ପାଣିରେ ଏହି 1 ଜିନିଷ ମିଶାଇ ଖାଇ ନିଅନ୍ତୁ, 99 % ଆଣ୍ଠୁ ଗଣ୍ଠି ଦରଜ, ଅନ୍ୟ ସବୁ ପ୍ରକାରର Joint Pain ଗାୟବ ହେଇଯିବ- Health Tips

ଆଜି କାଲି ଦୁନିଆରେ ସାଧାରଣ ଭାବରେ ସମସ୍ତଙ୍କୁ ଗଣ୍ଠି ବିନ୍ଧା ସମସ୍ୟା ଦେଖାଯାଏ । ଅଣ୍ଟା ବିନ୍ଧା ଆଣ୍ଠୁ ଗଣ୍ଠି ବିନ୍ଧା ଇତ୍ୟାଦି ହାଡ ସମସ୍ଯା ଦେଖାଯାଇଥାଏ ସେ ଯୁବକ ହେଉ ବା ବୃଦ୍ଧ ସମସ୍ତଙ୍କୁ ଏହି ସମସ୍ୟା ଦେଖା ଯାଇଥାଏ । ଏହା ଆମର ଖରାପ ଦିନ ଚର୍ଯ୍ୟା ପାଇଁ ହୋଇଥାଏ । ଆମେ ସବୁ ଦିନ କିଛି ନା କିଛି ମସଲା ଜାତୀୟ ଖାଦ୍ୟ ଓ ଫାଷ୍ଟ ଫୁଡ ଆଦି ଖାଇଥାଊ ଏଥି ପାଇଁ ଆମକୁ ଏହିପରି ରୋଗର ସମସ୍ୟା ଦେଖାଯାଇଥାଏ । ଏହା ସାଧାରଣତଃ ବାୟୁ ଜନିତ ରୋଗ ହୋଇଥାଏ ।

ଏହା ଦ୍ଵାରା ଆମକୁ  ଗଣ୍ଠି ବାତ ରୋଗ , ହୃଦ ରୋଗ , ଡାଇବେଟିସ ଓ ଗ୍ୟାଷ୍ଟିକ ଭଳି ରୋଗ ର ମଧ୍ୟ ସମୁଖୀନ ହେବା କୁ ପଡିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହି ସବୁ ରୋଗରୁ ମୁକ୍ତି ପାଇବାର ଦୁଇଟି ସହଜ ଉପାୟ ବିଷୟରେ ଜଣାଇବୁ ।

ପ୍ରଥମ ଉପାୟ ଟି ହେଲା ଜଡା ତେଲ , ଯଦି ଆପଣଙ୍କର ଆଣ୍ଠୁ ବିନ୍ଧା ହେଉଛି , ଚାଲିବା ବେଳେ ଆଣ୍ଠୁରେ କଟ କଟ ଶବ୍ଦ ହେଉଛି ,  ଅଣ୍ଟା ବିନ୍ଧା , ଚେହେରାରେ ଶୁଷ୍କତା ଅଛି , ଶରୀରରେ ୟୁରିକ ଏସିଡ ବୃଦ୍ଧି ହୋଇଛି , ଶରୀରରେ ମୋଟା ପଣ ଅଛି , କୋଷ୍ଟ କାଠିନ୍ୟ ଅଛି , ତେବେ ଆପଣଙ୍କୁ ଗୋଟିଏ ଚାମଚ ଏହି ଯଡ଼ାତେଲକୁ ସକାଳୁ ଉଠି ଖାଲି ପେଟରେ ଉଷୁମ ପାଣି ସହ ୧୦ ଦିନ ସେବନ କରିବା ଦ୍ଵାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହା ଛଡା ପୁରୁଣାରୁ ହାଡ ସମସ୍ୟାକୁ ଦୂର କରିବା ପାଇଁ ଜଡା ତେଲ ରେ ଗୋଟିଏ ଛୋଟ କପଡା କୁ ବୁଡାଇ ରାତିସାର ଛାଡିଦିଅନ୍ତୁ ଓ ଏହାକୁ ଚିପୁଡି ସକାଳୁ ଆପଣଙ୍କ ର ବିନ୍ଧା ହେଉଥିବା ସ୍ଥାନ ରେ ଲଗାଇ ତା ଉପରେ କ୍ରାପ ବାଣ୍ଡେଜ ଗୁଡାଇ ଏହା ଉପରେ ସାମାନ୍ୟ ସେକ ଦେବା ଦ୍ଵାରା କୌଣସି ପୁରୁଣାରୁ ହାଡ ସମ୍ବନ୍ଧୀୟ ସମସ୍ୟା ଖୁବ ଶୀଘ୍ର ଭଲ ହୋଇଯାଏ । ଦ୍ଵିତୀୟ ଉପାୟଟି ହେଲା ଗୋଟିଏ ପାତ୍ରରେ ଦେଢ କପ ପାଣି ଗରମ କରି ସେଥିରେ ଗୋଟିଏ ଛୋଟ ଚାମଚ ସୁଣ୍ଠି ପକାନ୍ତୁ ।

ଏହି ସୁଣ୍ଠି ଦ୍ଵାରା ହୃଦୟ ରୋଗ , ଶରୀର ପୀଡା , ଅଣ୍ଟା ବିନ୍ଧା , ଗ୍ୟାସ ସମସ୍ୟା ଓ ବାଟ ସମମ୍ବନ୍ଧୀୟ ସବୁ ରୋଗ ଭଲ ହୋଇଥାଏ । ଏହା ପରେ ଏହି ପାଣିରେ ଅଧ ଚାମଚ ଜୁଆଣୀ ମିଶାନ୍ତୁ । ଜୁଆଣୀ ଆମ ଶରୀର ବାତ ଦୂର କରିବା ସହ ଆମ ପେଟର ସବୁ ରୋଗକୁ ଭଲ କରିଥାଏ । ଏହା ପରେ ଏଥିରେ ତେଜ ପତ୍ର ପକାନ୍ତୁ । ତେଜ ପତ୍ର ଦ୍ଵାରା ଡାଇବେଟିସ ରୋଗ ଭଲ ହୋଇଥାଏ । ଏହା ଆମ ଶରୀରର ଗ୍ଳୁକୋଜ ଓ କଲୋଷ୍ଟ୍ରାଲ ମାତ୍ରାକୁ ନିୟନ୍ତ୍ରଣ କାରିଥାଏ ।

ପେଟ ରୋଗ ଓ ଗଣ୍ଠି ବିନ୍ଧା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ପାଣିରେ ଏହି ସବୁ ଜିନିଷ ମିଶାଇ ଭଲ ଭାବରେ ଫୁଟାଇ ତାକୁ ଗୋଟିଏ ଛଣା ସାହାଜ୍ୟରେ ଛାଣି ସେଥିରେ କିଛି ଗୁଡ ମିଶାନ୍ତୁ । ଏହା ପରେ ଏହି ମିଶ୍ରଣକୁ ସନ୍ଧ୍ୟା ସମୟରେ ଅର୍ଥାତ ଖାଲି ପେଟରେ ଏହାକୁ ପାଖା ପାଖି ଗୋଟିଏ ମାସ ସେବନ କରିବା ଦ୍ଵାରା ଏହି ସବୁ ରୋଗରୁ ମୁକ୍ତି ମିଳିଥାଏ । ଏହା ଛଡା ବାତକୁ ସନ୍ତୁଳନ କରିବା ପାଇଁ ସାରୁ ପତ୍ରକୁ ତରକାରୀ କିମ୍ବା ପକୁଡି କରି ଖାଇପାରିବେ ।