Health tips; – ଲିଭର, କିଡନୀ, ହାର୍ଟ କେମିତି ରହିବ ସୁସ୍ଥ ?

ବନ୍ଧୁଗଣ ଲିଭର ଆମ ଶରୀରର ଏକ ବହୁତ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ତେଣୁ ଆମେ ସୁସ୍ଥ ରହିବାକୁ ଚାହୁଁଥିଲେ ଆମ ଶରୀରର ଅଙ୍ଗ ଗୁଡିକୁ ପ୍ରଥମେ ସୁସ୍ଥ ରଖିବାକୁ ପଡିବ । ଗୋଟେ ସୁସ୍ଥ ଶରୀର ପାଇଁ ପ୍ରଥମେ ଆମକୁ ଆମ ଜୀବନଶୈଳୀ ଉପରେ ଗୁରୁତ୍ଵ ଦେବାକୁ ପଡିବ । ଯେପରି ଆମର ସକାଳୁ ଶୋଇବା ଠାରୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ଦିନ ତମାମ ଯେତେ ମଧ୍ୟ କାମ ରହିଥାଉ । ସେଥିମଧ୍ୟରେ ଶରୀର ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ ।

ଯେପରି ଆମେ ପ୍ରତିଦିନ ସୁଷମ ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରିବା । ଯେଉଁ ଖାଦ୍ୟରୁ ଭିଟାମିନ, ମିନେରାଲ ଭଳି ଅନେକ ପୋଷକ ତତ୍ଵ ରହିଥିବ । ଯେତେ ସବୁ ତଟକା ପନିପରିବାଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ସହ ଠିକ ମାତ୍ରାରେ ପାଣି ପିଇବା । ତେଲଭାଜି ଖାଦ୍ୟ ପଦାର୍ଥ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା । ଦିନରେ ଯେଉଁ ସମୟରେ ବି ସମୟ ଥିବ । ସେହି ସମୟରେ ଶରୀର ପାଇଁ ଏକ୍ସରସାଇଜ କରିବାକୁ ପଡିବ ।

ଆମର ଏହି ସବୁ ହେଲଦି ହ୍ଯାବିଟ୍ ଦ୍ଵାରା ଆମେ ଆମ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ସୁରକ୍ଷା ଦେବା ସହ ଶରୀରକୁ ସୁସ୍ଥ ରଖିପାରିବୁ । ନିଶା ଜାତୀୟ ଦ୍ରବ୍ୟ ଯେପରି ବିଡି, ସିଗାରେଟ ଓ ମଦ୍ୟପାନ ଖାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ । କାରଣ ଏହା ଶରୀରକୁ ଯାଇ ଧୀରେ ଧୀରେ ଜହର ପରି କାର୍ଯ୍ୟ ଆରମ୍ଭ କରିବା ପରେ ଲିଭର ଧୀରେ ଧୀରେ ଖରାପ ହେବାକୁ ବସେ ।

ଆମ ଶରୀରର କିଡନୀ ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହୋଇଥାଏ । ଯାହାକି ଶରୀରରେ ଏକ ଫିଲ୍ଟର ପରି କାର୍ଯ୍ୟ କରିଥାଏ । ଆମେ ସେବନ କରୁଥିବା ପ୍ରତ୍ଯେକ ଜିନିଷରୁ ଭଲ ତତ୍ଵ ଶରୀର ମଧ୍ୟକୁ ପଠାଇ ଖରାପ ଜିନିଷକୁ ଶରୀର ବାହାରକୁ ପଠାଇବା କିଡନୀର ପ୍ରମୁଖ କାର୍ଯ୍ୟ ହୋଇଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ନିତାନ୍ତ ଦରକାର ହୋଇଥାଏ ।

ଶରୀରକୁ ଦରକାର ମୁତାବକ ପାଣି ପିଅନ୍ତୁ । ଦରକାର ଠାରୁ ଅଧିକ ପାଣି ପିଇବା ଦ୍ଵାରା କିଡନୀ ଉପରେ ପ୍ରେସର ପଡି କିଡନୀ ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ତେଣୁ ଜଣେ ସୁସ୍ଥ ଲୋକ ଦିନକୁ 3 ରୁ 4 ଲିଟର ଭିତରେ ପାଣି ପିଇପାରିବେ । ଏଥିସହ ହେଲଦି ଖାଦ୍ୟ ଖାଆନ୍ତୁ ।

ଲିଭର, କିଡନୀ ପରି ହାର୍ଟକୁ ମଧ୍ୟ ସୁସ୍ଥ ରଖନ୍ତୁ । କାରଣ ଆଭ୍ୟନ୍ତୀରୀଣ ଅଙ୍ଗ ସୁସ୍ଥ ରହିଲେ ସଂପୂର୍ଣ୍ଣ ଶରୀର ସୁସ୍ଥ ରହିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।