ଉତ୍ତର ନ ଆସିବାରୁ ପରୀକ୍ଷା ଖାତାରେ ଲେଖିଲା, ମ୍ୟାମ ପ୍ଳିଜ ହେଲ୍ପ ମି ନହେଲେ… ଦେଖନ୍ତୁ Viral ପରୀକ୍ଷା ଖାତାରେ କଣ ସବୁ ଲେଖିଛନ୍ତି ପରୀକ୍ଷାର୍ଥୀ

କିଛି ଛାତ୍ରଛାତ୍ରୀ ପାଠପଢାରେ ବେଶ ଭଲ ହୋଇଥିବା ବେଳେ ଆଉ କିଛି ଖୁବ ଦୁର୍ବଳ ଥାଆନ୍ତି । ଫଳରେ ପରୀକ୍ଷା ଦିନ ଯାଏଁ ମଧ୍ୟ ସେମାନେ ଠିକ ଭାବେ ପ୍ରସ୍ତୁତ ହୋଇପାରନ୍ତି ନାହିଁ । ଫଳରେ କିଛି ଛାତ୍ର ଛାତ୍ରୀ ପରୀକ୍ଷା ଖାତାରେ ପାସ୍ ହେବା ପାଇଁ ଲେଖି ଟିଚରଙ୍କୁ ଅନୁରୋଧ କରିବାର ମଧ୍ୟ ଦେଖାଯାଏ । ପୂର୍ବରୁ ଏଭଳି ଅନେକ ଉଦାହରଣ ରହିଥିବା ବେଳେ ଏବେ ପୁଣି ଥରେ ସୋସିଆଲ ମିଡିଆରେ ଏଭଳି ଏକ ପିଲାର ଉତ୍ତର ଖାତା ଭାଇରାଲ ହେଉଛି ।

ଏହି ଭାଇରାଲ ପରୀକ୍ଷା ଉତ୍ତର ଖାତାକୁ ଦେଖି ଜଣାପଡିଛି କି ଏହା କାନପୁରର ଏକ କଲେଜର ବୋଲି । ପିଲାଟି ଖାତାର ଶେଷ ପେଜରେ ତା’ ଟିଚରଙ୍କୁ ପାସ୍ କରିବା ପାଇଁ ଅନୁରୋଧ ଅକରିଛି । ପିଲାଟି ତା’ ଖାତାରେ ଲେଖିଛି ଦୁନିଆର ସବୁ ସୁଖ ପାଅ । ପ୍ଳିଜ ହେଲ୍ପ ମି… ଭଗବାନ ତୁମକୁ ଏକ ଉଚ୍ଚ ପଦରେ ରଖନ୍ତୁ ଏହା ମୋ ହୃଦୟରୁ ପ୍ରାର୍ଥନା । ଦୟାକରି ମୋତେ ରକ୍ଷା କର । ଯଦି ମୁଁ ଫେଲ ହୁଏ ତା’ ହେଲେ ମ-ରି-ଯି-ବି କାହିଁକି ନା ମୋତେ ଅପମାନ ଅପେକ୍ଷା ମୃ-ତ୍ୟୁ ପସନ୍ଦ ।

ପ୍ଳିଜ ହେଲ୍ପ ନା, ମୋତେ ମୋ ମା’ ପାଇଁ ପାସ କରିଦିଅ । ନହେଲେ ମୋ ମା’କୁ ଶକ୍ତ ଝଟକା ଲାଗିବ । ଏହା ବ୍ଯତୀତ ସେ ଆହୁରି ଲେଖିଛନ୍ତି ମୋର ଥାଇରଏଡ ଏବଂ ସୁଗାର ଅଛି । ମ୍ୟାମ ଆପଣଙ୍କର ମା’ ଆଉ ଭାଇ ଥିବେ । ହେଲେ ମୋର କେହି ଭାଇ ନାହିଁ ଯିଏ ମୋ ବାପାମା’ଙ୍କୁ ସାହାଯ୍ୟ କରିବ ।

ଯଦି ମୁଁ ଭଲ ମାର୍କ ପାଏ ତେବେ ଭଲ ଜାଗାରେ ଚାକିରି ମିଳିବ । ମୁଁ ବହୁତ ଟେନସନରେ ଅଛି ମ୍ୟାମ ପ୍ଳିଜ ମୋତେ ପାସ କରାଇ ଦିଅନ୍ତୁ । ନହେଲେ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ କି ମୁଁ ମରିଯାଏ । ପ୍ଳିଜ ମ୍ୟାମ । ଏହାକୁ ପଢିବା ପରେ ଆପଣ ଯାହା ନିଷ୍ପତ୍ତି ନେବେ । ମୋର ସାହାଯ୍ୟ କରନ୍ତୁ ।

ଭଗବାନ ଆପଣଙ୍କୁ ସବୁବେଳେ ଖୁସିରେ ରଖିବେ । ତେବେ ସେହି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଖାତାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । କିଏ କହୁଛି, ପିଲାଟିକୁ ପରୀକ୍ଷା ପୂର୍ବରୁ ଭଲ ଭାବେ ପ୍ରସ୍ତୁତ ହେବା ଆବଶ୍ୟକ ଥିଲା ।

ଫଳରେ ଏଭଳି କରିବାକୁ ପଡି ନଥାନ୍ତା । ଆଉ କେହି କେହି ପିଲାଟିର ଅବସ୍ଥା ଦେଖି ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଭଗବାନ ସେହି ପିଲାଟିକୁ ରକ୍ଷା କର ଅନେକ ଲୋକ ପ୍ରାର୍ଥନା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଉ କେହି କେହି କହୁଛନ୍ତି କି, ପିଲାଟିର ଖାତାକୁ ଏଭଳି ଭାଇରାଲ କରିବା ଉଚିତ ନଥିଲା । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।