5 ମିନିଟରେ ମଶା, ମାଛି, ଅସରପା ଓ ମୂଷା ସମସ୍ତେ ଘରଛାଡି ପଳେଇବେ, ଆଜି ହିଁ କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର

ଏହି ଉପଚାର ପ୍ରସ୍ତୁତି ପାଇଁ ଆପଣଙ୍କୁ ପ୍ରଥମ ଜିନିଷ ଆବଶ୍ୟକ ହେବ ତେଜପତ୍ର, ଯାହାକି ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । ଦ୍ଵିତୀୟରେ ଆବଶ୍ୟକ ହେବ ପୂଜାରେ ବ୍ୟବହୃତ କର୍ପୁର ଓ ତୃତୀୟରେ ଆବଶ୍ୟକ ହେବ ନିମ୍ବ ଡେଲ । ଏହି ତେଲ ଆପଣ ଘରେ ପ୍ରସ୍ତୁତ କରି ଦେଇପାରିବେ ନଚେତ କୌଣସି ତେଜରାଇ ଦୋକାନରୁ ଏହା ସହଜରେ ମିଳିଯିବ । ଯଦି ନମିଳେ ତେବେ ଘରେ ଥିବା ସୋରିଷ ତେଲକୁ ଆପଣ ଏହି ରିମେଡିର ପ୍ରୟୋଗ କରିପାରିବେ ।

ତେବେ ଏହି ଉପଚାର ପ୍ରୟୋଗ କରିବା ପୂର୍ବରୁ ଆପଣଙ୍କୁ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ହେବାକୁ ହେବ । ଅନେକ ସମୟରେ ଘର ଠିକ ଭାବେ ସଫା ନ ରଖିବା ହେତୁ ଏବଂ ଖାଦ୍ୟ କଣିକା ଏଣେତେଣେ ପଡି ରହିବା ଯୋଗୁଁ ମଶା, ମାଛି, ଅସରପା ଓ ପିମ୍ପୁଡି ଆଦି ଘରେ ବ୍ୟାପିଥାନ୍ତି । ତେଣୁ ରୋଷେଇ କାମ ସରିବା ପରେ ରୋଷେଇ ଘରକୁ ଭଲଭାବେ ପରିଷ୍କାର ରଖନ୍ତୁ ।

ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ନେଇଥିବା କର୍ପୁରକୁ ଗୁଣ୍ଡ କରି ଦିଅନ୍ତୁ ଓ ତା’ପରେ ନିମ୍ବ ତେଲରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ଆପଣ ତିନିରୁ ଚାରୋଟି ତେଜପତ୍ର ଦିଅନ୍ତୁ ଓ ଗୋଟିଏ ମାଟି ପାତ୍ର ନିଅନ୍ତୁ ଯାହା ଆପଣା ପ୍ରତିଦିନ ଏଥିପାଇଁ ବ୍ୟବହାର କରିପାରିବେ ।

ସେହି ପାତ୍ରରେ ତେଜପତ୍ରକୁ ଛିଣ୍ଡାଇ ଛୋଟ ଛୋଟ କରି ପକାଇ ଦିଅନ୍ତୁ । ଏହାପରେ ଏଥିରେ କର୍ପୁର ମିଶା ନିମ୍ବ ତେଲକୁ ଏଥିରେ ପକାଇ ଦିଅନ୍ତୁ ଓ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଏହାକୁ ଆପଣ ଜଳାଇ ଦିଅନ୍ତୁ ଓ କିଛି ସମୟ ପରେ ଏହାକୁ ଲିଭାଇ ଦିଅନ୍ତୁ ଯେପରି ଏଥିରୁ ଧୂଆଁ ବାହାରିବ ।

ଏହାପରେ ଘର ବନ୍ଦ କରି ଆପଣ ଏହି ପାତ୍ରକୁ ରଖିଦିଅନ୍ତୁ । ଏହାକୁ ନେଇ ରୋଷେଇଘର କିମ୍ବା ଶୋଇବା ଘର ମଶା ମାଛି ପଶୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାକୁ ପ୍ରତିଦିନ ସନ୍ଧ୍ୟାରେ କରନ୍ତୁ ଦେଖିବେ ଘରେ ଗୋଟିଏ ବି ମଶା ମାଛି ରହିବ ନାହିଁ ଓ ଅନ୍ୟ ଜୀବଜନ୍ତୁ ମଧ୍ୟ ଦୂରେଇ ଯିବେ ।

ମୂଷା ଦୂର କରିବା ପାଇଁ ଆଉ ଏକ ଉପାୟ କରିପାରିବେ । ଏକ ପ୍ଲାଷ୍ଟିକ ବୋତଲ ନେଇ ସେଥିରେ ଅଧଗ୍ଳାସ ପାଣି ଭର୍ତ୍ତି କରନ୍ତୁ ଓ ସେଥିରେ ଏକ ଚାମୁଚ ଲୁଣ, ଏକ ଚାମୁଚ କର୍ପୁର ଗୁଣ୍ଡ, ଏକରୁ ଦୁଇ ଚାମୁଚ ଭିନେଗାର ଏବଂ ଦୁଇ ଚାମୁଚ ଡେଟଲ ମିଶାଇ ଦିଅନ୍ତୁ ।

ଏକ ତୁଳାକୁ ସେହି ମିଶ୍ରଣରେ ବୁଡାଇ ମୂଷା ବାହାରୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାର ଗନ୍ଧରେ ମୂଷା ଘରଛାଡି ପଳାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।