Vastu tips- ଏହି କେତୋଟି ପଶୁ ପକ୍ଷୀ ଆପଣଙ୍କ ଘରକୁ ଟାଣି ଆଣନ୍ତି ଧନ ସମ୍ପତି, କରନ୍ତୁ ଏହି ଉପାୟ

ଆମର ପୂର୍ବ ପୁରୁଷ ମାନେ କିଛି ପଶୁ ପକ୍ଷୀମାନଙ୍କୁ ଖାଦ୍ୟ ଖାଇବାକୁ ଦେଇଥାନ୍ତି । ଏମାନଙ୍କର ସେବା କରିବା ସହ ଏମାନଙ୍କର ଲାଳନ ପାଳନ ମଧ୍ୟ କରିଥାନ୍ତି । ବିଶେଷ କରି ଶ୍ରାଦ୍ଧ ସମୟରେ ଦିଆଯାଇଥିବା ଖାଦ୍ଯ ଯଦି ପଶୁ ପକ୍ଷୀ ମାନେ ଖାଇଥାନ୍ତି ତେବେ ଏହାକୁ ଶୁଭ ବୋଲି ମାନାଯାଏ । ଆଜି ଆମେ ଆପଣ ମାନଙ୍କୁ କିଛି ବିଶେଷ ପଶୁ ପକ୍ଷୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

୧- “କାଉ” : କାଉ ଏକ ଏମିତି ପକ୍ଷୀ ଯାହା ଶନିଦେବଙ୍କର ବାହନ ଅଟେ ଯାହାକୁ ଖାଇବାକୁ ଦେଲେ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସାଙ୍ଗରେ ସମାନ ହୋଇଥାଏ । କାଉକୁ ପ୍ରତିଦିନ ଖାଇବାକୁ ଦେଲେ ଘର ଉନ୍ନତି ହେବା ସହ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । କାଉକୁ ରୁଟି ଖାଇବାକୁ ଦେଲେ ଜୀବନର ସବୁ ସମସ୍ୟାର ସମାଧାନ ହୋଇଥାଏ । ମିଠା ବୁନ୍ଦି କାଉକୁ ଖାଇବାକୁ ଦେଲେ ଦୁର୍ଘଟଣା, ରୋଗ ଆଦିରୁ ମୁକ୍ତି ମିଳିଥାଏ । କାଉକୁ ଖାଇବାକୁ ଦେବା ସହ ପାଣି ପିଇବାକୁ ଦେଲେ ଜୀବନର ଗୁପ୍ତ ସମସ୍ଯା ଦୂର ହୁଏ ।

୨- “କଳା କୁକୁର” : କାଳ ଭୈରବଙ୍କର ବାହନ ଭାବେ କଳା କୁକୁରକୁ ଜଣାଯାଏ । ଶନିବାର ଦିନ କଳା କୁକୁରକୁ ରୁଟି, ଗୁଡ ଆଦି ଖାଇବାକୁ ଦେଲେ ସମସ୍ତ ସମସ୍ଯା ଦୂର ହେବା ସହ ଧନ ପ୍ରାପ୍ତି ହୋଇଥାଏ ।

୩- “ଜନ୍ଦା ଓ ପିମ୍ପୁଡି” : ଏମାନେ ଅଧିକ ପରିଶ୍ରମ ଜୀବ ଅଟନ୍ତି । ଶାସ୍ତ୍ର ଅନୁସାରେ ଜନ୍ଦା ଓ ପିମ୍ପୁଡିକୁ ଚିନି ବା ଗୁଡ ଖାଇବାକୁ ଦେଲେ ମଣିଷ ଜୀବନର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଏମାନଙ୍କୁ ଖାଇବାକୁ ଦେଲେ ରୋଜଗାରରେ ଉନ୍ନତି ହେବା ସହ ଘରେ ସୁଖ ଶାନ୍ତି ରହିଥାଏ ।

୪- “ପାରା” : ପାରା ସାଧାରଣତ ୨ ପ୍ରକାରର ହୋଇଥାନ୍ତି ଯଥା ଧଳା ପରା ଓ କେଉଳିଆ ପାରା ଅଟେ । ପାରା ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥିବାରୁ ଘରେ ପାରା ରଖିବା ଶୁଭ ହୋଇଥାଏ । ପାରାକୁ ନୀତିଦିନ ଦାନା ଖାଇବାକୁ ଦେଲେ ମା ଲକ୍ଷ୍ମୀଙ୍କର କୃପା ହେବା ସହ ଧନ ଲାଭ ମଧ୍ୟ ହୋଇଥାଏ ।

୫- “ଗାଈ” : ଗାଈକୁ “ଗୋମାତା” ଭାବେ ପୂଜା କରା ଯାଇଥାଏ । ଗାଈର ଗୋବର ଓ ମୁତ୍ର ଅନେକ କାମରେ ଆସିଥାଏ । ଗାଈ ଶରୀରରେ ୩୩ କୋଟି ଦେବାଦେବୀଙ୍କର ବାସ ରହିଥାଏ ବୋଲି ଶାସ୍ତରେ ଉଲ୍ଲେଖ ଅଛି । ଘରର ପ୍ରଥମ ରୁଟି ବା ଭାତ ଗାଈକୁ ଖାଇବାକୁ ଦେଲେ ଘରର ସୁଖ ଶାନ୍ତି ସହ ଧନର ମଧ୍ୟ ବୃଦ୍ଧି ହୋଇଥାଏ ।

୬- “ମାଛ ଓ କଇଁଛ” : ଏମାନେ ଦୁହେଁ ଭଗବାନ ବିଷ୍ଣୁଙ୍କର ଅବତାର ଅଟନ୍ତି । ଶନିବାର ଦିନ ଏ ଦୁହିଙ୍କୁ ଅଟା ଗୁଳା ଖାଇବାକୁ ଦେଲେ ସବୁ ସମସ୍ୟାର ସମାଧାନ ହେବା ସହ ଦାଂପତ୍ଯ ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଧନ ପ୍ରାପ୍ତ ମଧ୍ୟ ହୋଇଥାଏ ।

୭- “ଷଣ୍ଢ” :  ଭଗବାନ ଶିବଙ୍କର ବାହନ ହୋଇଥିବାରୁ ପ୍ରତିଦିନ ଷଣ୍ଢକୁ ଖାଇବାକୁ ଦେଲେ ଘରର ଦୁଖ କଷ୍ଟ ଦୂର ହେବା ସହ ଜୀବନରେ ଉନ୍ନତି ମଧ୍ୟ ହୋଇଥାଏ । ଅଧିକ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।