WTC ଫାଇନାଲ ପୂର୍ବରୁ Pant ଅହଙ୍କାରୀ Williamson ଙ୍କୁ ଦେଲେ କଡା ଜବାବ, କହିଲେ ଏମିତି କଥା କି ଆପଣ ବି କରିବେ ପ୍ରଶଂସା

ଆଉ କିଛି ଦିନରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ତେଣୁ ଭାରତ ଏବଂ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ମଧ୍ୟରେ ବୟାନ ବାଜି ହେବା ସାଧାରଣ କଥା ଅଟେ ।

ଏହା ମଧ୍ୟରେ ଭାରତର ଉଦୀୟମାନ ୱିକେଟ କିପର୍ ବା ଭବିଷ୍ୟତରେ ହେବାକୁ ଥିବା ଅଧିନାୟକ ରିଷଭ୍ ପନ୍ତ, କେନ୍ ଉଇଲିୟମସନ୍ ଙ୍କୁ କଡା ଜବାବ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ କୁ ଜିତିବା ନେଇ ପନ୍ତ ଉଇଲିୟମସନ୍ ଙ୍କୁ କଣ ଜବାବ ଦେଇଛନ୍ତି । ଆଉ କିଛି ଦିନ ମଧ୍ୟରେ ଭାରତୀୟ ଖେଳାଳି ୟୁକେ ଯିବା ପାଇଁ ପ୍ରସ୍ତୁତ ହୋଇଯିବେ । ଇଂଲଣ୍ଡର ସାଉଥ୍ ଆମ୍ପଟନରେ ଏହି ମ୍ୟାଚ୍ ଖେଳା ଯିବ ଯାହା ୧୮ ଜୁନ୍ ରୁ ଆରମ୍ଭ ହେବ ।

ଭିତିରି ଖବରରୁ ଜଣା ପଡିଛି ଭାରତୀୟ ଖେଳାଳି ୨ ଜୁନ୍ ମଧ୍ୟରେ ଇଂଲଣ୍ଡରେ ପହଞ୍ଚି, ୫-୬ ଦିନ ସଙ୍ଗରୋଧରେ ରହିବେ ଓ ତା ପରେ ୧୦ଦିନ ଅଭ୍ୟାସ କରିବେ । ତେବେ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଥିବାରୁ, ନ୍ୟୁଜିଲାଣ୍ଡ ଖେଳାଳି ପୂର୍ବରୁ ହିଁ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି । ତେବେ ୨୦୨୦ରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚ୍ ରେ ଭାରତକୁ ୨-୧ ରେ ହାରିଥିଲା । ନିକଟରେ ନ୍ୟୁଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ ଓ ପାକିସ୍ତାନ କୁ ମଧ୍ୟ ଟେଷ୍ଟ ମ୍ୟାଚରେ ପରାସ୍ତ କରି ସାରିଛି ।

ଭାରତୀୟ ଟିମ୍ ୨୦୨୦ ରେ ନ୍ୟୁଜିଲାଣ୍ଡ ଠୁ ହାରିଥିଲେ ମଧ୍ୟ ତା ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରି ଦୃଢ଼ ଦଳକୁ ହରାଇ ଥିଲା ଓ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଛି । ସେହିପରି ନ୍ୟୁଜିଲାଣ୍ଡର ମଧ୍ୟ ଇଂଲଣ୍ଡ ମାଟିରେ ସଫଳ ପ୍ରଦର୍ଶନ ଅଧିକ ରହିଛି । ପୂର୍ବରୁ ସାଉଥ୍ ଆମ୍ପଟନ ରେ ନ୍ୟୁଜିଲାଣ୍ଡ ଅନେକ ମ୍ୟାଚ୍ ଜିତିଛି ଓ ପେସ୍ ବୋଲର୍ ଙ୍କୁ ସେହି ଫିଲ୍ଡରେ କିପରି ଖେଳାଯିବ ତାହା ମଧ୍ୟ ନ୍ୟୁଜିଲାଣ୍ଡ ଭଲ ଭାବେ ଜାଣିଛି ।

ତେବେ ନ୍ୟୁଜିଲାଣ୍ଡ ପାଖେ ମ୍ୟାଚ୍ ଜିତିବାକୁ ଅନେକ ପ୍ଲସ୍ ପଏଣ୍ଟ ଥିଲେ ମଧ୍ୟ ଭାରତୀୟ ଦଳ ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ଦୃଢ଼ ରୂପେ ପ୍ରସ୍ତୁତି କରୁଛି । ତେବେ ନ୍ୟୁଜିଲାଣ୍ଡର ଅଧିନାୟକ ଉଇଲିୟମସନ୍ ଙ୍କ ମତରେ ସେମାନେ ଖୁବ୍ ସହଜରେ ଭାରତୀୟ ଦଳକୁ ହରାଇ ଏହି ଆଇସିସି ଟୁର୍ଣ୍ଣାମେଣ୍ଟକୁ ହାସଲ କରିପାରିବେ । ତେବେ ତାଙ୍କୁ କଡା ଜବାବ ଦେବା ଭଳି ବୟାନ ଦେଇଛନ୍ତି ରିଷଭ୍ ପନ୍ତ । ଖୁବ୍ ଭଲ ଫର୍ମରେ ଥିବା ଓ ସମ୍ପୂର୍ଣ୍ଣ ଅଭ୍ୟାସ କରୁଥିବା ରିଷଭ୍ ପନ୍ତ ଏକ ଟିଭି ଚ୍ୟାନେଲରେ କହିଥିଲେ କି, “ମୋ ନଜରରେ ଏହା ଏକ ସାଧାରଣ ଟେଷ୍ଟ ମ୍ୟାଚ ଠାରୁ କିଛି କମ୍ ନୁହେଁ ।

ନ୍ୟୁଜିଲାଣ୍ଡ ଏକ ଦୃଢ଼ ଦଳ ଅଟେ ମାତ୍ର ଭାରତୀୟ ଦଳକୁ କେବଳ ନିଜର ସକାରାତ୍ମକ ପଏଣ୍ଟ ଉପରେ ଧ୍ୟାନ ଦେବାକୁ ହେବ । ଆମ ଖେଳାଳୀ ମାନେ କିଛି ସମୟ ଧରି ଖୁବ୍ ପରିଶ୍ରମ କରୁଛନ୍ତି, ଯାହାର ଫଳାଫଳ ଆପଣଙ୍କୁ ଅଷ୍ଟ୍ରେଲିଆ ଏବଂ ନିକଟରେ ଭାରତ ମଇଦାନରେ ଦେଖିବାକୁ ମିଳିଛି । ମୋର ପୂର୍ଣ୍ଣ ବିଶ୍ବାସ ରହିଛି କି ନିଜ ପରିଶ୍ରମ ଓ ଅଭ୍ୟାସରେ ଭାରତ ଦଳ ନିଶ୍ଚୟ ଏହି ଟେଷ୍ଟ ମ୍ୟାଚ ଜିତିବ । ଖାସ୍ କରି ଆମର ଧ୍ୟାନ ବୟାନ ବାଜିରେ ନୁହେଁ ମାତ୍ର ଅଭ୍ୟାସ ଏବଂ ସର୍ବୋତ୍ତମ ପ୍ରଦର୍ଶନରେ ରହିବା ଉଚିତ୍ । ”

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।