10 ଜୁନ 2021, ଭୟଙ୍କର ସୂର୍ଯ୍ୟ ପରାଗ, ସୂର୍ଯ୍ୟ ରାହୁଙ୍କ ସଂଯୋଗ, ଏହି 4 ଟି ରାଶି ହେଇଯିବେ ମାଲାମାଲ

ଚଳିତ ବର୍ଷ ସମୁଦାୟ ୪ଟି ଗ୍ରହଣ ରହିଛି । ସେଥିରୁ ୨ଟି ସୂର୍ଯ୍ୟଗ୍ରହଣ ଓ ୨ଟି ଚନ୍ଦ୍ରଗ୍ରହଣ । ୧୦ ଜୁନ୍ ରେ ହେବାକୁ ଯାଉଛି ସୂର୍ଯ୍ୟଗ୍ରହଣ । ଯାହା ବର୍ଷର ଦ୍ଵିତୀୟ ଗ୍ରହଣ ଅଟେ ।

ତେବେ ଏହି ସୂର୍ଯ୍ୟଗ୍ରହଣ କିଛି ଏପରି ପ୍ରଭାବ ନେଇ ଆସୁଛି ଯାହା ଏହି ବର୍ଷରେ ଅନେକ ପରିବର୍ତ୍ତନ ଆଣିବ ଓ କିଛି ବିଶେଷ ରାଶିରେ ମଧ୍ୟ ଏହାର ଖାସ୍ ପ୍ରଭାବ ପକାଇବ । ସେଥିପାଇଁ ଆପଣଙ୍କୁ କିଛି ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ । ଗ୍ରହଣ ସମୟରେ କେଉଁ ସବୁ ସାବଧାନତା ଅବଲମ୍ବନ କରିବେ ? ସୂତକ କାଳ ଆରମ୍ଭରୁ ହିଁ ଗ୍ରହଣ ସମ୍ବନ୍ଧିତ ସାବଧାନତା ପାଳନ କରିବା ଆବଶ୍ୟକ ରହିଛି ।

ସୂତକ କାଳରେ ଖାଇବା ଜିନିଷ ମଧ୍ୟରେ ତୁଳସୀ ପତ୍ର ରଖିବା ଉଚିତ୍ । ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଗ୍ରହଣ କାଳରେ ଭଗବାନଙ୍କ ଉପରେ ଖରାପ ପ୍ରଭାବ ନ ପଡ଼ିବା ପାଇଁ ପୂଜା ଘରକୁ ବନ୍ଦ ରଖନ୍ତୁ । ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ସେହି ସମୟରେ ମହା ମୃତୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ବା ଶୁଣନ୍ତୁ । ଗ୍ରହଣ ସମୟରେ ଗରିବ ଲୋକଙ୍କୁ ଖାଦ୍ୟ ଦେବା ଦ୍ଵାରା ମଧ୍ୟ ଗ୍ରହଣର ଖରାପ ପ୍ରଭାବ ଦୂର ହୋଇଥାଏ ।

ମିଥୁନ ରାଶି

ସୂର୍ଯ୍ୟଗ୍ରହଣ ମିଥୁନ ରାଶିରେ ଷଷ୍ଠ ସ୍ଥାନରେ ଲାଗିବାକୁ ଯାଉଛି । ଏହି ସମୟରେ ଆପଣଙ୍କ ଶତ୍ରୁ ଆପଣଙ୍କୁ ହଇରାଣ କରି ପାରନ୍ତି, ମାତ୍ର ଆପଣ ବିଜୟ ପ୍ରାପ୍ତ ହେବେ । ଆପଣ ସମସ୍ୟାକୁ ଧୈର୍ଯ୍ୟ ଓ ଉତ୍ତମ ବୁଝାମଣା ସହ ସମାଧାନ କରିବେ । ଆର୍ଥିକ ଲାଭର ଯୋଗ ରହିଛି ଓ ବେରୋଜଗାର ଯୁବା ଚାକିରି ପାଇବେ ଓ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣ ଲାଭବାନ ହେବେ ।

କର୍କଟ ରାଶି

ସୂର୍ଯ୍ୟଗ୍ରହଣ ଆପଣଙ୍କ ରାଶିରେ ପଞ୍ଚମ ସ୍ଥାନରେ ଲାଗିବାକୁ ଯାଉଛି । ଗ୍ରହଣ ସମୟରେ ପ୍ରେମର କାରକ ଶୁକ୍ର, ସୂର୍ଯ୍ୟଙ୍କ ସହ ଅବସ୍ଥାନ କରିବେ । ସେଥିପାଇଁ ଆପଣଙ୍କ ପ୍ରେମ ଜୀବନରେ ସାମାନ୍ୟ ଅସୁବିଧା ଦେଖା ଦେଇ ପାରେ । ଏହି ସମୟରେ ଆପଣ ସଫଳତା ସହ ଅତୀତର ସମସ୍ୟାରୁ ମୁକ୍ତି ପାଇବେ । ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ଅବଧି ଅନୁକୂଳ ରହିବ ଓ ଆମଦାନୀରେ ବୃଦ୍ଧି ହେବ । ସନ୍ତାନଙ୍କ ଶିକ୍ଷାରେ ମନୋନିବେଶ କରିବା ଜରୁରୀ । ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ରହିବ ।

କନ୍ୟା ରାଶି

ଏହି ରାଶିର ତୃତୀୟ ସ୍ଥାନରେ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି । ସେଥିପାଇଁ ଭାଇ ମାନଙ୍କ ମଧ୍ୟରେ ସାମାନ୍ୟ ସମସ୍ୟା ଦେଖା ଦେଇ ପାରେ । ମାତ୍ର ଚାକିରିଆ ଓ ବ୍ୟବସାୟୀ ମାନଙ୍କ ପାଇଁ ସୂର୍ଯ୍ୟଗ୍ରହଣ ଭଲ ସୁଯୋଗ ନେଇ ଆସିବ । ମାତ୍ର ନିଜ କଥାବାର୍ତ୍ତା ଓ ଭାବନା ଉପରେ ସହନଶୀଳତା ରଖିବା ଆବଶ୍ୟକ ରହିଛି । ଉତ୍ତମ ବ୍ୟବହାର କଲେ ଲାଭରେ ରହିବେ ।

କୁମ୍ଭ ରାଶି

କୁମ୍ଭ ରାଶିରେ ସୂର୍ଯ୍ୟଗ୍ରହଣ ଦଶମ ସ୍ଥାନରେ ଲାଗିବାକୁ ଯାଉଛି । ଏହି ସମୟରେ ଆପଣଙ୍କୁ ବିଦେଶରୁ ଉତ୍ତମ ଖବର ପ୍ରାପ୍ତ ହେବ । ମାତ୍ର ନୂତନ ପରିଯୋଜନା ଆରମ୍ଭ କରିବାରୁ ବଞ୍ଚିତ ରୁହନ୍ତୁ । ବିତ୍ତୀୟ ମାମଲାରେ ମଧ୍ୟ ନିର୍ଣ୍ଣୟ ନେବା ପୂର୍ବରୁ ଉଚିତ୍ ସମୟ ନିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ କରୁଥିବା ପ୍ରୟାସ ସଫଳ ହେବ ଏବଂ ପଦବୃଦ୍ଧି ମଧ୍ୟ ହେବ । ମନ ସାମାନ୍ୟ ଅଶାନ୍ତ ରହିପାରେ, ସେଥିପାଇଁ ଧାର୍ମିକ କାର୍ଯ୍ୟରେ ମନ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ