ଏହି କାରଣରୁ ପୂର୍ବ ଜମାନାରେ ରାଜା – ମାହାରାଜା କରୁଥିଲେ ଅଧିକ ବିବାହ

ଆଜିକାଲି ଗୋଟିଏ ବିବାହ ପରେ ଦ୍ଵିତୀୟ ବିବାହ ଆପଣ ସେତେବେଳେ ହିଁ କରି ପାରିବେ ଯେତେବେଳେ ଆପଣ ନିଜର ପୂର୍ବ ପତ୍ନୀଙ୍କୁ ଡିଭୋର୍ସ ଦେବେ । କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି କି ପୂର୍ବ ସମୟରେ ରାଜା ମହାରାଜା ତିନି – ଚାରି କିମ୍ବା ସାତ – ଆଠ ଟି ବିବାହ କରୁଥିଲେ, ତାଙ୍କୁ କେହି ଅଟକାଉ ବି ନ ଥିଲେ ଓ ସେମାନେ ଏମିତି କାହିଁକି କରୁଥିଲେ ? ଆଜି ଆମେ ଆପଣଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର କହିବୁ କି ପୂର୍ବ ସମୟରେ ରାଜା – ମହାରାଜା ଏତେ ବିବାହ କାହିଁକି କରୁଥିଲେ ।

ଏହାର ପ୍ରଥମ କାରଣ ଏହା ଅଟେ କି ରାଜା ମହାରାଜା ରାଜ୍ୟର ସବୁଠୁ ବଡ ପଦରେ ରହୁଥିଲେ ଓ ସେହି ସମୟରେ ତାଙ୍କୁ ଯେଉଁ ଝିଅ ପସନ୍ଦ ଆସୁଥିଲା ସେ ତାଙ୍କୁ ନିଜ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ଦେଉଥିଲେ ଓ ଏହା ସହିତ ନିଜର ପ୍ରଭାବ ଦ୍ଵାରା ଝିଅମାନଙ୍କର ପରିବାରକୁ ଏମିତି ବାଧ୍ୟ କରି ଦେଉଥିଲେ କି ଶେଷରେ ଝିଅ ବାଲା ନିଜ ଝିଅର ବିବାହ ରାଜାଙ୍କ ସହିତ କରି ଦେଉଥିଲେ ।

ଏହା ଛଡା କେତେକ ପରିସ୍ଥିତିରେ ଝିଅ ଘର ଲୋକମାନେ ରାଜାଙ୍କ ସହିତ ନିଜ ଝିଅର ବିବାହ ସ୍ଵଇଚ୍ଛାରେ ବି କରିଦେଉଥିଲେ । କାରଣ ବିବାହ ପରେ ସେମାନେ ରାଜାଙ୍କ ବରାବର ହୋଇଯିବେ ।

ଦ୍ଵିତୀୟ କାରଣ ଏହା ଅଟେ କି କେତେକ ରାଜା ବିଭିନ୍ନ ସନ୍ଧି କାରଣରୁ ବି ବିବାହ କରୁଥିଲେ । ରାଜାମାନେ ଅନ୍ୟ ରାଜାମାନଙ୍କ ସହିତ ନିଜର ସମ୍ବନ୍ଧ ମଝବୁତ କରିବା ପାଇଁ ଗୋଟିଏରୁ ଅଧିକ ବିବାହ ବି କରୁଥିଲେ । ଯାହା ଦ୍ଵାରା ତାଙ୍କ ସହିତ ତାଙ୍କର ଯୁଦ୍ଧ ନ ହେବ ।

ତୃତୀୟ କାରଣ ଏହା ଅଟେ କି ସେହି ସମୟରେ ମହିଳାମାନେ ଏତେ ଜାଗୃତ ନ ଥିଲେ ଓ ସେମାନେ ନିଜର ଅଧିକାର ଠାରୁ ବି ବଞ୍ଚିତ ରହୁଥିଲେ । ଏହି କାରଣ ଅଟେ କି ରାଜାଙ୍କ ସହିତ ବିବାହ କରିବା ଭଲ ଅଟେ ବୋଲି ସେମାନେ ଭାବୁଥିଲେ ଓ ନିଜର ବିବାହ ବିରୁଦ୍ଧରେ କିଛି ବି କହୁ ନ ଥିଲେ । ଏହି କାରଣରୁ ତାଙ୍କର ବିବାହ କରି ଦିଆ ଯାଉଥିଲା ।

ଚତୁର୍ଥ କାରଣ ଏହା ଅଟେ କି ରାଜା ମହାରାଜାଙ୍କ ପାଖରେ କୌଣସି ପ୍ରକାରର ଅସୁବିଧା ନ ଥିଲା ଓ ସେମାନେ ଆର୍ଥିକ ରୂପରେ ପୂରାପୂରି ସମ୍ପନ୍ନ ରହୁଥିଲେ । ସେଥିପାଇଁ କେତେକ ବିବାହ କରିବା ଦ୍ଵାରା ତାଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁ ନ ଥିଲା ଓ ଯାହା ସହିତ ଚାହୁଁଥିଲେ ସେ ତାହା ସହିତ ବିବାହ କରୁଥିଲେ ।