ପରିବାରର ସମସ୍ୟାରୁ ମୁକ୍ତି ଦେବେ ଭଗବାନ ଶିବ, କରନ୍ତୁ କର୍ପୁର ଓ ଲବଙ୍ଗର ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟ

ଶିବଙ୍କ ପୂଜା କରିବା ଦ୍ଵାରା ମଣିଷର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ଶିବଙ୍କ ଉପାସନା କରିବା ଦ୍ଵାରା ମଣିଷର ସବୁ ସମସ୍ୟା ଦୂର ହୁଏ । ଦୁନିଆରେ ସବୁ ଲୋକ ଶିବଙ୍କର ପୂଜା କରନ୍ତି । ଶିବଙ୍କୁ ଦେବଙ୍କର ଦେବ ବୋଲି କୁହାଯାଏ । ଆପଣ ଶିବ ପୂଜାର କିଛି ଉପାୟ ଅବଲମ୍ବନ କରି ତାଙ୍କୁ ପ୍ରସନ୍ନ କରିପାରିବେ । ଭଗବାନ ଶିବ ସ୍ଵଭାବରେ ଅଧିକ ଭୋଳା ହୋଇଥିବାରୁ ତାଙ୍କୁ ଭକ୍ତମାନେ ଭୋଲେନାଥ ବୋଲି ଡାକନ୍ତି । ଆପଣ ମାନେ ଜାଣିଛନ୍ତି ସୋମବାର ଦିନଟି ଶିବଙ୍କର ଦିନ ଅଟେ । ସେହି ଦିନ ଶିବଙ୍କର ପୂଜା ଅର୍ଚନା କରିବା ଦ୍ଵାରା ଶିବଙ୍କର କୃପା ଲାଭ ହୋଇଥାଏ ।

ଭଗବାନ ଶିବଙ୍କର ପୂଜା ଆପଣ କେଉଁ ଦିନ ମଧ୍ୟ କରିପାରିବେ । କିନ୍ତୁ ସୋମବାର ଦିନଟି ଆପଣଙ୍କ ପାଇଁ ଶିବଙ୍କ ପୂଜା ଅର୍ଚ୍ଚନା ପାଇଁ ଉତ୍ତମ ଅଟେ । ଆପଣଙ୍କ ପରିବାରରେ କିଛି ସମସ୍ୟା ଦେଖା ଦେଉଥିଲେ, ଆପଣ ସୋମବାର ଦିନ କିଛି ଉପାୟ ଅବଲମ୍ବନ କରିପାରିବେ ।

ଏହି ଉପାୟ ଗୁଡିକୁ କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ଆସିଥାଏ । ଏହା କରିବା ଦ୍ଵାରା ମଧ୍ୟ ଧନଲାଭ ହୋଇଥାଏ । ଆସନ୍ତୁ ଜାଣିବା ଭୋଲେନାଥଙ୍କର କର୍ପୁର ଓ ଲବଙ୍ଗର ଏହି ଉପାୟ ବିଷୟରେ ।

ଆସନ୍ତୁ ଜାଣିବା ସୋମବାର ଦିନ କର୍ପୁର ଓ ଲବଙ୍ଗର କେଉଁ ଉପାୟ କରିବା ଉଚିତ

ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁଇଟି କର୍ପୁର ଓ ଏକ ଲବଙ୍ଗର ଏହି ଉପାୟ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଧନ ପ୍ରାପ୍ତିର ସବୁ ମାର୍ଗ ଖୋଲିଯାଏ । ଆପଣ ସୋମବାର ଦିନ ପୂଜା ସ୍ଥାନରେ ଦୁଇଟି କର୍ପୁର ଓ ଏକ ଲବଙ୍ଗ ଧରି ବସନ୍ତୁ । ଏହା ପରେ ଓମ ନମଃ ଶିବାୟର ମନ୍ତ୍ର ୨୧ ଥର ଜପ କରନ୍ତୁ । ଏହା ପରେ ଆପଣ ଆପଣଙ୍କ ହାତରେ ଦୁଇଟି କର୍ପୁର ମଝିରେ ଏକ ଲବଙ୍ଗକୁ ରଖନ୍ତୁ ।

ତାପରେ ହାତକୁ ବନ୍ଦ କରି ନିଜର ସମସ୍ୟା ବିଷୟରେ କୁହନ୍ତୁ । ତାପରେ ଆପଣ ଏହି ଲବଙ୍ଗ ଓ କର୍ପୁରକୁ ନେଇ ଶିବଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ପରେ ଆପଣ ଶିବଲିଙ୍ଗ ଉପରେ ଜଳ ଢାଳନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହେବ ।

ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ, ଆପଣ ସେହି କର୍ପୁର ଓ ଲବଙ୍ଗକୁ ତୁଳସୀ ବୃକ୍ଷ ନିକଟରେ ଜଳେଇ ପାରିବେ । ଏହା ଦ୍ଵାରା ମଧ୍ୟ ବହୁତ ଶ୍ରୀଘ ଆପଣଙ୍କୁ ନିଜ ସମସ୍ୟାରୁ ମୁକ୍ତି ମିଳିଯିବ ।