‘ଠିକରେ ତଦନ୍ତ ନହେଲେ ମୁଁ କିରୋସିନି ଢାଳି ହେବି…’ Raimohan ଙ୍କ ଦେହାନ୍ତକୁ ନେଇ କାନ୍ଦିଲେ ଅଭିନେତା Mitu Mithun, ଦେଖନ୍ତୁ Video

ଦିଗଜ ଓଲିଉଡ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାଇମୋହନଙ୍କ ଭଳି ଜଣେ ମହାନ କଳାକାର ଯେ ଆତ୍ମହତୟଆ କରିବେ ଏକଥାକୁ କେହି ବି ସହଜରେ ଗ୍ରହଣ କରି ପାରୁନାହନ୍ତି । ପରଦା ଉପରେ ସେ ଯେମିତି ନେଗେଟିଭ ଚରିତ୍ରକୁ ଜୀବନ ଭାବେ ପ୍ରଦର୍ଶନ କରୁଥିଲେ ଅସଲ ଜୀବନରେ ସେ ସେତିକି ଶାନ୍ତ ଓ ଉଦାର ହୃଦୟର ବ୍ୟକ୍ତି ଥିଲେ । ତେଣୁ ତାଙ୍କ ସହ କାର୍ଯ୍ୟ କରିଥିବା ଓ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା ଲୋକମାନେ ତାଙ୍କ ଆତ୍ମହତୟଆ କରିବାକୁ ବିଶ୍ବାସ କରୁ ନାହାନ୍ତି ।

୮୦ ଓ ୯୦ ଦଶକରୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ତାଙ୍କର ଅବଦାନ ରହିଛି । କେବଳ ସିନହେ ଜଗତ ନୁହେଁ ବରଂ ଟେଲି ଜଗତ ଓ ଯାତ୍ରା ଦୁନିଆରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ତାଙ୍କ ଆଜି ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ସେ ଆତ୍ମହତୟଆ କରିଥିବା ଜଣାପଡିବା ପରେ ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ ପାଇଁ କ୍ୟାପଟାଲ ହସ୍ପିଟାଲ ନିଆଯାଇଛି । ସେଠାରେ ମଧ୍ୟ ତାଙ୍କ ପ୍ରଶଂସକ ଓ ସିନେ ଜଗତର କଳାକାର ମାନଙ୍କ ଭିଡ ଦେଖିବାକୁ ମିଳିଛି ।

ଏନେଇ ଅଭିନେତା ମିଟୁ ମିଥୁନ ପ୍ରତିକ୍ରିୟା ଦେଉଥିବା ବେଳେ କାନ୍ଦି ପକାଇଛନ୍ତି । ରାଇମୋହନ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ସହ କାମ କରିବା ପାଇଁ ଆଣିଥିଲେ ଓ ତାଙ୍କ ନାମ ମଧ୍ୟ ସେମାନେ ରଖିଥିଲେ ବୋଲି କହିଛନ୍ତି । ଆଜିକୁ ଦୀର୍ଘ ୨୩ ବର୍ଷ ହେବ ସେ ରାଇମୋହନଙ୍କୁ ଜାଣିଛନ୍ତି ଓ ସେ ଯେ ଆତ୍ମହତୟଆ କରିବେ ଏହାକୁ ସେ ବିଲକୁଲ ମଧ୍ୟ ମାନିବା ପାଇଁ ପ୍ରସ୍ତୁତ ନାହାନ୍ତି ।

ପ୍ରତିକ୍ରିୟା ଦେବା ବେଳେ ମିଟୁ ମିଥୁନ ଭୋ ଭୋ ହୋଇ କାନ୍ଦୁଥିବା ଦେଖା ଯାଇଛି । ଯଦି ରାଇମୋହନଙ୍କ ମୃତ୍ୟୁର ତଦନ୍ତ ଠିକ ଭାବେ ନ ହୁଏ ତେବେ ସେ ନିଜ ଦେହରେ କିରୋସିନି ଢାଳି ସୁଇସାଇଡ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ସେ ପ୍ରାୟ ୧୫ ଦିନ ତାଙ୍କ ସହ ଓଡିଆ ଫିଲ୍ମ ଜଗତକୁ ନେଇ କଥା ହୋଇଥିଲେ ।

ଆଉ ଫିଲ୍ମ ଜଗତରେ ଖଳନାୟକ ଭୂମିକା ସେତେ ଭଲ ମିଳୁନାହିଁ ବୋଲି ସେମାନେ କଥା ହେଉଥିଲେ । କିନ୍ତୁ ଆଜି ରାଇମୋହନଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।