ଟୁଙ୍ଗୁରୁ ବର୍ଷାର ଅଟୋ ଭିତରେ ପ୍ରଥମ ଭେଟ, ରୁମ୍ କୁ ଡାକି ବର୍ଷା ଦେଇଥିଲେ କବାଟ… ଦେଖନ୍ତୁ Video

ଧୀରେ ଧୀରେ ଅଟୋରୁ ପ୍ରେମ ଆରମ୍ଭ ହୋଇଯାଏ ବର୍ଷା ଓ ଟୁଙ୍ଗୁରୁଙ୍କ ମଧ୍ୟରେ । ଅଟୋ ଡ୍ରାଇଭର ଟୁଙ୍ଗୁରୁ ବି ବର୍ଷାଙ୍କ କଥା ଶୁଣି ତାଙ୍କ ଘରକୁ ଚାଲିଯାଏ । ବର୍ଷା ଭାଉଜ କିନ୍ତୁ ଟୁଙ୍ଗୁରୁଙ୍କୁ ଗାମୁଛା ପିନ୍ଧାଇ ତାଙ୍କ ପ୍ଯାଣ୍ଟ ସାର୍ଟ ରଖିଦିଏ । ଯେପରି ଟୁଙ୍ଗୁରୁ ତାଙ୍କ ଘର ଛାଡି କୁଆଡେ ଯାଇ ପାରିବେନି । ଟୁଙ୍ଗୁରୁଙ୍କୁ ଖାଇବା ପିଇବାକୁ ଦେଇ ବର୍ଷା ଭାଉଜ ପାଖରେ ରଖେ । ଟୁଙ୍ଗୁରୁ କିନ୍ତୁ ଶେଷରେ ସୁଯୋଗ ଦେଖି ଖସି ପଳାଏ ଆଉ ବାପାମା’ଙ୍କ କଥା ଶୁଣି ଆଉ ଜଣେ ଝିଅକୁ କୋର୍ଟ ମ୍ୟାରେଜ କରିନିଏ ।

ପ୍ରେମିକ ଟୁଙ୍ଗୁରୁ ଆଉ କାହାକୁ ବିବାହ କରି ନେଇଥିବା ଶୁଣି ସହିପାରେନି ପ୍ରେମିକା ଭାଉଜ । ଆଉ ଶେଷରେ ଫୁଲମାଳ, ସିନ୍ଦୂର, ଶଙ୍ଖା ଓ ଗୋଲାପ ଫୁଲ ଧରି ଥାନା ସାମ୍ନାରେ ଯାଇ ଜିଦ୍ ଧରି ବସେ ଯେ ସେ ଟୁଙ୍ଗୁରୁ ଭୋଳକୁ ବିବାହ କରିବ । ନହେଲେ ଜୀବନ ହାରିବ । ବର୍ଷା ଟୁଙ୍ଗୁରୁଙ୍କ ପ୍ରେମ ସମ୍ପର୍କ କରୋନା ସମୟରେ ଏକ ମେଡିକାଲରୁ ଆରମ୍ଭ ହୋଇଥିଲା । ଅଟୋ ଭଡା ନେଇ ଯାଉଥିବା ବେଳେ ଟୁଙ୍ଗୁରୁଏନକେ ସହ ବର୍ଷାଙ୍କର ଦେଖା ସାକ୍ଷାତ ହୋଇଥିଲା ।

ଆଉ ସେଇଠୁ ଗଢି ଉଠିଥିଲା ସମ୍ପର୍କ । ବର୍ଷା କହିଛନ୍ତି କି ଟୁଙ୍ଗୁରୁ ସବୁବେଳେ ତାଙ୍କୁ ଗୋଲାପ ଫୁଲ ଦେଉଥିଲା ଆଉ ଦିନରାତି ଆଇ ଲଭ ୟୁ କହି ପଛରେ ପଡି ରହୁଥିଲା । ବର୍ଷାଙ୍କର ଦୁଇ ପୁଅ ଓ ସ୍ଵାମୀ ଥିଲେ ମଧ୍ୟ ସେ ଟୁଙ୍ଗୁରୁ ଭୋଳ ପ୍ରେମରେ ବାୟା ହୋଇ ଯାଇଥିଲେ । ସେଥିପାଇଁ ସମସ୍ତଙ୍କୁ ଛାଡି ଟୁଙ୍ଗୁରୁଙ୍କ ସହ ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଟୁଙ୍ଗୁରୁ କିନ୍ତୁ ଭୌଜଙ୍କ ସବୁ କଥାକୁ ଅସ୍ଵୀକାର କରିଛନ୍ତି ଓ ଓଲଟା ଭାଉଜଙ୍କ ଉପରେ ସବୁ ଦୋଷ ଲଦି ଦେଇଛନ୍ତି । ବର୍ଷା ତାଙ୍କୁ ଘରକୁ ଡାକି ଖାଇବାକୁ ଦେବା ସହ ତାଙ୍କ ସହ ଜବରଦସ୍ତି ସେଲଫି ଉଠାଇଥିଲେ । ସେ ନିଜେ ଟୁଙ୍ଗୁରୁଙ୍କ ପ୍ରେମରେ ପଡି ତାଙ୍କୁ ବାହା ହେବେ ବୋଲି ଜିଦ୍ମ ଧରି ବସିଥିଲେ ।

କିନ୍ତୁ ଟୁଙ୍ଗୁରୁ ରାଜି ନହେବାରୁ ସେ ତାଙ୍କୁ ବଦନାମ କରିବା ପାଇଁ ଏକଥା ହାଇଲାଇଟ କରିଛନ୍ତି ବୋଲି ଟୁଙ୍ଗୁରୁ କହିଛନ୍ତି । ବର୍ଷାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା କଥା ସେ ସ୍ପଷ୍ଟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।