ଏହି ଗାଁରେ କରାଯାଏ ସାପ ଚାଷ, ସାପ ମାଂସରୁ ସ୍ନାକ୍ସ ପ୍ରସ୍ତୁତ ହୋଇ ବିକ୍ରି ହୁଏ ! ବର୍ଷକୁ ତିନି ନିୟୁତ ସାପ ଉତ୍ପାଦନ ହୁଏ ! (Snake Village)

ଏଭଳି ଏକ ଗାଁ ଯେଉଁଠି ବର୍ଷକୁ ତିନି ନିୟୁତ ସାପ ଉତ୍ପାଦନ କରାଯାଏ ଆଉ ସେଥିରୁ ସ୍ନାକ୍ସ ପ୍ରସ୍ତୁତ କରାଯାଏ । ଏହି ଗାଁର ପ୍ରାୟ 90 ପ୍ରତିଶତ ଲୋକ ସାପ ଚାଷ କରୁଥିବା ବେଳେ ଏହା ସେଠାକାର ପ୍ରମୁଖ ଶିଳ୍ପ ପାଲଟିଛି । ସାପ ଚମଡା ଓ ବିଷରୁ ରୋଜଗାର କରି ଗାଁ ଲୋକେ ପରିବାର ପ୍ରତିପୋଷଣ କରନ୍ତି । ତେବେ ଗଣମାଧ୍ୟମ ଦ୍ଵାରା “ସାପ ଗାଁ” ନାମରେ ଜଣାଶୁଣା ଏହି ଗାଁର ପ୍ରକୃତ ନାମ ହେଉଛି ଜେସିକ୍ୟୁ ।

ଚୀନର ଏହି ଗାଁ ସାପ ଚାଷ କରୁଥିବା ଗାଁ ଭାବେ ଖୁବ ପ୍ରସିଦ୍ଧ । 1980 ଦଶକରୁ ସେଠାକାର ଲୋକମାନେ ସାପ ପାଳି ଆସୁଛନ୍ତି । ବର୍ତ୍ତମାନ ଜେସିକ୍ୟୁ ଗାଁର ପ୍ରାୟ 800 ଲୋକ ସାପ ଚାଷ ଶିଳ୍ପରେ କାର୍ଯ୍ୟରତ ଅଟନ୍ତି । ସେଠାରେ ବର୍ଷକୁ ପ୍ରାୟ ତିନି ନିୟୁତ ସାପ ସେମାନେ ଉତ୍ପାଦନ କରନ୍ତି ।

ଆପଣ ବିଭିନ୍ନ ପ୍ରକାର ଫସଲ, ଫଳ ଓ ପନିପରିବା ଚାଷ ବିଷୟରେ ଶୁଣିଥିବେ । ହେଲେ ସାପଙ୍କୁ ମଧ୍ୟ ଚାଷ କରାଯାଏ ଏହା ବିଷୟରେ ହୁଏତ କେବେ ଶୁଣି ନଥିବେ । ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ଏହି କଥାଟା ଏକଦମ ସତ । ଚୀନର ଏହି ଛୋଟ ଗାଁ ଜେସିକ୍ୟୁରେ ଏଭଳି ବିଷାକ୍ତ ସାପ ଚାଷ କରାଯାଏ ।

ସାପ ମାନଙ୍କର ଭୟଙ୍କର ପ୍ରବୃତ୍ତିକୁ ନେଇ ସାଧାରଣରେ ଅନେକ ଉଦାହରଣ ରହିଥିବା ବେଳେ ସମସ୍ତେ ସାପ ଠାରୁ ଦୂରେଇ ରହିବାକୁ ଚାହିଁଥାନ୍ତି । କିନ୍ତୁ ଏହି ଗାଁର କଥା ଟିକେ ଓଲଟା । ଏମାନେ ସାପ ଚାଷ କରି ସେଥିରୁ ଲାଭ ପାଆନ୍ତି । ଚୀନ ର ଏହି ଛୋଟ ଗାଁ’ରେ ହଜାରେରୁ ମଧ୍ୟ ଅଧିକ ଲୋକ ବସବାସ କରନ୍ତି ।

ଆଉ ଏହି ଗାଁର ପ୍ରାୟ ସବୁ ଲୋକ ସାପ ଚାଷ ଭଳି ଅଦ୍ଭୁତ ଚାଷକୁ ଆପଣେଇ ନେଇଛନ୍ତି । ଆଉ ସାପ ଚାଷ ପାଇଆନ ଏହି ଗାଁ ସାରା ବିଶ୍ବରେ ଖୁବ ପ୍ରସିଦ୍ଧ । ଏହି ଜେସିକ୍ୟୁ ଗାଁରେ ବିଷଧର ତଥା ଭୟଙ୍କର ମନେ ହେଉଥିବା ଅନେକ ପ୍ରଜାତିର ସାପଙ୍କ ପ୍ରଜନନ କରାଯାଏ ।

ଏହା ମଧ୍ୟରେ କୋବ୍ରା ଓ ପାଇଥନ ଭଳି ବିଷଧର ସାପ ମଧ୍ୟ ଚାଷ କରାଯାଏ । ଏଠାକାର ଲୋକେ ସାପର ମାଂସ ବିକ୍ରି କରି ବହୁତ ଲାଭବାନ ମଧ୍ୟ ହୁଅନ୍ତି । ଚୀନରେ ସାପ ମାଂସର ଅଧିକ ଚାହିଦା ରହିଥିବାରୁ ଏହି ଗାଁରେ ବହୁଳ ଭାବେ ସାପ ଚାଷ କରାଯାଏ । ତେବେ କେବଳ ମାଂସ ନୁହେଁ ବରଂ ସାପ ବିଷ ଓ ଚମଡା ଆଦି ବିକ୍ରି କରି ମଧ୍ୟ ଗାଁ ଲୋକମାନେ ମୋଟା ଅଙ୍କର ରୋଜଗାର କରନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି ସାପ ମାଂସରୁ ସ୍ନାକ୍ସ ମଧ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଏ । ଆଉ ସେଠାକାର ଲୋକମାନେ ସାପ ମାଂସରେ ପ୍ରସ୍ତୁତ ସ୍ନାକ୍ସ ଖାଇବାକୁ ବେଶ ପସନ୍ଦ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।