LPG ଗ୍ଯାସ ଗ୍ରହକଙ୍କ ପାଇଁ ବଡ ଖବର ! ଆଉ ସିଲିଣ୍ଡର ଦରବୃଦ୍ଧିକୁ ନେଇ ରହିବନି ଚିନ୍ତା ! Paytm ନେଇ ଆସିଛି ଗ୍ରାହକଙ୍କ ପାଇଁ ଏକ ବମ୍ପର ଅଫର୍, ଦେଖନ୍ତୁ କଣ ସବୁ ରହିଛି ସୁବିଧା

ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ଥିବାବେଳେ ପେଟିଏମ ଆପଣଙ୍କ ପାଇଁ ନେଇ ଆସିଛି ଏକ ଭଲ ଖବର । ଏଥିରେ ସିଲିଣ୍ଡର ବୁକିଂ କରି ଗ୍ରାହକମାନେ ପାଇପାରିବେ କ୍ଯାସବ୍ୟାକ୍ ଅଫର୍ । ଏହାସହ ଆହୁରି ଅନେକ କିଛି ସୁବିଧା ମଧ୍ୟ ରହିଛି । ଏକ ସ୍ଵତନ୍ତ୍ର ଅଫର୍ ଅଧୀନରେ ଏଲପିଜି ସିଲିଣ୍ଡର ବୁକିଂ କଲେ ଗ୍ରାହକମାନେ ପାଇପାରିବେ ୨୭୦୦/- ଟଙ୍କା ପର୍ଯ୍ୟନ୍ତ ବମ୍ପର ଫାଇଦା ଓ ଏହାଶ ଆହୁରି କିଛି ସୁବିଧା ମଧ୍ୟ ରହିଛି ।

ଏହି ସୁବିଧାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ଅଧିକ କିଛି ନୁହେଁ ବରଂ ପେଟିଏମ ମାଧ୍ୟମରେ ଆପଣଙ୍କ ଗ୍ଯାସ ବୁକିଂ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହା ଅଧୀନରେ ଗ୍ରାହକଙ୍କୁ କେଉଁ ସବୁ ସୁବିଧା ମିଳୁଛି ଏବଂ ଏଥିପାଇଁ କଣ କରିବାକୁ ପଡିବ । ଏହି ଖାସ୍ ଅଫର୍ ମୁତବକ ଯଦି ଆପଣ ପେଟିଏମ ମାଧ୍ୟମରେ ଗ୍ଯାସ  ବୁକିଂ କରୁଛନ୍ତି ତେବେ ଆପଣଙ୍କୁ ୨୭୦୦/- ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଫାଇଦା ମିଳିବ । କାରଣ ଏଲପିଜି ସିଲିଣ୍ଡର ବୁକିଂ ଉପରେ କ୍ଯାସବ୍ୟାକ୍ ସହ ରହିଛି ଏକାଧିକ ସୁବିଧା । ଏହା ଘୋଷଣା କରିଛି ପେଟିଏମ ।

ଆରମ୍ଭ ହୋଇଛି ପେଟିଏମ ର ପ୍ରିପେଡ ୨୭୦୦ କ୍ୟାସବ୍ୟାକ୍ ଅଫର୍ ନାମରେ ଏକ ନୂଆ ସ୍କିମ୍ । ଏହି ସୁବିଧା ନୂଆ ଗ୍ରାହକଙ୍କ ପାଇଁ ଲାଗୁ ହେବ । ଏହି ସ୍କିମ୍ ରେ ନୂଆ ଗ୍ରାହକଙ୍କୁ ପ୍ରଥମ ତିନି ମାସ ଯାଏଁ ଗ୍ଯାସ ବୁକିଂ ଉପରେ ୯୦୦/- ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାସବ୍ୟାକ୍ ମିଳିପାରିବ । ତେବେ ଏହି ଅଫର୍ ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି । ଏହି କ୍ୟାସବ୍ୟାକ୍ ଅଫର୍ ପାଇବା ପାଇଁ ଗ୍ରାହକଙ୍କୁ ପ୍ରଥେମ Paytm App ଡାଉନଲୋଡ କରିବାକୁ ପଡିବ । ଏହାପରେ ସିଲିଣ୍ଡର ବୁକିଂ ବିକଳ୍ପ ଉଆପରେ କ୍ଲିକ କରିବାକୁ ପଡିବ ।

ଏଥିରେ ଆପଣଙ୍କୁ ତିନୋଟି ବିକଳ୍ପ ମିଳିବ ଯଥା:- ଭାରତ ଗ୍ଯାସ, ଇଣ୍ଡେନ ଗ୍ଯାସ ଏବଂ ଏଚପି ଗ୍ଯାସ । ଏଠାରେ ଆପଣ ନିଜ ଗ୍ଯାସ ଏଜେନ୍ସିକୁ ଚୟନ କରନ୍ତୁ ଓ ଏହାପରେ ନିଜ ରେଜିଷ୍ଟର ନମ୍ବର କିମ୍ବା ଏଲପିଜି ଆଇଡ଼ି କିମ୍ବା କଷ୍ଟମର ନମ୍ବର ଲେଖନ୍ତୁ । ଏସବୁ ତଥ୍ୟ ଦେବା ପରେ Proceed ବଟନ୍ ଉପରେ କ୍ଲିକ କରି ପେମେଣ୍ଟ କରନ୍ତୁ । ଏହି ପ୍ରିପେଡ ୨୭୦୦ କ୍ୟାସବ୍ୟାକ୍ ଅଫର୍ ଭାରତ ଗ୍ଯାସ, ଇଣ୍ଡେନ ଗ୍ଯାସ ଏବଂ ଏଚପି ଗ୍ଯାସ ପରି ତିନୋଟି ପ୍ରମୁଖ ଏଲପିଜି କମ୍ପାନୀ ଗୁଡିକ ଉପରେ ଲାଗୁ ହେଉଛି ।

ଏହି କ୍ୟାସବ୍ୟାକ୍ ଅଫର୍ ବ୍ଯତୀତ ୟୁଜର୍ସଙ୍କୁ ପ୍ରତି ବୁକିଂ ଉପରେ ନିଶ୍ଚିତ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି । ପୁରସ୍କାର ବାବଦରେ ୟୁଜର୍ସଙ୍କୁ କିଛି ଗିଫ୍ଟ ଭାଉଚର ମଧ୍ୟ ମିଳିବ । ଏହାସହ ପେଟିଏମ ଆଉ ଏକ ନୂଆ ଫିଚର ମଧ୍ୟ ଆଣିଛି । ଏହି ଆପ୍ ଡାଉନଲୋଡ କରି ଗ୍ରାହକ ନିଜ ଗ୍ଯାସ ଡେଲିଭେରିକୁ ମଧ୍ୟ ଟ୍ରାକ କରିପାରିବେ । ଏହାସହ ଗ୍ରାହକଙ୍କ ଫୋନରେ ଗ୍ଯାସ ଭରିବାକୁ ରିମାଇଣ୍ଡର ମଧ୍ୟ ଉପଲବ୍ଧ ହୋଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।