ପତିବ୍ରତା ସ୍ତ୍ରୀର ୧୦ ଟି ଲକ୍ଷଣ, ଯିଏ ଘରେ ପାଦ ଦେବା ମାତ୍ରେ ଘରକୁ ବନେଇ ଦିଅନ୍ତି ସ୍ଵର୍ଗ ପରି ସୁନ୍ଦର

ପୁରୁଷ ଯାହାକୁ ଆମ ସମାଜରେ ଏକ ମୁଖ୍ୟ ଅଙ୍ଗ ବୋଲି କହି ପାରିବା । ପୁରୁଷ ମାନେ ନିଜ ପରିବାର ପାଇଁ ନିଜ ପିଲାମାନଙ୍କ ପାଇଁ ଅନେକ କିଛି କାମ କରିଥାନ୍ତି ।

କହିବାକୁ ଗଲେ ପୁରୁଷ ହେଉଛନ୍ତି ଆର୍ଥିକ ମାନଦଣ୍ଡ ଏକ ପରିବାର ପାଇଁ । ଯଦି ଜଣେ ମଣିଷ ଆମ ଏତେ କିଛି କରି ଆମକୁ ସୁଖ ସୁବିଧା ଯୋଗାଇ ଦେଉଛି ତାହାର ଯତ୍ନ ନେବା ନିହାତି ଆବଶ୍ୟକ ଅଟେ । ଯେତେବେଳେ ଗୋଟେ ପୁରୁଷ ସାନ ଥାଏ ତାର ଯତ୍ନ ନେବା ତାର ମାତା ଙ୍କ ଦାଇତ୍ଵ ଥାଏ । ଯେତେବେଳ ସେ ବିବାହ କରିନିଏ ଓ ନିଜ ଜୀବନସାଥି ସହ ରହିବାକୁ ଲାଗେ ସେତେବେଳେ ଜଣେ ସ୍ତ୍ରୀ ର ଧର୍ମ ହେଉଛି ତା ସ୍ବାମୀର ସେବା କରିବା । ସ୍ବାମୀର ସବୁ ଖୁଶିର ଧ୍ୟାନ ରଖିବା ସ୍ତ୍ରୀର କାମ।

ଆମ ଶାସ୍ତ୍ର ରେ ଅନେକ ଉଦାହରଣ ଅଛି ଅନେକ ସ୍ତ୍ରୀ ମାନେ  ନିଜ ସ୍ଵାମୀ ଧର୍ମର ପାଳନ କରି ନିଜ ସ୍ବାମୀଙ୍କୁ ଅନେକ ସଂକଟରୁ ବଞ୍ଚାଇ ଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏଭଳି କିଛି ନାରୀ ମାନଙ୍କ ଲକ୍ଷଣ କହିବାକୁ ଯାଉଛୁ ଯାହା ଏକ ପତୀବ୍ରତା ନାରୀର ଲକ୍ଷଣ ହେବା ଆବଶ୍ୟକ ଅଟେ ।  ପ୍ରଥମ କଥା ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ର ପଛରେ ଘରର ସମସ୍ତ ଦାଇତ୍ଵ ନେଇଥାଏ । ଯିଏ ନିଜ କାମ ପରେ ନିଜ ପରିବାର ପାଇଁ ସମର୍ପିତ ଥାଏ ତାକୁ ପତିବ୍ରତା ନାରୀ କୁହାଯାଏ ।

ଦ୍ଵିତୀୟ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ମା ବାପା ଙ୍କୁ ନିଜର ଭାବି ସେବା କରେ ଘରକୁ ଆସିଥିବା  ଅଥିତି  ଙ୍କୁ ଭଲ ବ୍ୟବହାର ଦେଖାଇ ଥାଏ ସେ ଭଳି ନାରୀ ପତିବ୍ରତା ଅଟେ । ତୃତୀୟ ରେ ଯେଉଁ ନାରୀ ନିଜ ସ୍ଵାମୀ କୁ ତା ମା ଙ୍କ ଭଳି ସ୍ନେହ ଦିଏ ଓ ଈଶ୍ବରଙ୍କ ଭଳି ମାନି ଥାଏ ସେଭଳି ନାରୀମାନେ ପତିବ୍ରତା ଅଟନ୍ତି । ଚତୁର୍ଥ ରେ ଯେଉଁ ନାରୀମାନେ ନିଜ ସ୍ଵାମୀ ଉପରେ ଆସିଥିବା ବିପଦର ସାମନା ଏକ ଢାଲ ଭଳି କରେ ସେ ନାରୀ ପତିବ୍ରତା ଅଟେ ।

ଯେଉଁ ସ୍ତ୍ରୀ ତାକୁ ନିଜକୁ ଛାଡି କେବେ ଯାଏନି ଯିଏ ନିଜ ସ୍ତ୍ରୀ ମନ୍ତ୍ରୀ ଭଳି ସ୍ଵାମିକୁ ଭଲ ମନ୍ଦର ଜ୍ଞାନ ଦେଇ ଥାଏ । ଯେଉଁ ସ୍ତ୍ରୀ ଏକ ଶାସକ ଭଳି ନିଜ ସ୍ଵାମିକୁ ଖରାପ ବାଟରୁ ଆଣି ଥାଏ ଓ ଗୁରୁ ଭଳି ପ୍ରତେକ ଜିନିଷର ଅର୍ଥ ବୁଝାଇ ଦେଇ ଥାଏ ସେ ଏକ ପତିବ୍ରତା ନାରୀ ଅଟେ ।  ପଞ୍ଚମ ଯେଉଁ ସ୍ତ୍ରୀ ଧର୍ମ କର୍ମ କରିଥାଏ ସେ ପତିବ୍ରତା ନାରୀ । ଷଷ୍ଠ ଯେଉଁ ନାରୀ ନିଜ ସ୍ବାମୀର ଧନକୁ ସମ୍ଭାଳି କି ରଖେ ସେ କେବେବି ଅପଚୟ କରେନି ସେ ଏକ ପତିବ୍ରତା ନାରୀ ।

ସପ୍ତମ ଯେଉଁ ନାରୀ ନିଜ ସ୍ଵାମୀ କିମ୍ବା ନିଜ ସ୍ବାମୀର ଘର କଥା ନିଜ ଘରେ କୁହେନୀ ସେ ହେଉଛି ଏକ ପତିବ୍ରତା ନାରୀ । ଅଷ୍ଟମ ରେ ଯେଉଁ ନାରୀ ନିଜ ସ୍ଵାମୀ କୁ ଶାରୀରିକ ଓ ମାନଶୀକ ଶାନ୍ତି ପ୍ରଦାନ କରିଥାଏ ସେ ଏକ ପତିବ୍ରତା ନାରୀ ଅଟେ । ନବମ ଯେଉଁ ନାରୀ ଧୀର ଓ ମଧୁର ବଚନ ସବୁବେଳେ କୁହେ ସେ ଏକ ପତିବ୍ରତା ନାରୀ ।  ଦଶମ ଯେଉଁ ନାରୀ କୁ ନିଜ ସ୍ବାମୀର ବ୍ୟାପାରରେ ଜ୍ଞାନ ଥାଏ ସେ ଜଣେ ପତିବ୍ରତା ନାରୀ କାରଣ ସେ ସମୟ ଆସିଲା ବେଳେ ସ୍ବାମୀର ସାହାଜ୍ଯ କରି ପାରିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ