ଚଢେଇ ମୁଣ୍ଡରେ ମଳତ୍ଯାଗ କଲେ କଣ ହୁଏ ? କେଉଁ ଘଟଣା କେଉଁ ସଂକେତ ଦେଇଥାଏ ? (Vastu Shastra)

ଶାସ୍ତ୍ରରେ କିଛି ଖାସ ବାସ୍ତୁ ନିୟମ ରହିଛି ଯାହା ପାଳନ କରିବା ଦ୍ଵାରା ଆମ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ । ଘରେ ଯଦି ଲାଗିଥିବା ଘଣ୍ଟା ବାରମ୍ବାର ଖରାପ ହୁଏ ତେବେ ପରିବାର ଉପରେ କିଛି ଗମ୍ଭୀର ସଙ୍କଟ ଆସିବାର ସୂଚନା ମିଳିଥାଏ । ରୋଷେଇ ଘରେ ଯଦି କିଛି କାଚପାତ୍ର ବାରମ୍ବାର ଭାଙ୍ଗିବାରେ ଲାଗେ ତେବେ ଆର୍ଥିକ ସଙ୍କଟ ଆସିବାର ସୂଚନା ମିଳିଥାଏ । ଘରେ ଯଦି ଶୁଭ କାର୍ଯ୍ୟରେ ବାରମ୍ବାର ବାଧା ଉତ୍ପନ୍ନ ହେଉଥାଏ ତେବେ ଜାଣିବେ ଆସନ୍ତା ସମୟରେ କିଛି ବିପଦ ପଡିବାର ଅଛି ।

ଘରର ଛାତ ଉପରେ କିମ୍ବା ଅଗଣାରେ କାଉ କିମ୍ବା ଚିଲ ହାଡ ପକାଏ ତେବେ କିଛି ଅଶୁଭ ଖବର ମିଳିବାର ସମ୍ଭାବନା ଥାଏ । ଯଦି ଘରର ଛାତରୁ ପ୍ଲାଷ୍ଟର ଖସେ କିମ୍ବା ଘରର କାନ୍ଥ ଫାତେ ତେବେ ଏହା କିଛି ଅଶୁଭ ଘଟିବାର ସୂଚନା ଦେଇଥାଏ । ଯଦି ଦିନ କିମ୍ବା ରାତି କୁକୁର କାନ୍ଦିବାର ଶୁଣାଯାଏ ତେବେ ଜାଣିବେ କିଛି ଅଶୁଭ ଘଟିବାର ରହିଛି । ଯଦି ଘରର ଚାବି ପେନ୍ଥାରେ ବାରମ୍ବାର ଜଙ୍କ ଲାଗେ ତେବେ ଜାଣିବେ କିଛି ଜିନିଷ ମିଳିବାର ଅଛି ।

ଯଦି ପିନ୍ଧିବା କପଡାରେ ପିନ୍ଧିବା ସମୟରେ ବଟନ ଓଲଟା ଲାଗିଯାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ । ତେଣୁ କପଡା ବଦଳି ପିନ୍ଧିବା ଉଚିତ । ଯଦି ନିଜ ନାକ ନିଜକୁ ଦେଖା ନଯାଏ ତେବେ ଏହା କୌଣସି ଗମ୍ଭୀର ରୋଗରେ ପଡିବାର ସୂଚନା ଦେଇଥାଏ ।

ଯଦି ସିଧା ଠିଆ ହେଲା ପରେ ଆଣ୍ଠୁ ଦେଖା ନଯାଏ ତେବେ ଜାଣିବେ ଆପଣଙ୍କ ଶରୀରର ସ୍ଥିତି ଠିକ ନାହିଁ । ଯଦି ଘରୁ ବାହାରିବା ସମୟରେ କୁକୁର ଝାଡି ହେଉଥିବାର ଦେଖନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ, ତେଣୁ ଯାତ୍ରା ରୋକି ଦେବା ଉଚିତ । ଯଦି ଘର ଭିତରେ ବିଲେଇ କଳି କରିବାର ଦେଖନ୍ତି ତେବେ ଏହା ଧନହାନି ଏବଂ ଘରେ କଳହ ଲାଗିବାର ସୂଚନା ମିଳେ ।

ଯଦି ଶୋଇଥିବା ବେଳେ ମୁଣ୍ଡକୁ ବିଲେଇ ଚାଟେ ତେବେ ଏହା ସରକାରୀ ମାମଲାରେ ଫସିବାର ସୂଚନା ଦେଇଥାଏ । ଯଦି କୌଣସି ଲୋକର ପାଦକୁ ବିଲେଇ ଚାଟେ ତେବେ ରୋଗ ବୈରାଗ ହେବାର ସୂଚନା ଦେଇଥାଏ ।

ଯଦି ଘରେ କଳା ରଙ୍ଗର ମୂଷା ବହୁତ ବଢିଚାଲେ ତେବେ ଜାଣିବେ ଆଗାମୀ ଦିନରେ ରୋଗ ଏବଂ ଶତ୍ରୁ ଆକ୍ରମଣ ସୂଚନା ମିଳିଥାଏ । ଯଦି ଘରେ ନାଲି ପିମ୍ପୁଡି ବଢିଯାନ୍ତି ତେବେ ଏହା ଅର୍ଥହାନି ଏବଂ ଅଶୁଭ ହେବାର ସୂଚନା ମିଳିଥାଏ । ଯଦି ପିମ୍ପୁଡି ମନ୍ଦାରେ ଚିନି ଏବଂ ଅଟା ଦିଆଯାଏ ତେବେ ଏହା ଶୁଭ ହୋଇଥାଏ ଏବଂ ଆର୍ଥିକ ସଙ୍କଟରୁ ଶୀଘ୍ର ମୁକ୍ତି ମିଳିଥାଏ ।

ଯଦି କୌଣସି ଦିନ ଚଢେଇ ମୁଣ୍ଡ ଉପରେ ମଳତ୍ଯାଗ କରେ ତେବେ ଜାଣିବେ ସେହିଦିନ ଠାରୁ ଦାରିଦ୍ର୍ୟତା ଶେଷ ହେଲା ଓ ଶୁଭ ସମୟ ଆଗମନ ହେଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।