ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି, ଦରିଦ୍ରତା ଦୂର କରିବା ପାଇଁ ତୁଳସୀ ପାଖରେ ରଖନ୍ତୁ ଏହି 3 ଟି ଜିନିଷ, ରୋଡପତି ବି ହେଇଯାଏ କୋଟିପତି- Vastu Tips

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ତୁଳସୀ ଏକ ସାମାନ୍ୟ ଗଛ ନୁହେଁ ଏହାକୁ ଅତ୍ୟନ୍ତ ପୂଜନୀୟ ଏବଂ ପବିତ୍ର ବି କୁହାଯାଏ । ଏହି କାରଣ ଯୋଗୁଁ ସମସ୍ତ ହିନ୍ଦୁ ଘରେ ତୁଳସୀ ଗଛ ନିଶ୍ଚିତ ରହି ଥାଏ । ଏବଂ ସଞ୍ଜ ସକାଳେ ନିୟମିତ ଭାବରେ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ତୁଳସୀ ଗଛ କେବଳ ପୂଜନୀୟ କିମ୍ବା ପବିତ୍ର ନୁହେଁ ଏହା ଏକ ଔଷଧୀୟ ବୃକ୍ଷ ମଧ୍ୟ ଏହି ଗଛ ରେ ଔଷଧ ଗୁଣ ଭରି ରହିଛି । ପଦ୍ମ ପୁରାଣ ଏବଂ ଅନ୍ୟ ଆହୁରି ପୁରାଣରେ ତୁଳସୀ ଗଛ ର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି । ବୈଦିକ ସଂସ୍କୃତି ରେ ମଧ୍ୟ ତୁଳସୀ ର ବିଶେଷତା ରହିଛି ।

ଅଧିକ ଲୋକ ଏହା ଜାଣି ନାହାନ୍ତି କି ତୁଳସୀ ର ବିବାହ ଶାଳଗ୍ରାମ ସହ ହୋଇଥିଲା । ଏବଂ ଶାଳଗ୍ରାମ ଭଗବାନ ବିଷ୍ଣୁ ଙ୍କ ର ହିଁ ଅବତାର ଥିଲେ । ଏବଂ ଭଗବାନ ବିଷ୍ଣୁ ଙ୍କୁ ଚଢାଉ ଥିବା ଭୋଗରେ ତୁଳସୀ ପତ୍ର ନିଶ୍ଚିତ ପକାଯାଏ । ଏବଂ ମାନ୍ୟତା ଅଛି କି ଭଗବାନ ବିଷ୍ଣୁ ଙ୍କୁ ଭୋଗରେ ତୁଳସୀ ପତ୍ର ନ ପକାଇଲେ ସେ ସେହି ଭୋଗ କୁ ଗ୍ରହଣ କରନ୍ତି ନାହିଁ ।

ଅତଃ ଯେବେବି ସତ୍ୟନାରାୟଣ ଙ୍କ ପୂଜା କଲେ ସେହି ଭୋଗରେ ତୁଳସୀ ପତ୍ର ନିଶ୍ଚିତ ରଖନ୍ତୁ । ଭଗବାନ ଶ୍ରୀକୃଷ୍ଣ ଙ୍କୁ ମଧ୍ୟ ତୁଳସୀ ପତ୍ର ବହୁତ ପ୍ରିୟ । ଏବଂ ତାଙ୍କୁ ପାଣି ଚଢାଇବା ସମୟରେ ସେଥିରେ ତୁଳସୀ ପତ୍ର ପକାଯାଏ । ଏବଂ ଫୁଲ ସହିତ ତୁଳସୀ ପତ୍ର କୁ ମଧ୍ୟ ଚଢା ଯାଇଥାଏ । ଶ୍ରୀକୃଷ୍ଣ ମଧ୍ୟ ତୁଳସୀ ପତ୍ର ବିନା କୌଣସି ଭୋଗ ଗ୍ରହଣ କରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଶ୍ରୀ କୃଷ୍ଣ ଙ୍କୁ ତୁଳସୀ ପତ୍ର ଏତେ ପ୍ରିୟ ଯେ ତାଙ୍କୁ ତୁଳସୀ ପତ୍ର ଏବଂ ମଞ୍ଜରୀ ଏବଂ ତାଙ୍କ ଦେହରେ ତୁଳସୀ ଲେପ ଲଗାଇଲେ ଜପ ତପ ଏବଂ ଦାନ ସହିତ ସମାନ ଫଳ ମିଳିଥାଏ । ଏବଂ ତୁଳସୀ ମାଆ ଙ୍କୁ ପ୍ରସନ୍ନ କଲେ ଶ୍ରୀ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି । ତେବେ ଚାଲନ୍ତୁ ଜାଣିନେବା ତୁଳସୀ ମାତା ଙ୍କୁ କେଉଁ ଉପାୟ ରେ ପ୍ରସନ୍ନ କରିବାର ଉପାୟ ଗୁଡିକ କଣ ।


ପ୍ରଥମ- କଥା ହେଉଛି ଯେଉଁ ଘରେ ପ୍ରତିଦିନ ନିୟମିତ ଭାବରେ ତୁଳସୀ ଗଛ ମୂଳରେ ଦୀପ ଧୂପ ଦିଆଯାଏ । ଏବଂ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ । ତେବେ ମାତା ତୁଳସୀ ଖୁସି ହୁଅନ୍ତି ଏବଂ ଘରେ ସୁଖ ଏବଂ ସମୃଦ୍ଧି ଆସିବା ସହ ଧନ ଲାଭ ମଧ୍ୟ ହୋଇଥାଏ । କିନ୍ତୁ ଧ୍ୟାନ ଦେବା ଆବଶ୍ୟକ କି ଯେତେବେଳେ ବି ଆପଣ ଦୀପ ଜଳେଇବେ ତା ତଳେ କିଛି ଚାଉଳ କିମ୍ବା ଫୁଲ ରଖିବା ଆବଶ୍ୟକ । ଏହା କରିବା ଶୁଭ ବୋଲି କୁହାଯାଏ ।


ଦ୍ୱିତୀୟ- କଥା ହେଉଛି ମାନ୍ୟତା ଅଛି କି ଯେଉଁ ସ୍ଥାନରେ ମାତା ତୁଳସୀ ଙ୍କୁ ସ୍ଥାପନ କରାଯାଏ ତା ଆଖ ପାଖରେ ଭଗବାନ ଙ୍କ ବାସ ରହିଥାଏ । କାରଣ ତୁଳସୀ ଙ୍କ ଭିତରୁ ବାହାରୁ ଥିବା ଶୁଦ୍ଧ ପବିତ୍ର ଏବଂ ସୁଗନ୍ଧ ଦେଵତା ମାନଂକୁ ମଧ୍ୟ ଆକର୍ଷିତ କରାଇ ଥାଏ । ତେଣୁ ଭୁଲ ରେ ବି ସେହି ସ୍ଥାନକୁ ଅପବିତ୍ର କିମ୍ବା ଅସନା କରିବା ଉଚିତ ନୁହେଁ ।


ତୃତୀୟ- କଥାଟି ହେଉଛି ତୁଳସୀ ଗଛ ଏବଂ ତା ପତ୍ର ଯେତେ ପବିତ୍ର ସେତେ ତୁଳସୀ ଗଛର ମାଟି ମଧ୍ୟ ପବିତ୍ର । କାରଣ ଏହି ମାଟିରେ ତୁଳସୀ ର ଜଡ ରହିଥାଏ । ଏବଂ ସେଥିରେ ପତ୍ର ଏବଂ ମଞ୍ଜରୀ ବି ପଡି ରହିଥାଏ । ତେଣୁ କୌଣସି ଶୁଭ କାର୍ଯ୍ୟ କରିବା ବେଳେ ସେ ମାଟି କୁ ଯଦି ନିଜ ମଥାରେ ମାରି କିମ୍ବା ଛୋଟ ପୁଡ଼ିଆ କରି ନିଜ ପାଖରେ ରଖିବା ଅତ୍ୟନ୍ତ ଶୁଭ ଅଟେ ।

ଚତୁର୍ଥ- କଥା ହେଉଛି ତୁଳସୀ ଗଛ ଲାଗିଥିବା କୁଣ୍ଡ ରେ ବେଳେବେଳେ ଅନ୍ୟ ଗଛ କିମ୍ବା ଘାସ ଉଠିଥାଏ । ତାକୁ ନ ଫୋପାଡ଼ି ନିଜ ଆଲମାରୀ ରେ ରଖନ୍ତୁ ଏହା ଦ୍ୱାରା ଧନ ର ଲାଭ ହେବ ଏବଂ ଘରେ ଖୁସି ର ଲହରୀ ମଧ୍ୟ ଖେଳେଇ ଯାଏ ।

ପଞ୍ଚମ- ରେ ହେଉଛି ତୁଳସୀ ଗଛ ଏବଂ ପତ୍ର ମାଟି ଯେତେ ପଵିତ୍ର ଏବଂ ଶୁଦ୍ଧ ସେତେ ତୁଳସୀ ମାଳା ମଧ୍ୟ । ତୁଳସୀ ମାଳା କୁ ବେକ ରେ ପିନ୍ଧିଲେ ମନ ଏବଂ ତନ ଶୁଦ୍ଧ ଏବଂ ଶାନ୍ତ ଏବଂ ପବିତ୍ର ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।