ମନ୍ଦିରରେ କାହିଁକି ରହିଛି ସ୍ତ୍ରୀ ମାନଙ୍କର ଉଲଗ୍ନ ମୂର୍ତ୍ତି ? ଏହା ପଛରେ ରହିଛି ବଳିଷ୍ଠ ପୌରାଣିକ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, Pandit Soumyaranjan Panda

ପ୍ରାଚୀନ ଦେବାଳୟ ଗୁଡିକୁ ଗଲେ ସେଠାକାର କାନ୍ଥରେ ଚାରିଆଡେ ନଗ୍ନ ମୂର୍ତ୍ତି ତଥା ଶୃଙ୍ଗାର ଓ ରାସକ୍ରୀଡାରେ ପରିପୂର୍ଣ୍ଣ ମୂର୍ତ୍ତିମାନ ଦେଖିବାକୁ ମିଳେ । ଏହାର କାରଣ କଣ ଆପଣଙ୍କ ମନରେ ଅନେକ ଥର ପ୍ରଶ୍ନ ଆସିଥିବ । କିନ୍ତୁ ଲଜ୍ଜାରେ ଆପଣ ହୁଏ କାହାକୁ ପଚାରି ନଥିବେ । କିନ୍ତୁ ଏହା ପଛରେ ଶାସ୍ତ୍ରୀୟ ମତ ତଥା ପୌରାଣିକ ରହସ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ପଣ୍ଡିତ ସୌମ୍ଯରଞ୍ଜନ ପଣ୍ଡାଙ୍କ ଠାରୁ ଏହାର ପ୍ରକୃତ କାରଣ ।

ଶାସ୍ତ୍ର ଅନୁଯାୟୀ, ଯିଏ ଜପ ତପ କରନ୍ତି ତାଙ୍କର ବିଘ୍ନ କରିବା ପାଇଁ ଦେବତାମାନେ ସର୍ବଦା ଉପସ୍ଥିତ ହୋଇଯାନ୍ତି । କାରଣ କୁହାଯାଏ ସଂପୂର୍ଣ୍ଣ ହୃଦୟରେ ଜପ ତପ ଦ୍ଵାରା ସ୍ଵର୍ଗକୁ ମଧ୍ୟ ଲାଭ କରିହୁଏ । ବଳୀ ମଧ୍ୟ ଜପ ତପ ଦ୍ଵାରା ଇନ୍ଦ୍ରପଦ ପ୍ରାପ୍ତ କରିଥିଲେ । ତେଣୁ କେହି ଜପ ତପ କଲେ ଦେବତାଙ୍କ ମନରେ ଭୟ ସୃଷ୍ଟି ହୁଏ ଏବଂ ସେଥିରେ ବିଘ୍ନ ଆଣିବା ପାଇଁ ଦେବତାମାନେ ଓହ୍ଲାଇ ଆସନ୍ତି ।

ପୂର୍ବକାଳରେ ସାଧକମାନେ ସାଧନା କରିବା ପାଇଁ ଯେକୌଣସି ତୀର୍ଥସ୍ଥଳୀ ବା ମନ୍ଦିରକୁ ଯାଇଥାନ୍ତି । ଆଉ ସେଠାରେ ତାଙ୍କ ତପସ୍ୟାକୁ ଭଗ୍ନ କରିବା ପାଇଁ ଦେବତାମାନେ ଆସିଯାନ୍ତି । ଏଥିପାଇଁ ଗୋଟି ଗୋଟି କରି ସମସ୍ତ ଦେବତାଙ୍କୁ ପଠାଇଥାନ୍ତି ଇନ୍ଦ୍ର ମହାଦେବ । ଆଉ ତଥାପି ସାଧକଙ୍କ ତପସ୍ୟା ଭଙ୍ଗ ନହେଲେ ସେ ନିଜେ ମଧ୍ୟ ଆସିଯାନ୍ତି ।

ଯେତେବେଳେ ସାଧକମାନେ ଜାଣିବାକୁ ପାଇଲେ ଦେବତାମାନେ ହିଁ ତାଙ୍କ ତପସ୍ୟାରେ ବିଘ୍ନ ଆଣୁଛନ୍ତି, ସେମାନଙ୍କୁ ରୋକିବା ପାଇଁ ଉପାୟ ଖୋଜିଲେ । ସାଧକଗଣ ବୁଝିଥିଲେ ଯେ ଦେବତାମାନେ ହେଉଛନ୍ତି ଶୃଙ୍ଗାର ପ୍ରିୟ । ତେଣୁ ଯଦି ଏହିସବୁ ନଗ୍ନ ମୂର୍ତ୍ତି ତାଙ୍କ ସାଧନାସ୍ଥଳୀ ବାହାରେ ରହେ ତେବେ ଏସବୁ ଦେଖି ସେମାନେ ରମ୍ଭା, ମେନକା କଥା ମନେପକାଇ ଫେରିଯିବେ ।

ତେଣୁ ତନୁଯୁଗଳ ଦେଖା ଯାଉଥିବା ସ୍ତ୍ରୀ ମାନଙ୍କର ଉଲଗ୍ନ ମୂର୍ତ୍ତି ଏବଂ ବିଭିନ୍ନ ପ୍ରକାର ରାସକ୍ରୀଡାର ମୂର୍ତ୍ତି ମନ୍ଦିର ଚାରିପଟେ ଉପସ୍ଥାପନା କରିଦେଲେ । ଏହା ପରଠାରୁ ଦେବତାମାନେ ଆଉ ତାଙ୍କ ତପସ୍ୟାରେ ବିଘ୍ନ କରିବା ପାଇଁ ଆସନ୍ତିନି ।

ସେହିପରି ମନ୍ଦିର ଚାରିପଟେ ସ୍ତ୍ରୀ ମାନଙ୍କର ନଗ୍ନ ମୂର୍ତ୍ତି ରହିବାର ଅନ୍ୟ ଏକ କାରଣ ହେଉଛି, ରାଜପୁତ୍ରମାନେ ଗୁରୁକୁଳରୁ ବିଦ୍ୟା ଅଧ୍ୟୟନ ସାରି ଫେରିବା ପରେ ତାଙ୍କୁ ବିବାହ ପାଇଁ ପ୍ରସ୍ତୁତ କରାଯାଏ । ସେହି ଯୁଗରେ ସେମାନଙ୍କୁ ମନ୍ଦିର ଚାରିପଟେ ଥିବା ଶୃଙ୍ଗାର ରସକୁ ଦେଖାଇ ସେଥିପ୍ରତି ତାଙ୍କୁ ଆକର୍ଷିତ କରିଥାନ୍ତି । ସେହିପରି ମନ୍ଦିରରେ ଆମ ଭକ୍ତି ଭାବନାର ପରୀକ୍ଷା ନିମନ୍ତେ ମଧ୍ୟ ଏଭଳି ନଗ୍ନ ମୂର୍ତ୍ତିମାନ ରହିଥାଏ ବୋଲି ବିଶ୍ବାସ କରାଯାଏ ।

ସବୁ ମଧ୍ୟ ଦେଇ ଯିଏ ଈଶ୍ଵରଙ୍କୁ ଦେଖିପାରେ ଓ ତାଙ୍କ ଠାରେ ଧ୍ୟାନ କେନ୍ଦ୍ରୀଭୂତ କରିପାରେ ସେ ତା’ ମନକୁ ଦୂଷିତ ହେବାକୁ ଦେଇ ନଥାଏ । ତା’ର ପ୍ରାର୍ଥନା ଓ ଭକ୍ତି ଇଶ୍ଵର ସ୍ଵୀକାର କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।