‘ଦୋ ଜିସ୍ମ ଏକ ଜାନ’ ନାମରେ ପରିଚିତ ସୋହଣାକୁ ମିଳିଲା ଚାକିରୀ ତ ସୋହଣାକୁ ଏମିତି କାମରେ ସାହାର୍ଯ୍ୟ କରିବ ମୋହଣା, ମନ କିଣିନେବ ଏହି 2 ଭାଇଙ୍କ କାହାଣୀ !

ପଞ୍ଜାବର ଅମୃତସରରେ ଦୁଇ ଜଣ ଜୁଡୁୱା ଭାଇ ଅର୍ଥାତ ଦୁଇ ଭାଇ ପରସ୍ପର ସହ ଯୋଡି ହୋଇ ଅଛନ୍ତି, ସେମାନଙ୍କୁ ପଞ୍ଜାବ ସରକାର ଏକ ବଡ ଉପହାର ଦେଇଛନ୍ତି । ଦୁଇ ଭାଇଙ୍କୁ ପଞ୍ଜାବ ସରକାର ସ୍ଟେଟ ପାୱାର କର୍ପୋରେଶନ ଲିମିଟେଡ (ପୀଏସପୀସୀଏଲ)ରେ ଚାକିରି ଦେଇଛନ୍ତି । ଦୁଇ ଜଣ ଡେଂଟଲ କଲେଜ ପାଖରେ ଥିବା ବିଜୁଳି ଡିପାର୍ଟମେଣ୍ଟ ଅଫସିରେ ମେଣ୍ଟନାସ କର୍ମଚାରୀ ରୂପରେ କାମ କରିବେ । କହିଦେଉଛୁ କି ଦୁଇ ଜଣ ଭାଇଙ୍କ ନାଁ ସୋହନା ଓ ମୋହନା ଅଟେ ।

୧୧ ଡିସେମ୍ବର ୨୦୨୧ରେ ସୋହନା ଓ ମୋହନାଙ୍କୁ ଚାକିରି ପାଇଁ ଅପଇଂଟମେଂଟ ଲେଟର ଦିଆ ଯାଇ ଥିଲା । ବର୍ତ୍ତମାନ ତାଙ୍କୁ ସବୁ ମାସରେ ୨୦ ହଜାର ଟଙ୍କା ସ୍ୟାଲେରୀ ମିଳିବ । ସୂଚନା ଅନୁସାରେ ସୋହନା ଓ ମୋହନାଙ୍କ ଜନ୍ମ ୧୪ ଜୁନ ୨୦୦୩ରେ ନୂଆ ଦିଲ୍ଲୀର ସୁଚେତା କୃପଲାନୀର ହସ୍ପିଟାଲରେ ହୋଇଥିଲା । ଏହା ପରେ ତାଙ୍କୁ ଏମ୍ସକୁ ଟ୍ରାନ୍ସଫର କରି ଦିଆଗଲା ।

ସୋହନା ଓ ମୋହନା ଜନ୍ମ ହେବା ପରେ ଦରିଦ୍ରତା କାରଣରୁ ଏମାନଙ୍କ ମାତା ପିତା ଦୁଇ ଜଣଙ୍କୁ ଛାଡି ଦେଇ କେଉଁଠି ଚାଲି ଗଲେ । ଏହା ପରେ ଡାକ୍ତରମାନେ ପିଂଗଲବାଡ଼ା ଚ୍ୟାରିଟେବଲ ସୋସାଇଟୀ ସହ ସମ୍ପର୍କ କରି ନବଜାତ ଶିଶୁଙ୍କୁ ୨୦୦୩ରେ ସ୍ଵତନ୍ତ୍ରତା ଦିବସ ଉପଲକ୍ଷେ ଏକ ଘର ଦେଲେ । ଜୀବନ ପ୍ରତି ଭୟ ଥିବା କାରଣରୁ ଡାକ୍ତରମାନେ ତାଙ୍କୁ ଅଲଗା ନ କରିବା ପାଇଁ ନିଷ୍ପତି ନେଲେ ।

ଡାକ୍ତରଙ୍କ କହିବା ଅଟେ କି ଦୁଇ ଭାଇଙ୍କର ଦୁଇଟି ହୃଦୟ ଅଛି, ଦୁଇଟି କିଡନୀ ଅଛି, ଦୁଇ ଦୁଇଟି ହାତ ବି ଅଛି ଓ ପିଠି ହାଡ ବି ଅଲଗା ଅଲଗା ଅଛି । କିନ୍ତୁ ଗୋଟିଏ ଲିଭର, ଗୋଟିଏ ଯୋଡା ଗୋଡ ଥିବାରୁ ସେମାନଙ୍କୁ ଅଲଗା କରିବା ବହୁତ କଷ୍ଟ ଥିଲା । କହିବାକୁ ଗଲେ ଚାକିରି ମିଳିବା ପରେ ଦୁଇ ଜଣ ନିଜର ପାଳନ ପୋଷଣ କରି ପାରିବେ ।

କୁହାଯାଉଛି କି ଦୁଇ ଜଣ ଏହି ବର୍ଷ ଜୁଲାଇ ମାସରେ ଇଲେକ୍ଟ୍ରିକଲ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ ଓ କିଛି କମ୍ପାନୀରେ ଜୁନିୟର ଇଞ୍ଜିନିୟର ପଦରେ ଭର୍ତ୍ତି ହେବା ପାଇଁ ଆବେଦନ କରିଥିଲେ । ସୋହନା ଓ ମୋହନାଙ୍କୁ ଚାକିରି ମିଳିବା ପରେ ଦୁଇ ଜଣ ବହୁତ ଖୁସି ଅଛନ୍ତି ଓ ସେମାନେ କହିଛନ୍ତି କି ପଞ୍ଜାବ ସରକାରଙ୍କ ଅଶେଷ ଅଶେଷ ଧନ୍ୟବାଦ ।