ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) ଜାଣନ୍ତୁ ନିଜର ଭବିଷ୍ୟତ, Baya Gita Tips

ବନ୍ଧୁଗଣ ଆମର ସପ୍ତାହକ 7 ଗୋଟି ବାର ରହିଛି । ତେବେ ଏହି ସବୁ ବାରର ଅଲଗା ଅଲଗା ମହତ୍ଵ ରହିଛି । ଯେଉଁ ବାରରେ ଯେଉଁ ପିଲା ଜନ୍ମ ଲାଭ କରିଥାଏ । ସେହି ବାରର ମହତ୍ଵ ସେହି ପିଲାଙ୍କ ଉପରେ ପଡିଥାଏ । ତେବେ କେଉଁ ବାରରେ ପିଲା ଜନ୍ମ ହେଲେ ତାଙ୍କର ସ୍ଵଭାବ କିଭଳି ପ୍ରକାରର ହୋଇଥାଏ ଆସନ୍ତୁ ଜାଣିବା ।

ରବିବାର;- ଏହି ବାରରେ ଜନ୍ମିତ ପୁରୁଷ ତେଜବନ୍ତ, ତେଜସ୍ବୀ, ବିଚକ୍ଷଣ, ଚତୁରବନ୍ତ, ଧାର୍ମିକ, ଅସ୍ତିର, ଅତ୍ୟନ୍ତ ଜିଦଖୋର ସ୍ଵଭାବର ହୋଇଥାନ୍ତି । ଏହି ବାରରେ ଜନ୍ମିତ ଲୋକ ଯେଉଁ କାର୍ଯ୍ୟରେ ଲାଗିଥାନ୍ତି । ସେହି କାର୍ଯ୍ୟକୁ ପୁରା କରିବାରେ ଲାଗି ପଡିଥାନ୍ତି । ଏହି ବାରକୁ ଜନ୍ମିତ ଝିଅ ମାନେ ବିଚକ୍ଷଣ ହେବା ସହ ଅସ୍ତିର ମଧ୍ୟ ହୋଇଥାନ୍ତି ।

ସୋମବାର;- ଏହି ବାରକୁ ଜନ୍ମ ହୋଇଥିବା ଲୋକ ସ୍ତିରବନ୍ତ, ଧର୍ଯ୍ୟବାନ, ବିଚାରଶୀଳ ଓ ନ୍ୟାୟବନ୍ତ ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ବାରରେ ଜନ୍ମିତ ଲୋକଙ୍କ ମୁଣ୍ଡ ଉପରେ ଯେତେ ଅଧିକ ଦାୟିତ୍ଵର କାର୍ଯ୍ୟ ଥିଲେ ମଧ୍ୟ ଏମାନେ ସେହି କାର୍ଯ୍ୟକୁ ପୁରା କରି ଦେଖାଇଥାନ୍ତି ।

ମଙ୍ଗଳବାର;- ଏହି ବାରକୁ ଜନ୍ମିତ ପିଲା ମାନେ ବଡ ହୋଇ ବହୁ ଚଞ୍ଚଳତା ଓ ଅସ୍ତିର ଥିବା କାରଣରୁ ପ୍ରାୟ କାର୍ଯ୍ୟକୁ ପୁରା ନକରି ଅଧାରେ ପକେଇଦେଇଥାନ୍ତି । ହେଲେ ବିଳମ୍ବରେ ହେଲେ ବି କାର୍ଯ୍ୟ ପୂରଣ ହୋଇଥାଏ । ଧର୍ମକୁ ବିଶ୍ବାସ କରିଲେ ସୁଦ୍ଧା ଧାର୍ମିକ ମନୋଭାବ ଏତେ ଏମାନଙ୍କ ଠାରେ ନଥାଏ ।

ବୁଧବାର;- ବୁଧବାରରେ ଜନ୍ମିତ ପିଲା ବୁଦ୍ଧିବନ୍ତ, ଧାର୍ମିକ, କୌଶଳୀ ହୋଇଥାନ୍ତି । ଏମାନେ ଅନ୍ୟକୁ ସାହାଜ୍ଯ କରିବାରେ ପଛଘୁଞ୍ଚା ଦେଇନଥାନ୍ତି । କୌଣସି ଜଟିଳ ପରିସ୍ଥିତିରେ ଏମାନେ ବିଚଳିତ ନହୋଇ ପରିସ୍ଥିତିର ସାମ୍ନା କରିଥାନ୍ତି ।

ଗୁରୁବାର;- ଏହି ବାରରେ ଜନ୍ମ ହୋଇଥିବା ଲୋକ ସବୁଠାରେ ମାନ ସମ୍ମାନର ପାତ୍ର ହୋଇପାରିଥାନ୍ତି । ନିଜର ଜୀବନକାଳ ମଧ୍ୟରେ ଅନେକ ଗୁଡିଏ ବ୍ୟୟ ବହୁଳ କାର୍ଯ୍ୟ କରିଥାନ୍ତି । ଅନ୍ୟର ବୁଦ୍ଧି ଅପେକ୍ଷା ନିଜ ବୁଦ୍ଧିରେ ପରିଚାଳିତ ହେବାକୁ ଏମାନେ ପସନ୍ଦ କରିଥାନ୍ତି ।

ଶୁକ୍ରବାର;- ଏହି ବାରରେ ଜନ୍ମ ହୋଇଥିବା ଲୋକ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ଏମାନଙ୍କ ପାଖରେ ଧର୍ଯ୍ୟ ବହୁତ ରହିଥାଏ । କାହାରି ମନରେ ଦୁଃଖ ନଦେଇ ନିଜର ସୁଖ ଓ ଦୁଃଖକୁ ସାଥି କଇ ଜୀବନରେ ଆଗକୁ ବଢନ୍ତି ।

ଶନିବାର;- ଏହି ବାରରେ ଜନ୍ମ ହୋଇଥିବା ଲୋକ କାମ ଅଭିଳାଷୀ, ଶତ୍ରୁବାଦୀ, ବହୁତ ଜିଦଖୋର ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରାୟ ସମୟରେ ବିଚଳିତ ଅବସ୍ଥାରେ ହିଁ ରହିଥାନ୍ତି । ଏହି ଲୋକମାନଙ୍କର ଯିଏ ପ୍ରିୟ ହୋଇଥାନ୍ତି । ସେମାନେ ତାଙ୍କୁ ଅଧିକ ଭଲ ପାଉଥିବା ବେଳେ ଯେଉଁ ମାନେ ଶତ୍ରୁ ହୋଇଥାନ୍ତି । ସେମାନଙ୍କୁ ଏହି ଲୋକମାନେ ଉଚିତ ଶାସ୍ତି ମଧ୍ୟ ଦେଇଥାନ୍ତି ।

ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଶେୟାର କରନ୍ତୁ ।