ଭୋକିଲାଙ୍କ ପାଇଁ ଭଗବାନ ସାଜି ଆସିଲେ ମଧ୍ୟପ୍ରଦେଶର ପାଞ୍ଚଜଣ ଯୁବକ, ଆରମ୍ଭ କଲେ ରୋଟି ବ୍ୟାଙ୍କ

ଦେଶର ବହୁ ଜାଗାରେ ବହୁତ ଲୋକଙ୍କୁ ଭୋକିଲା ପେଟରେ ରହିବାକୁ ପଡିଥାଏ, ତାଙ୍କୁ ଦିନକୁ ଥରେ ମଧ୍ୟ ଖାଇବାକୁ ମିଳେ ନାହିଁ । ଏହି ପରି ଲୋକ ପ୍ରାୟତଃ ରେଲୱେ ଷ୍ଟେସନ ଓ ଆଶ୍ରୟସ୍ଥଳୀ ଜାଗାରେ ଦେଖାଯାନ୍ତି । ତାଙ୍କ ଦୁଃଖ ବୁଝିବାକୁ କେହି ନଥାନ୍ତି । ଏହିପରି ପରିସ୍ଥିତି ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ରେଲୱେ ଷ୍ଟେସନ, ସୁଲତାନିୟା, ହମିଦିଆ ହସ୍ପିଟାଲରେ ଓ ଆଶ୍ରୟସ୍ଥଳୀ ଜାଗାରେ ଦେଖାଯାଏ । ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଭୋକିଲା ଜୀବନ ଯାପନ କରନ୍ତି । ଏହିପରି ଲୋକଙ୍କ ପାଇଁ କିଛି ଯୁବକ ଭଗବାନ ସାଜି ଆସିଲେ ।

ମଧ୍ୟପ୍ରଦେଶର ଭୋପାଲ ରେଲୱେ ଷ୍ଟେସନରେ ରହିଥିବା ଏହି ଭୋକିଲା ମଣିଷଙ୍କ ଚିନ୍ତା କିଛି ଯୁବକଙ୍କର ରାତିର ନିଦ ହଜେଇ ଦେଲା, ସେମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ବହୁତ କଷ୍ଟ କରିବାକୁ ଲାଗିଲେ, ଯେପରି ସେମାନେ ଦିନକୁ ଦୁଇଥର ଖାଇ ପାରିବେ । ଏହି ଯୁବକମାନେ ଦୁଇବର୍ଷ ପୂର୍ବେ ଏକ ରୋଟି ବ୍ୟାଙ୍କ ଖୋଲିଥିଲେ, ଯାହାଦ୍ୱାରା ଭୋକିଲାଙ୍କୁ ଖାଇବା ଓ ଯୁବକମାନଙ୍କୁ ଆଶୀର୍ବାଦ ମିଳୁଥିଲା । ଏହି ଯୁବକମାନେ ଦିନସାରା କଷ୍ଟ କରୁଥିଲେ, ଯେପରି ତାଙ୍କ ସହରରେ କେହି ବି ଭୋକିଲା ନ ରହୁ । ଚାଲନ୍ତୁ ଜାଣିବା କିପରି ଆସିଲା ଏମାନଙ୍କ ମନରେ ରୋଟି ବ୍ୟାଙ୍କ ଖୋଲିବାର ଉପାୟ ?

ଦୁଇବର୍ଷ ପୂର୍ବରୁ ହୋଇଥିଲା ରୋଟି ବ୍ୟାଙ୍କର ଆରମ୍ଭ

ଦୁଇବର୍ଷ ପୂର୍ବରୁ ଏହି ଯୁବକମାନେ ଭାରତ ଷ୍ଟକିଜ ସ୍ଥିତ ସେଣ୍ଟ୍ରାଲ ଲାଇବ୍ରେରୀ ରେ ରୋଟି ବ୍ୟାଙ୍କ ଖୋଲିଥିଲେ । ଏଠାକୁ ଆସୁଥିବା ଯୁବକମାନେ ସବୁଦିନ ଗୋଟେ ଗୋଟେ ରୁଟି ଅଧିକ ନିଜ ଲଞ୍ଚ ବକ୍ସରେ ଆଣି ତାକୁ ରୋଟି ବ୍ୟାଙ୍କରେ ଜମା କରନ୍ତି । ଯାହାଦ୍ଵାରା ସେହି ରୁଟି ଭୋକିଲାମାନଙ୍କୁ ମିଳିବ ଓ ସେମାନେ ଆଉ ଭୋକିଲା ରହିବେ ନାହିଁ । କୁହାଯାଏ ଏହି କାର୍ଯ୍ୟରେ ରଚିତ ମାଲବୀୟ, ବିଷ୍ଣୁ ପନ୍ଥି, ଆଲୋକ ତିର୍କୀ, ବିବେକ ଶ୍ରୀବସ୍ତାବ ଓ ଶୋଭିତ ସିଂ ସାମିଲ ଅଛନ୍ତି, ଯେଉଁମାନଙ୍କ ଦ୍ଵାରା ରୋଟି ବ୍ୟାଙ୍କ ଆରମ୍ଭ ହୋଇଥିଲା ।

କଣ ପାଇଁ ଆରମ୍ଭ ହେଲା ରୋଟି ବ୍ୟାଙ୍କ?

ଏହି ଯୁବକମାନେ ପ୍ରତିଯୋଗୀତା ପରୀକ୍ଷାର ପ୍ରସ୍ତୁତି ସମୟରେ ଜାଣିବାକୁ ପାଇଲେ କି ଦେଶରେ ହାରାହାରି ୧୯ କୋଟି ଲୋକଙ୍କୁ ଭୋକିଲା ଶୋଇବାକୁ ପଡିଥାଏ ଯାହା ଦ୍ଵାରା ସେମାନଙ୍କୁ ତାଙ୍କ ଚିନ୍ତା ହେବାକୁ ଲାଗିଲା ଓ ସେମାନେ କିଛି କରିବାର ନିଷ୍ପତି ନେଲେ । ଏହାପରେ ଯୁବକମାନେ ରୋଟି ବ୍ୟାଙ୍କ ତିଆରି କଲେ ଓ ସେଥିରେ ପାଠାଗାରର ସମସ୍ତ ପିଲାଙ୍କୁ ମଧ୍ୟ ସାମିଲ କରିଦେଲେ, ଯାହାଦ୍ୱାରା  କାହାକୁ ବି ରାତିରେ ଭୋକିଲା ଶୋଇବାକୁ ନପଡୁ ଓ ସେମାନେ ମଧ୍ୟ ଶାନ୍ତିରେ ଶୋଇ ପାରିବେ ।

୫୦ଜଣ ଯୁବକ ଦେଲେ ତାଙ୍କ ଯୋଗଦାନ

ମିଡିଆ ରିପୋର୍ଟ ଅନୁସାରେ ଏହି ପାଠାଗାରରେ ୮୦୦ ଜଣ ଛାତ୍ରଛାତ୍ରୀ ପଢୁଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ଏହି ମହାନ କାର୍ଯ୍ୟରେ ସାମିଲ ହୋଇ ସାରିଛନ୍ତି । ପ୍ରଥମେ ଖାଇବା ଶସ୍ତା ଥିଲା ଯାହାଦ୍ୱାରା ସମସ୍ତେ ଖାଇ ପାରୁଥିଲେ କିନ୍ତୁ ଏବେ ଖାଇବା ମହଙ୍ଗା ହୋଇ ଯାଇଥିବାରୁ କେବେ କେବେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଖାଲି ପେଟରେ ଶୋଇବାକୁ ପଡୁଛି ।