ୍ତି ହୋଇଥାଏ । 

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ