ଏହି 5 ଟି ସଂକେତ କହିଥାଏ ଆପଣ ଜଣେ ବୁଦ୍ଧିମାନ ମଣିଷ – Signs Of Genius

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ବିଶ୍ୱାସ , ଆମେ ବହୁତ ସମୟରେ ନିଜେ ନିଜକୁ ବିଶ୍ଵାସ କରି ନ ଥାଉ । ଖାସ କରି ଆମ ଅସଫଳତା ଯୋଗୁଁ ଆମେ ଆମ ନିଜ ଉପରେ ବିଶ୍ୱାସ କରିପାରିନଥାଉ । କିନ୍ତୁ ଗୋଟେ କଥା କୁ ଗଣ୍ଠି ପକାଇ ରଖନ୍ତୁ । ଆମେ ଯଦି ଆମ ନିଜ କ୍ଷମତା ଉପରେ ବିଶ୍ୱାସ କରିପାରିବା ନାହିଁ ତେବେ ଆମ ଉପରେ ମଧ୍ୟ କେହି ବିଶ୍ଵାସ କରିବେ ନାହିଁ । ଆମ ସମସ୍ତଙ୍କ ଭିତରେ ଗୋଟେ ଅସାଧାରଣ ଶକ୍ତି ରହିଛି । ଆଜି ଆମେ ଗୋଟେ ଛୋଟ ଚେଷ୍ଟା କରିବା ଆପଣଙ୍କ ସେହି ଶକ୍ତି କୁ ଚିନ୍ହିବା ପାଇଁ ।

ଯଦି ଏହି ପାଞ୍ଚଟି କଥା ମଧ୍ୟରୁ ତିନୋଟି କଥା ଆପଣଙ୍କ ଭିତରେ ରହିଛି ତେବେ ଆପଣ ମଧ୍ୟ ଜାଣନ୍ତୁ ଆପଣଙ୍କ ମଧ୍ୟରେ ବି କିଛି ଅସାଧାରଣ ଶକ୍ତି ଭରି ରହିଛି । ଆଉ ଆପଣ ଆପଣଙ୍କ କ୍ଷମତା ଏବଂ ନିଜ ଉପରେ ବିଶ୍ୱାସ କରିବା ଆରମ୍ଭ କରନ୍ତୁ । ବୁଦ୍ଧିମାନ କଣ ?

ଏହି ପ୍ରଶ୍ନ ରେ ଚାର୍ଲସ ବାବେଜ଼ ଙ୍କ ୧୯୦୪ ମସିହାରେ ପ୍ରଥମେ ସିଦ୍ଧାନ୍ତ ଆସିଥିଲା । ସେ କହିଥିଲେ ଯଦି ଜଣେ ତାର ଆଖି ପରୀକ୍ଷା ରେ ନିଜର ସଫଳ ପ୍ରଦର୍ଶ କରିପାରୁଛି ତେବେ ସେ ଜଣେ ନିଶ୍ଚିତ ବୁଦ୍ଧିମାନ । ସେ ତାର ବୁଦ୍ଧି ସବୁ ଜାଗାରେ ପ୍ରଦର୍ଶନ କରିପାରିବ । ସେହି ସମୟରେ ମଲ୍ଟି ବିଶ୍ଳେଷଣ ଏହାର ବିପରୀତ କୁ ବୁଝାଇଲା । ସେ କହିଲା ବୁଦ୍ଧିମାନ ଆଠ ପ୍ରକାର ର ସବୁ ମନୁଷ୍ୟ ବୁଦ୍ଧିମାନ ହୋଇପାରିବ ନାହିଁ । ସମସ୍ତଙ୍କର ପାଖରେ ସବୁ ଗୁଣ ରହିପାରିବ ନାହିଁ ।

 

ସେହି ସମୟରେ ରବର୍ଟ କହିଲେ ବୁଦ୍ଧିମାନ ତିନି ପ୍ରକାର ର ହୋଇଥାଏ । କଣ ଆପଣ ଆପଣଙ୍କର ଆଖପାଖ ଲୋକଙ୍କୁ ହସେଇଥାନ୍ତି । ନିଜେ ସବୁବେଳେ ହସିବା ସହ ଆପଣଙ୍କ ଦ୍ବାରା ଆଉ କାହାକୁ ହସେଇପାରନ୍ତି କି । ଯଦି ଆପଣଙ୍କ ପାଖକୁ କିଏ ଜଣେ ସମସ୍ୟା ନେଇ ଆସିଲା ତେବେ ଆପଣ ତାକୁ ସମସ୍ୟା ଭାବରେ ନ ନେଇ ତାର ସମାଧାନ ର ବାଟ କହିଦେଉଛନ୍ତି । ତେବେ ଆପଣ ଜଣେ ବୁଦ୍ଧିମାନ ଲୋକ । ଯଦି ଆପଣ ମଜାଳିଆ ତେବେ ଆପଣ ବୁଦ୍ଧିମାନ ।

୧୯୯୦ ମସିହାରେ ଡାକ୍ତର ମାଇକଲ ଜଙ୍କସନ ପରୀକ୍ଷା କରିଥିଲେ ଯେଉଁ ଲୋକ ମାନେ ଭଲ ମଜା କରୁଥିଲେ ତାଙ୍କୁ ସମସ୍ୟା କୁ ସମାଧାନ କରିବା ପାଇଁ ବହୁତ କମ ସମୟ ଲାଗୁଥିଲା । ଏ ପି ଯେ ଅବଦୁଲ କଲାମ କହିଥିଲେ ଯେ ବିଦ୍ୟାଳୟ ର ଯିଏ ପୁରା ପଛ ରେ ବସେ ସେ ଦୁନିଆ ରେ ସବୁ କିଛି କରିପାରିବ । ହଁ ଆଗରେ ବସୁଥିବା ପିଲା ସବୁ ଉତ୍ତର କହିବେ କିନ୍ତୁ ପଛ ପିଲା ଦୁନିଆର ସବୁ ଅସୁବିଧା କୁ ସମାଧାନ କରିଦେଇପାରିବେ । ଯିଏ ଛୋଟ ବେଳୁ ନିଜେ ନିଜେ ଭିତରେ ଖୁସି ରହିପାରିଲା ଏବଂ ଯିଏ ଛୋଟ ବେଳୁ ବହି କୁ ପଢିଲା ସେ ତା ନିଜ ଭିତରେ ଓ ବହି ମଧ୍ୟ ରେ ଖୁସିରହିଲା ସିଏ ଜଣେ ବୁଦ୍ଧିମାନ ।

କଣ ଆପଣ ବାମ ହାତରେ ଲେଖନ୍ତି ତେବେ ଖୁସି ହେଇ ଯାଆନ୍ତୁ । କାରଣ ବାମ ହାତ ରେ ଲେଖିଲା ଵାଲା ବହୁତ ବୁଦ୍ଧିମାନ ହୋଇଥାନ୍ତି । କଣ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି । ଚିନ୍ତା ପୂର୍ଣ୍ଣ ରହିବା ନିଜ ଶରୀର ଏବଂ ମନ ପାଇଁ ଖୁବ ଉପଯୋଗୀ ହୋଇଥାଏ ।

ଚିନ୍ତା ରେ ରହୁଥିବା ବ୍ୟକ୍ତି ବହୁତ କର୍ମଶୀଳ ହୋଇଥାନ୍ତି ଏବଂ ସେମାନେ ସବୁ ସମସ୍ୟା ର ସମାଧାନ କରିବାର ଶକ୍ତି ତାଙ୍କ ଭିତରେ ରହିଥାଏ । ଆମେ ଚିନ୍ତା କୁ ସକାରତ୍ମକ ଏବଂ ନକରାତ୍ମକ ଆଦି ଦୁଇଟି ଭାବରେ ନେଇପାରିବା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।