ଟେଲି ଅଭିନେତ୍ରୀ Rashmi Rekha ଙ୍କ ମୃତ୍ୟୁ ଉପରୁ ଉଠିଲା ପରଦା, ଶୁଣନ୍ତୁ କଣ କହିଲେ ଡାକ୍ତର…

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଖବର ସାମ୍ନାକୁ ଆସୁଛି । ଏବେ ପୋଲିସକୁ ରଶ୍ମିରେଖାଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ହସ୍ତଗତ ହୋଇସାରିଛି । ତାଙ୍କ ପୋଷ୍ଟମର୍ଟମରୁ ଅଭିନେତ୍ରୀ ଜଣକ ପ୍ରାୟ ତିନି ମାସର ଗର୍ଭବତୀ ଥିଲେ ବୋଲି ଜଣା ପଡିଥିବା ଶୁଣିବାକୁ ମିଳୁଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ କରା ଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କର ପ୍ରତିକ୍ରିୟା ମିଳିଛି ।

ତେବେ ସେ କହିଛନ୍ତି କି ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସହ ସେ କଥା ହୋଇଥିଲେ । ରଶ୍ମିରେଖା ଗର୍ଭବତୀ ନଥିବା ସେ କହିବା ସହ ଆତ୍ମହତୟଆରୁ ହିଁ ରଶ୍ମିଙ୍କ ମୃତ୍ୟୁ ହୋଇଥିବା କଥା ସେ କହିଛନ୍ତି । ରଶ୍ମିରେଖାଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ନଥିବା କଥା ସେ କହିଛନ୍ତି । ନିଜକୁ ରାଶିରେ ଝୁଲାଇ ଆତ୍ମହତୟଆ କରିବା ଦ୍ଵାରା ଶ୍ଵାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା କଥା କହିଛନ୍ତି ଡାକ୍ତର ।

କିଛିଦିନ ହେଲା ଯେଉଁ ଖବର ଶୁଣିବାକୁ ମିଳିଥିଲା କି ରଶ୍ମିରେଖା ଆତ୍ମହତୟଆ କରିଛନ୍ତି ତାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି । କିଛିଦିନ ତଳେ ଭୁବନବେଶ୍ଵର ନୟାପଲ୍ଲୀର ଗଡସାହି ସ୍ଥିତ ରଶ୍ମିରେଖାଙ୍କ ଭଡାଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା । ଯାହାପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହାକୁ ନେଇ ଆଲୋଚନା ଓ ଚର୍ଚ୍ଚା ଲାଗି ରହିଥିଲା ।

ରଶ୍ମିରେଖା ଆତ୍ମହତୟଆ କରିଥିବା କଥାକୁ ଗ୍ରହଣ କରିପାରି ନଥିଲେ ରଶ୍ମିଙ୍କ ପରିବାର ଓ ସହକର୍ମୀ । ରଶ୍ମି ଜଣେ ବହୁତ ମାନସିକ ଭାବେ ସବଳ ଝିଅ ଥିଲେ । ସେ ନିଜ ଗୋଡରେ ଠିଆ ହୋଇ ପରିବାର ପାଇଁ କିଛି କରିବାର ସ୍ଵପ୍ନ ଦେଖୁଥିଲେ । ଯେଉଁଥି ପାଇଁ ସେ ଘରଛାଡି ଏକାକୀ ରାଜଧାନୀକୁ ଆସିଥିଲେ । ଅଭିନେତ୍ରୀ ହେବାର ସ୍ଵପ୍ନ ତାଙ୍କର ରହିଥିଲା । କିନ୍ତୁ କ୍ଯାରିୟର ଓ ପ୍ରେମ ଭିତରେ ସେ ଛନ୍ଦି ହୋଇ ଯାଇଥିଲେ । କୁହାଯାଉଛି କି ତ୍ରିକୋଣୀୟ ପ୍ରେମ ତାଙ୍କ ମୃତ୍ୟୁର କାରଣ ।

ସିରିଏଲରେ ପ୍ରେମ କରୁଥିବା ବେଳେ ସେ ରାଜାଙ୍କୁ ଭଲ ପାଇଥିଲେ ଓ ତାଙ୍କୁ ବିବାହ କରିବେ ବୋଲି କଥା ଉଠୁଥିଲା । କିନ୍ତୁ ପରେ ସେ ସନ୍ତୋଷ ପାତ୍ରଙ୍କ ସହ ଲିଭ-ଇନ ରେ ରହୁଥିବା ଜଣା ପଡିଥିଲା । ରାଜାଙ୍କ ସହ କଥାବାର୍ତ୍ତା ହେଉଥିବାରୁ ସନ୍ତୋଷ ପାତ୍ର ଇର୍ଷାରେ ରଶ୍ମିଙ୍କ ହତୟଆ କରିଥିବା ତାଙ୍କ ଘରଲୋକେ ଅଭିଯୋଗ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।