ଏହି ପାଞ୍ଚଟି ବିବାହକୁ ଦେଖିବାପାଇଁ ଆସିଥିଲେ ସବୁ ଭଗବାନ, ଦେଇଥିଲେ ଆଶୀର୍ବାଦ

ହିନ୍ଦୁ ଧର୍ମରେ ବିବାହକୁ ପବିତ୍ରତାର ମାନ୍ୟତା ଦିଆଯାଇଛି । ଏହି ବନ୍ଧନ କେବଳ ମଣିଷଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ନୁହେଁ ବରଂ ଭଗବାନଙ୍କ ପାଇଁ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ପୁରାଣ ଅନୁସାରେ ବା ହିନ୍ଦୁ ଧର୍ମ ଅନୁସାରେ ଏମିତି ବହୁତ ବିବାହ ରହିଛି, ଯାହାକୁ ଦେଖିବାପାଇଁ ସବୁ ଭଗବାନ ଉପସ୍ଥିତ ରହିଥାନ୍ତି । ଆଜ୍ଞା ହଁ ଭଗବାନ ସେହି ବିବାହରେ ଉପସ୍ଥିତ ରହି ନବବିବାହିତଙ୍କୁ ଆଶୀର୍ବାଦ ମଧ୍ୟ ଦିଅନ୍ତି । ଏହି ଘଟଣା ବିଷୟରେ ସୂଚନା ଆପଣଙ୍କୁ ପୁରାଣରେ ମିଳିଯିବ, କିନ୍ତୁ ଆମେ ଏଠାରେ ଆପଣଙ୍କୁ ସେହି ବିବାହ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଭଗବାନ ଉପସ୍ଥିତ ରହି ପୁଷ୍ପବର୍ଷା କରିଥିଲେ ।

ରାମ ଓ ସୀତାଙ୍କ ବିବାହ

ରାମାୟଣ ଅନୁସାରେ ରାମ ଓ ସୀତାଙ୍କ ବିବାହ ଇତିହାସର ସବୁଠାରୁ ଆଲୋଚନାର ବିଷୟ ହୋଇଥିଲା । ଏହି ବିବାହରେ କେବଳ ସାଧାରଣ ଲୋକ ଉପସ୍ଥିତ ନଥିଲେ, ତାଙ୍କ ସହ ସବୁ ଭଗବାନ ମଧ୍ୟ ଉପସ୍ଥିତ ରହିଥିଲେ । ଏହା ଛଡା ଏହି ବିବାହରେ ତ୍ରିଦେବଙ୍କ ସହ ସବୁ ଭଗବାନ ସାମିଲ ହୋଇଥିଲେ । କୁହାଯାଏ କି ଏମାନଙ୍କ ବିବାହ ଦେଖିବାପାଇଁ ବ୍ରହ୍ମା, ବିଷ୍ଣୁ, ଓ ରୁଦ୍ର ପୂଜାରି ରୂପ ଧରି ଆସିଥିଲେ । ଯାହାପରେ ଏମାନଙ୍କ ବିବାହ ଧୁମଧାମରେ ହୋଇଥିଲା । କୁହାଯାଏ ରାମ ଓ ସୀତାଙ୍କୁ ସବୁ ଦେବତାଙ୍କର ଆଶୀର୍ବାଦ ମିଳିଥିଲା ।

ଶିବ,ପାର୍ବତୀ ଓ ସତୀଙ୍କ ବିବାହ

ଭଗବାନ ଶିବ ପ୍ରଥମେ ସତୀଙ୍କ ସହ ବିବାହ କରିଥିଲେ । ଏହି ବାହାଘରକୁ ଦେଖିବାପାଇଁ ସବୁ ଦେବତାଗଣ ଉପସ୍ଥିତ ଥିଲେ । ଏହି ବିବାହ ବହୁତ କଠିନ ପରିସ୍ଥିତରେ ହୋଇଥିଲା । ଭଗବାନ ବ୍ରହ୍ମା କହିଥିବାରୁ ସତୀଙ୍କ ପିତା ଶିବଙ୍କ ସହ ତାଙ୍କର ବିବାହ ପାଇଁ ରାଜି ହୋଇଥିଲେ, କିନ୍ତୁ ସତୀ ଅଗ୍ନିରେ ଝାସ ଦେଲେ । ଏହା ପରେ ପାର୍ବତୀଙ୍କ ସହ ଶିବଙ୍କ ବିବାହ ହେଇଥିଲା । ଶିବ ଓ ପାର୍ବତୀଙ୍କ ବାହାଘରରେ ସବୁ ଦେବତା ବରଯାତ୍ରୀ ହୋଇଯାଇଥିଲେ ଓ ଆଶୀର୍ବାଦ କରିଥିଲେ ।

ଗଣେଶଙ୍କ ବିବାହ

ଗଣେଶଙ୍କ ବିବାହ ଏକ ରୋଚକ ପରିସ୍ଥିତିରେ ହେଇଥିଲା । କାରଣ ତାଙ୍କର ବିବାହ ହୋଇ ପାରୁନଥିଲା, କିନ୍ତୁ ପରେ ତାଙ୍କର ବିବାହ ଜଣେ ନୁହେଁ ବରଂ ଦୁଇ ଜଣ କନ୍ୟାଙ୍କ ସହ ହୋଇଥିଲା । ପୁରାଣ ଅନୁସାରେ, ଗଣେଶଙ୍କର ବାହାଘର ପ୍ରଜାପତି ବିଶ୍ଵକର୍ମାଙ୍କ କନ୍ୟା ରିଦ୍ଧି ଓ ସିଦ୍ଧିଙ୍କ ସହ ହୋଇଥିଲା । ଯାହାଙ୍କର ଦୁଇଟି ପୁତ୍ର ହୋଇଥିଲେ ଓ ସେମାନଙ୍କୁ ଶୁଭ ଓ ଲାଭ ନାମରେ ଜଣାଯାଏ । ଏହି ବିବାହରେ ସବୁ ଦେବତା ସାମିଲ ହୋଇ ଆଶୀର୍ବାଦ ଦେଇଥିଲେ ।

ବିଷ୍ଣୁ ଓ ଲକ୍ଷ୍ମୀଙ୍କ ବିବାହ

ପୁରାଣରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ବିବାହ ମଧ୍ୟ ଆଲୋଚନାର ବିଷୟ ହୋଇଥିଲା । ପ୍ରକୃତରେ, ଲକ୍ଷ୍ମୀଙ୍କ ସ୍ୱୟମ୍ବର ଆୟୋଜିତ ହୋଇଥିଲା କିନ୍ତୁ ବିଷ୍ଣୁଙ୍କୁ ମନେ ମନେ ଲକ୍ଷ୍ମୀ ନିଜ ସ୍ଵାମୀ ମାନି ନେଇଥିଲେ । ନାରଦ ମଧ୍ୟ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଲକ୍ଷ୍ମୀ ବିଷ୍ଣୁଙ୍କ ଗଳାରେ ମାଳ ପିନ୍ଧାଇ ଥିଲେ । ଯାହାପରେ ନାରଦଙ୍କ ମନ ଉଦାସ ହୋଇ ଯାଇଥିଲେ । ଏହି ବାହାଘରକୁ ମଧ୍ୟ ସମସ୍ତଙ୍କ ଆଶୀର୍ବାଦ ମିଳିଥିଲା ।

ରୁକ୍ମଣି ଓ କୃଷ୍ଣଙ୍କ ବିବାହ

ରୁକ୍ମଣି ଓ କୃଷ୍ଣଙ୍କ ବିବାହ ମଧ୍ୟ ଆଲୋଚନାର ବିଷୟ ଅଟେ । ଏହି ବିବାହ ସହ ଜଡିତ ବହୁତ ବିଷୟ ରାମାୟଣରେ ରହିଛି । ଏହି ବିବାହରେ ମଧ୍ୟ ସବୁ ଦେବତା ଉପସ୍ଥିତ ରହି ଆଶୀର୍ବାଦ ଦେଇଥିଲେ ।