ପଞ୍ଚୁକ ପାଞ୍ଚଦିନ କରନ୍ତୁ ଏହି 5 କାର୍ଯ୍ୟ ଏବଂ ଏହି 5 ଗୋଟି ସ୍ଥାନରେ ଦୀପ ଲଗାଇବାକୁ ଭୁଲନ୍ତୁ ନାହିଁ, କୋଟି ପୂଣ୍ୟ ଅର୍ଜନ କରିବା ସହ ଯାହା ଚାହିଁବେ ତାହା ପାଇବେ (Astrologer Dr. Jagadananda Acharya)

ଆଉ ମାତ୍ର କିଛିଦିନରେ ଶେଷ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ମାସ । କାର୍ତ୍ତିକ ମାସ ଶେଷ ବେଳକୁ ପଞ୍ଚୁକ ପାଞ୍ଚଦିନ କେଉଁ ବିଶେଷ କାର୍ଯ୍ୟ କରିବା ସହ କେଉଁ ପାଞ୍ଚୋଟି ସ୍ଥାନରେ ଦୀପ ଜଳାଇଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଜଗଦାନନ୍ଦ ଆଚାର୍ଯ୍ୟଙ୍କ ଠାରୁ । ଏହି ମାସ ଭଗବାନ ଶ୍ରୀହରିଙ୍କ ଅତିପ୍ରିୟ ଅଟେ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ପୁରା ବର୍ଷର ପୂଣ୍ୟ ଫଳ ଏହି କାର୍ତ୍ତିକ ମାସର ବ୍ରତରେ ମିଳିଥାଏ ।

ଧର୍ମ ଅର୍ଜନ କରିବା ପାଇଁ କାର୍ତ୍ତିକ ମାସକୁ ସବୁଠୁ ଶ୍ରେଷ୍ଠ ବୋଲି ମାନାଯାଏ । ଶାସ୍ତ୍ରରେ ଉଲ୍ଲେଖ ଅଛି, କାର୍ତ୍ତିକ ମାସର ଶୁକ୍ଲପକ୍ଷ ଏକାଦଶୀ ତିଥି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ପାଞ୍ଚ ଦିନ ରୁହେ ତାକୁ ପଞ୍ଚୁକ ବ୍ରତ ବା ଭୀଷ୍ମ ପଞ୍ଚୁକ ବୋଲି କୁହାଯାଏ । କାରଣ ଗୋଲାକାବିହାରୀ ଶ୍ରୀବାସୁଦେବଙ୍କ ଠାରୁ ପ୍ରଥମେ ଭୀଷ୍ମ ଏହି ପଞ୍ଚୁକ ବ୍ରତ ପାଇଥିଲେ । ତେବେ ଆସନ୍ତୁ ଜାଣିବା କେଉଁ ପାଞ୍ଚୋଟି କାର୍ଯ୍ୟ କାର୍ତ୍ତିକ ମାସରେ କରିବା ଉଚିତ ।  ପ୍ରଥମ କାର୍ଯ୍ୟଟି ହେଉଛି ପ୍ରାତଃ ସ୍ନାନ ।

ଶାସ୍ତ୍ର କୁହେ କି, କାର୍ତ୍ତିକ ମାସରେ ପୂଣ୍ୟ ନଦୀ ବା ତୀର୍ଥ ଜଳରେ ସ୍ନାନ କଲେ ସମସ୍ତ ପାପ-ତାପ ଦୂର ହେବା ସହ ଅଶେଷ ପୂଣ୍ୟଫଳ ପ୍ରାପ୍ତ ହୁଏ । ତେଣୁ ଆପଣ ଯଦି କାର୍ତ୍ତିକ ମାସରେ ବ୍ରତ ରଖିନାହାନ୍ତି ତେବେ ଏହି ପଞ୍ଚୁକ ପାଞ୍ଚ ଦିନ ପ୍ରାତଃ ସ୍ନାନ କରନ୍ତୁ । ଏପରି କରିବା ଦ୍ଵାରା ପୁଷ୍କର ସ୍ନାନର ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ।

ଦ୍ଵିତୀୟ କାର୍ଯ୍ୟଟି ହେଉଛି ତୁଳସୀ ପୂଜନ । ଶାସ୍ତ୍ର କୁହେ, ସବୁ ପ୍ରାଣୀଙ୍କର ରକ୍ଷକ ତଥା ବିଶ୍ଵପାଳକ ଭଗବାନ ଶ୍ରୀହରି ତୁଳସୀ ବୃକ୍ଷ ରୂପେ ପ୍ରକଟିତ । ତେଣୁ ଏହି ପଞ୍ଚୁକ ପାଞ୍ଚଦିନ ନିହାତି ଭାବେ ତୁଳସୀଙ୍କୁ ପୂଜା ଦ୍ଵାରା ପୂଣ୍ୟ ମିଳିଥାଏ । ତୃତୀୟ କାର୍ଯ୍ୟ ହେଉଛି ଧାତ୍ରୀ ପୂଜନ ଅର୍ଥାତ ଅଅଁଳା ବୃକ୍ଷର ପୂଜା । ଶାସ୍ତ୍ରରେ ଲେଖାଯାଇଛି, ଯଦି ଆପଣ କାର୍ତ୍ତିକ ମାସରେ ଅଅଁଳା ବୃକ୍ଷ ପୂଜା କରିନାହାନ୍ତି ତେବେ ଏହି ପଞ୍ଚକ ପାଞ୍ଚଦିନ ଧାତ୍ରୀ ବୃକ୍ଷ ଅଅଁଳାକୁ ପୂଜା କରିବା ଦ୍ଵାରା ଅଶେଷ ପୂଣ୍ୟ ମିଳେ ।

କାହିଁକି ନା ଶାସ୍ତ୍ରାନୁସାରେ ଏହି କାର୍ତ୍ତିକ ମାସରେ ଅଅଁଳା ବୃକ୍ଷର ପତ୍ରରେ ଭଗବାନ ଶ୍ରୀହରି ଶୟନ କରିଥାନ୍ତି । ଚତୁର୍ଥ କାର୍ଯ୍ୟ ହେଉଛି ଶ୍ରୀବିଷ୍ଣୁଙ୍କ ପୂଜା । ବିଷ୍ଣୁପୁରାଣ ଅନୁସାରେ ଧର୍ମସାଧନ ଓ ପୂଣ୍ୟ ଅର୍ଜନ କରିବା ପାଇଁ କାର୍ତ୍ତିକ ମାସ ଅତ୍ୟନ୍ତ ଉତ୍କୃଷ୍ଟ ମାସ ଅଟେ ।

ତେଣୁ ପଞ୍ଚୁକ ପାଞ୍ଚିଦିନ ବ୍ରତ ରଖି ଭଗବାନ ଶ୍ରୀହରିଙ୍କୁ ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପଞ୍ଚମ କାର୍ଯ୍ୟ ହେଉଛି ଦୀପଦାନ । ପଞ୍ଚୁକ ପାଞ୍ଚ ଦିନରେ ଦୀପଦାନ କରିବାର ବିଶେଷ ବିଧି ରହିଛି । ଖାସ୍ କରି ପାଞ୍ଚୋଟି ଜାଗାରେ ଦୀପଦାନ କରିବାକୁ କେବେବି ଭୁଲନ୍ତୁ ନାହିଁ ।

ମା ବୃନ୍ଦାବତୀଙ୍କ ପାଖରେ, ଅଅଁଳା ବୃକ୍ଷ ପାଖରେ, ଗୁହାଳରେ, ଭଗବାନ ଶ୍ରୀହରିଙ୍କ ପାଖରେ ଏବଂ ଅଶ୍ଵତଥ ବା ଓସ୍ତ ବୃକ୍ଷ ମୂଳରେ ଯଦି ଆପଣ ଦୀପ ଜଳାଉଛନ୍ତି ଆପଣ ଯେକୌଣସି ମନୋବାଞ୍ଛା ରଖିଥିବେ ତାହା ଅବିଳମ୍ବେ ପୂରଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।