Vastu Shastra- ଏହି 5 ଟି ଗଛ ଆପଣଙ୍କୁ ବନେଇପାରେ ଭିକାରି, ଦେଖନ୍ତୁ କଣ ଆପଣଙ୍କ ବାଡିରେ ତ ନାହିଁ ?

ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି ଗଛ ରହିଛି ଯାହାକୁ ଘରେ ରଖିଲେ ଅଶୁଭ ହୋଇଥାଏ । ଏହି ଗଛ ଗୁଡିକ ଘରେ ରହିଲେ ଦୁଖ କଷ୍ଟ ହେବା ସହ ଧନର ମଧ୍ୟ ଅଭାବ ରହିଥାଏ ।

ତେଣୁ ଏହି ଗଛ ଗୁଡିକୁ ଭୁଲରେ ବି ଘରେ ରଖିବା ଅନୁଚିତ । ଆସନ୍ତୁ ଜାଣିବା ସେହି ଗଛ ଗୁଡିକ କଣ ଅଟେ । ଖଜୁରୀ ଗଛ : ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଖଜୁରୀ ଗଛ ରହିଥାଏ ସେହି ଘରେ ଦରିଦ୍ରତା ଦେଖାଯାଏ । ଏହି ଗଛ ବହୁତ ଅଶୁଭ ହୋଇଥିବାରୁ ଘରେ ଆର୍ଥିକ ସମସ୍ଯା ଦେଖାଯାଏ । ତେଣୁ ଖଜୁରୀ ଗଛ ଘରେ ଲଗାଇବା ଅନୁଚିତ ।

ବରକୋଳି ଗଛ : ଏହି ଗଛକୁ ଶୁଭ ମାନାଯାଏ ନାହି । ଏହି ଗଛ ଘରେ ରହିବା ଫଳରେ ନାକାରାତ୍ମକ ଶକ୍ତିର ବାସ ହୋଇଥାଏ । ବରକୋଳି ଗଛରେ କଣ୍ଟା ଥିବାରୁ ଏହାକୁ ଘରେ ରଖିବା ଶୁଭ ହୋଇଥାଏ । ତେଣୁ କଣ୍ଟା ଥିବା ଗଛକୁ ଘରେ ଲଗାଇବା ଅନୁଚିତ ।

ତେନ୍ତୁଳୀ ଗଛ : ଯଦି ଘର ପାଖରେ କୌଣସି ତେନ୍ତୁଳୀ ଗଛ ଥାଏ ତେବେ ଏହାକୁ କାଟି ଦେବା ଉଚିତ । କାରଣ ଏହି ଗଛରେ ନାକାରାତ୍ମକ ଶକ୍ତିର ବାସ ରହିଥାଏ । ଯେଉଁ ଘରେ ଏହି ଗଛ ଲଗା ଯାଇଥାଏ ସେହି ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଖରାପ ଓ ପରିବାରରେ ଅଶାନ୍ତି ଲାଗି ରହିଥାଏ । ତେଣୁ ଏହି ଗଛକୁ ଘରେ ଲଗାଇବା ଅନୁଚିତ ।

ଅରଖ ଗଛ : ଅରଖ ଗଛକୁ ଅଶୁଭ ବୋଲି ମାନାଯାଏ । ଏହି ଗଛ ଘରେ ରହିଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛକୁ ନାକାରାତ୍ମକ ମାନା ଯାଇଛି ।

ବର ଗଛ : ଘର ଆଖପାଖରେ ବା ଘରେ ବର ଗଛ ଥିଲେ ଶୁଭ ହୋଇ ନ ଥାଏ । ଘରେ ଏହି ଗଛ ରହିଲେ ଧନ ହାନି ହୋଇଥାଏ । ତେଣୁ ବର ଗଛ ଘରେ ଲଗାଇବା ଅନୁଚିତ ।

ଲଙ୍କା ଗଛ : ଅନେକ ଲୋକମାନେ ଘରେ ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ଲଙ୍କା ଗଛ ଲଗାଇଥାନ୍ତି । ଶାସ୍ତ୍ର ଅନୁସାରେ ଲଙ୍କା ଗଛ ଘରେ ଲଗାଇବା ଅନୁଚିତ । ଏହି ଗଛ ଘରେ ରହିଲେ ନାକାରାତ୍ମକ ପ୍ରଭାବ ପଡିଥାଏ ।

ଏହି ଗଛ ଗୁଡିକୁ ଶୁଭ ମନାଯାଏ : ଶାସ୍ତ୍ର ଅନୁସାରେ ଘରେ ସୁଖଶାନ୍ତି ରହିବା ପାଇଁ କେଉଁ ସବୁ ଗଛ ଲଗାଇବା ଉଚିତ ତାହା ନିମ୍ନରେ ଦିଆଗଲା ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସୁଖସାନ୍ତି ରହିଥାଏ ।

ମନି ପ୍ଳାଣ୍ଟ ଘରେ ରହିଲେ ଶୁଭ ହୋଇଥାଏ । ଏହା ସହ ଘରେ ଧନର ଅଭାବ ଦେଖାଯାଏ ନାହି ।

ଅଶୋକ ଗଛକୁ ଶୁଭ ବୋଲି ମନା ଯାଇଛି । ଘରେ ଏହି ଗଛ ରହିଲେ ସାକାରାତ୍ମକ ପ୍ରଭାବ ରହିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ