ପାଣିରେ ପରିସ୍ରା କରୁଥିଲେ ସାବଧାନ ! ପାଣିରେ ଭୁଲରେ ବି ପରିସ୍ରା କରନ୍ତୁ ନାହିଁ ନହେଲେ… ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଜୀବନକୁ ସରଳ ଓ ସୁଖଶାନ୍ତିରେ ପରିପୂର୍ଣ୍ଣ କରିବା ପାଇଁ ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ ।ସକାଳୁ ଉଠିବା ମାତ୍ରେ କେବେ ହେଲେ ଏହି ୫ ଜଣଙ୍କ ମୁହଁ ଦେଖନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ସେମାନେ ହେଲେ ଦୁଶ୍ଚାରିଣୀ ସ୍ତ୍ରୀ, ଲଙ୍ଗଳା ହୋଇଥିବା ଶିଶୁ, କୃପଣ ବ୍ୟକ୍ତି, ଭିକାରି ଓ ଏକ ଆଖିରେ ଦେଖୁଥିବା ବ୍ୟକ୍ତି । ବରଂ ସକାଳୁ ବିଛଣାରୁ ଉଠିବା ମାତ୍ରେ ପ୍ରଥମେ ନିଜ ହାତ ପାପୁଲିକୁ କିଛି ସମୟ ଦର୍ଶନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ମନେରଖନ୍ତୁ ପ୍ରତିଦିନ ଅତିକମରେ ୮ ଗ୍ଳାସ ପାଣି ପିଅନ୍ତୁ । ପାଣି ପିଇବା ବେଳେ ସବୁବେଳେ ବସିକି ପାଣି ପିଅନ୍ତୁ ଓ ଧିରେ ଧୀରେ ପାଣି ପିଅନ୍ତୁ । କେବେବି ଠିଆ ହୋଇ ପାଣି ପିଅନ୍ତୁ ନାହିଁ । ପାଣିରେ କେବେବି ମଳମୂତ୍ର ତ୍ୟାଗ କରନ୍ତୁ ନାହିଁ କିମ୍ବା ଗାଧୋଇବା ବେଳେ ପାଣିରେ କେବେବି ପରିସ୍ରା କରନ୍ତୁ ନାହିଁ, ଏହାଦ୍ବାରା ଆପଣଙ୍କର ଓ ଆପଣଙ୍କ ପରିବାରର ଘୋର ଅମଙ୍ଗଳ ହୋଇଥାଏ ।

ବସିବା ବେଳେ ଅନେକ ସମୟରେ ଗୋଡ ଝିମଝିମ୍ ହୋଇଥାଏ । ଯଦି ଏପରି ହେଉଛି ତେବେ ସେହି ଗୋଡର ବିପରୀତ କାନକୁ ଭିଡି ଧରି ସାତଥର ଓଁ ଉଚ୍ଚାରଣ କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ବାମ ଗୋଡ ଝିମଝିମ୍ ହେଉଛି ତେବେ ଡାହାଣ କାନକୁ ଧରି ଓଁ ଉଚ୍ଚାରଣ କରନ୍ତୁ । ଏଭଳି ପରୀକ୍ଷା କରି ଦେଖନ୍ତୁ ଗୋଡ ଝିମଝିମ ତୁରନ୍ତ ଭଲ ହୋଇଯିବ ।

ଯଦି ଆପଣ ପାଟିରୁ ବାହାରୁଥିବା ବର୍ଜ୍ୟବସ୍ତୁ ଘର କୋଣରେ କିମ୍ବା କବାଟ ପଛରେ ଏଣେତେଣେ ପକାଉଛନ୍ତି, ତେବେ ଏଭଳି ଭୁଲରେ କରନ୍ତୁ ନାହିଁ । ଏହାଦ୍ବାରା ଆପଣ ବହୁ କଷ୍ଟରେ ଅର୍ଜନ କରିଥିବା ଯଶକୀର୍ତ୍ତି ଆପଣଙ୍କ ପାଖରେ ବେଶୀଦିନ ରହିବ ନାହିଁ । ଯଦି ଆପଣଙ୍କ ଜୀବନରେ ରାହୁଙ୍କ ଦଶା ଚାଲିଛି ଓ ରାହୁଙ୍କ ଦଶାରୁ ଖରାପ ଫଳ ଭୋଗ କରୁଛନ୍ତି ତେବେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଆସନରେ ବସେଇବା ପରେ ତାଙ୍କୁ ଶୁଦ୍ଧ ଓ ଥଣ୍ଡା ପାଣି ଗୋଟିଏ ଗ୍ଳାସ ପିଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ଵାରା ରାହୁଙ୍କ ଦଶା ଆଦୌ କ୍ଷତି କରେନାହିଁ ବରଂ ଏହା ଲାଭରେ ପରିଣତ ହୁଏ । ଯଦି ଆପଣଙ୍କୁ କେବେ ଅତ୍ୟଧିକ ଜୋରରେ କ୍ରୋଧ ଆସୁଛି ତେବେ ମନେରଖନ୍ତୁ ଏତିକି ବେଳେ ସବୁବେଳେ ମନେ ମନେ ୧ରୁ ୨୦ ଯାଏଁ ସଂଖ୍ୟା ଗଣନ୍ତୁ । ଏହାପରେ ପୁଣି ଥରେ ୨୦ରୁ ୧ ଯାଏଁ ଗଣି ଗଣି ଆସନ୍ତୁ ।

ଏହାସହ ଯଦି ଅତ୍ୟଧିକ କ୍ରୋଧ ଆସୁଛି ତେବେ କିଛି ନକରି ଦର୍ପଣ ସାମ୍ନାରେ ପାନିଆ ଧରି ବାରମ୍ବାର ମୁଣ୍ଡ କୁଣ୍ଡାନ୍ତୁ । ଦେଖିବେ କ୍ରୋଧ ଆପେ ଆପେ ଶାନ୍ତ ହୋଇଯିବ । ମନ୍ଦିର ଯାଇଥିଲେ ଦର୍ଶନ ସାରି ଫେରିବା ବେଳେ ମନ୍ଦିରର ମୁଖଶାଳାରେ କିଛି ସମୟ ନିଶ୍ଚୟ ବସନ୍ତୁ ଓ ଘରକୁ ଫେରିବା ବାଟରେ ମନ୍ଦିରରେ ଭାବନା ଓ ଚିନ୍ତାଧାରା ମନ ଭିତରେ ରଖନ୍ତୁ । ଏପରି କରିବା ଦ୍ଵାରା ଠାକୁରଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।