ପରିବାରେ ଚାହୁଁଛନ୍ତି ସୁଖ ଶାନ୍ତି ତ ମାସକୁ ଥରେ ନିଶ୍ଚିତ କରନ୍ତୁ ଗଣେଶଙ୍କର ଏହି ଉପାୟ

ଏହି ଦୁନିଆରେ ବହୁତ କମ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନରେ ବହୁତ ଖୁସି ଅଛନ୍ତି । ସମସ୍ତଙ୍କ ଘରେ କିଛି ନା କିଛି ସମସ୍ୟା ନିଶ୍ଚିତ ଚାଲୁଅଛି । ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ବିବାଦ ଚାଲୁଅଛି କିମ୍ବା ଆପଣ ଚାହୁଁଛନ୍ତି କି ଆପଣଙ୍କ ପରିବାରରେ କେବେ ବି ଏହିଭଳି ସ୍ଥିତି ନ ହେଉ ତେବେ ଆଜି ଆମେ ଆପଣଙ୍କୁ ଗଣେଶଙ୍କର କିଛି ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ଆପଣଙ୍କ ପରିବାରରେ ସମସ୍ତ ଗୃହ ବିବାଦ ସମାପ୍ତ ହୋଇଯିବ ।

ଗଣେଶଙ୍କୁ ସୁଖ, ଶାନ୍ତି ଓ ବୈଭବର ଦେବତା କୁହାଯାଏ । ଏହା ସହିତ ସେ ବୁଦ୍ଧିଦାତା ଭାବରେ ଜଣା ଯାଆନ୍ତି । ଧ୍ୟାନ ରଖିବେ କି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହାକୁ ମାସକୁ ଅତି କମ ରେ ଥରେ କରିବା ଉଚିତ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଖୁସି ଓ ଶାନ୍ତି ସର୍ବଦା ରହିବ ।

ବୁଧବାର ଦିନ ଏକ କଦଳୀ ପତ୍ରକୁ ନେଇ ତାହାକୁ ଗଣେଶଙ୍କ ପ୍ରତିମା ସମ୍ମୁଖରେ ରଖି ଦିଅନ୍ତୁ । ବର୍ତ୍ତମାନ ଏହି କଦଳୀ ପତ୍ର ଉପରେ ଆପଣଙ୍କୁ ୩ଟି ଜିନିଷ ରଖିବାର ଅଛି । ପ୍ରଥମଟି ଚାଉଳ ଗୋଟିଏ ମୁଠା, ଦ୍ଵିତୀୟଟି ମୋଦକ ଓ ତୃତୀୟଟି ୫ ଟି ମୁଦ୍ରା । ଏହା ଛଡା ଗଣେଶଙ୍କ ସାମ୍ନାରେ ଘିଅର ଦୀପ ଲଗାନ୍ତୁ ଓ ଆରତୀ କରନ୍ତୁ । ଯଦି ସମ୍ଭବ ହୋଇପାରେ ତେବେ ଏହି ଆରତୀରେ ଘରର ସବୁ ସଦସ୍ୟଙ୍କୁ ସାମିଲ କରନ୍ତୁ ।

ଏହା ପରେ ପରିବାର ର ସମସ୍ତେ ଗଣେଶଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ସେହି ଚାଉଳ ଦ୍ଵାରା ଘରେ କ୍ଷୀରୀ ପ୍ରସ୍ତୁତ କରନ୍ତୁ ଓ ଘରେ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ସମସ୍ତଙ୍କୁ ସଦବୁଦ୍ଧି ମିଳିବ ଓ ତାଙ୍କ ଭିତରେ ଏକ ସକରାତ୍ମକ ଉର୍ଜା ପ୍ରବାହିତ ହେବାକୁ ଲାଗିବ । ଏହା ଦ୍ଵାରା ସେମାନଙ୍କର ମସ୍ତିଷ୍କରେ ଝଗଡା କରିବାର ବିଚାର ଆସିବ ନାହିଁ । ଏହା ଛଡା ଆପଣ ରଖିଥିବା ମୋଦକକୁ ପ୍ରସାଦ ରୂପରେ ଗ୍ରହଣ କରନ୍ତୁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ ପରିବାରର ଭାଗ୍ୟ ଉଦୟ ହେବ ଓ ସବୁ ସମସ୍ୟାର ଅନ୍ତ ହେବ । ଏହା ପରେ ଯେଉଁ ୫ଟି ମୁଦ୍ରାକୁ ଆପଣ କଦଳୀ ପତ୍ର ଉପରେ ରଖିଥିଲେ ତାକୁ ଗରିବ ଲୋକମାନଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଟଙ୍କାର ଅସୁବିଧା ରହିବ ନାହିଁ । କହିଦେଉଛୁ କି ୯୦ % ମାମଲାରେ ପାରିବାରିକ ମତଭେଦ କେବଳ ଟଙ୍କା କାରଣରୁ ହିଁ ହୋଇଥାଏ । ଏହି ଉପାୟକୁ କରିବା ଦ୍ଵାରା ଆପଣ ଏକ ସୁଖୀ ଜୀବନ ବ୍ୟତିତ କରି ପାରିବେ ।