ଆଉ ନାହାନ୍ତି ଲୋକପ୍ରିୟ ଖଳନାୟକ Raimohan Parida, ଖବର ସାମ୍ନାକୁ ଆସିବା ପରେ ଭାଙ୍ଗି ପଡିଛି ସିନେ ଜଗତ…କେଉଁ କାରଣରୁ କଲେ ଆତ୍ମହତ୍ୟା ?

ବର୍ତ୍ତମାନ ସମୟର ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡିଆ ଫିଲ୍ମ ପ୍ରେମୀମାନଙ୍କୁ ମଧ୍ୟ ଏହି ଖବର ଅତ୍ୟନ୍ତ ମର୍ମାହତ କରିଛି । କାରଣ ଓଡିଆ ଫିଲ୍ମ ଦୁନିଆର ଦିଗଜ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡାଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ପ୍ରଶଂସକ ମାନଙ୍କୁ ଏହି ଖବର ଅତ୍ୟୁଅଧିକ ବିଚଳିତ କରି ଦେଉଛି କାରଣ ରାଇମୋହନ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କର ଅକାଳ ବିୟୋଗ ଘଟିଛି । ରାଇମୋହନ ପରିଡା ତାଙ୍କ ବାସଭବନରେ ଜୀବନ ହାରିଥିବା ସୂଚନା ମିଳିବା ପରେ ଏହା ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ଏନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଏହି ଖବର ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ରାଇମୋହନ ପରିଡା ଦୀର୍ଘ ବର୍ଷ ଧରି ଓଡିଶାର ସିନେମା ଓ ଓଡିଆ ଯାତ୍ରା ଜଗତ ସହ ଜଡିତ ରହିଥିଲେ । ଦୀର୍ଘ ବର୍ଷ ଧରି ଅନେକ ସୁପରହିଟ ଫିଲ୍ମ ଓ ଯାତ୍ରାରେ କାର୍ଯ୍ୟ କରି ସେ ଲୋକଙ୍କୁ ମନୋରଞ୍ଜନ କରି ଆସୁଥିଲେ । ତାଙ୍କ ଚରିତ୍ର ଆସିଲେ ପରଦା ଉପରୁ ଲୋକଙ୍କ ନଜର ହଟେ ନାହିଁ ।

ଖଳନାୟକ ସାଜି ଫିଲ୍ମ ପ୍ରେମୀଙ୍କ ହୋସ୍ ଉଡେଇ ଦେଉଥିବା ରାଇମୋହନ ନିଜ ଚରିତ୍ରକୁ ଖୁବ ଜୀବନ୍ତ ଭାବେ ପ୍ରଦର୍ଶନ କରୁଥିଲେ । ତାଙ୍କ ଜୀବନ୍ତ ଅଭିନୟରେ କିଛି ଲୋକେ କ୍ଷୁବ୍ଧ ମଧ୍ୟ ହୋଇ ଯାଉଥିଲେ । ଖଳନାୟକ ଭୂମିକାରେ ଅଭିନୟ କରି ମଧ୍ୟ ସେ ଅନେକ ଲୋକପ୍ରିୟତା ସାଉଁଟି ଥିଲେ । ୮୦ ଓ ୯୦ ଦଶକ ବେଳକୁ ସେ ଫିଲ୍ମ ଦୁନିଆରେ ଖୁବ ସକ୍ରିୟ ଥିଲେ । ରାଇମୋହନଙ୍କ ଅନେକ ଡାଇଲଗ ଆଜି ବି ଫିଲ୍ମ ପ୍ରେମୀଅଙ୍କ ମୁହଁରେ ଶୁଣିବାକୁ ମିଳେ ।

କିନ୍ତୁ ତାଙ୍କର ଅକାଳ ବିୟୋଗ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । କେଉଁ ପରିସ୍ଥିତିରେ ରାଇମୋହନ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ଏବଂ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ଏହା ଖୁବ ଶୀଘ୍ର ସାମ୍ନାକୁ ଆସିବ ବୋଲି ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।