ପଣା ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁନି ଏହି 5 କାମ, ନଚେତେ ବଜରଙ୍ଗବାଲିଙ୍କ କୋପର ଶିକାର ହୋଇପାରନ୍ତି (Odia New Year)

ଏପ୍ରିଲ 14 ତାରିଖରେ ପାଳିତ ହେବାକୁ ଯାଉଛି ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ବା ଓଡିଆ ନବବର୍ଷ । ଏହିଦିନ ଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହିଦିନ ଗୋଟିଏ ମାଠିଆରେ ପଣା ରଖି ତୁଳସୀ ଚଉରା ଉପରେ ଝୁଲାଇ ଦିଆଯାଏ । ମାଟିରେ ଥିବା କଣାରୁ ଧୀରେ ଧୀରେ ପାଣି ଝରିଥାଏ ଯାହା ବର୍ଷାକୁ ସୁଚାଇ ଥାଏ । ତେବେ ଏହିଦିନ ଏମିତି କେଉଁ କାମ କରିବା ଉଚିତ ଏବଂ ଅନୁଚିତ ଆସନ୍ତୁ ଜାଣିବା ।

ଯଦି ଆପଣ ଚାହୁଁଛନ୍ତି ଏହି ପବିତ୍ର ଦିନରେ ପ୍ରଭୁ ହନୁମାନଙ୍କ କୋପଦୃଷ୍ଟି ଆପଣଙ୍କ ଉପରେ ନପଡୁ ତେବେ ଏହିଦିନ କେବେ ହେଲେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ବିଶ୍ବାସ ରହିଛି କି ଏହିଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ଵାରା ବିକଳାଙ୍ଗ ସନ୍ତାନ ଜନ୍ମ ହୋଇଥାନ୍ତି । ସେଥିପାଇଁ ଏହିଦିନ ମନକୁ ସଂଜାତ କରି ରଖନ୍ତୁ ନହେଲେ ଭୟଙ୍କର ବିପଦ ମାଡି ଆସିବ ।

ଏହିଦିନ ଦୁଗ୍ଧରେ ତିଆରି ହୋଇଥିବା କୌଣସି ବି ଜିନିଷ ଘରକୁ ଆଣନ୍ତୁ ନାହିଁ । ଦୁଗ୍ଧକୁ ଚନ୍ଦ୍ରମାଙ୍କ କାରକ ମାନାଯାଏ । ଆଉ ଚନ୍ଦ୍ରମା ଏବଂ ମଙ୍ଗଳ ବିରୋଧୀ ଅଟନ୍ତି । ସେଥିପାଇଁ କ୍ଷୀର କିମ୍ବା କ୍ଷୀର ତିଆରି ଜିନିଷ ଘରକୁ ଆଣିବା ଉଚିତ ନୁହେଁ । ନହେଲେ ଆପଣଙ୍କୁ ଭାରି ମାତ୍ରାରେ କ୍ଷତି ସହିବାକୁ ପଡିପାରେ ।

ଏହିଦିନ କୌଣସି ଲୁହାଜିନିଷ କିଣିବା ଅଶୁଭ ମାନାଯାଏ । ସେହିପରି ଷ୍ଟିଲ ଜିନିଷ ଏବଂ କୌଣସି ଧାରୁଆ ଜିନିଷ ମଧ୍ୟ କିଣନ୍ତୁ ନାହିଁ । ଏହାସହ ଏହିଦିନ ନଖ ଏବଂ ବାଳ ମଧ୍ୟ କାଟିବା ଉଚିତ ନୁହେଁ । ନହେଲେ ଆପଣଙ୍କୁ ହନୁମାନଙ୍କ କୋପଦୃଷ୍ଟିର ସାମ୍ନା ହେବାକୁ ପଡିପାରେ ।

ଏହି ପବିତ୍ର ଦିନରେ ମାଛ, ମାଂସ ସେବନ ଏବଂ ମଦ୍ୟପାନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଏହିପରି ଲୋକଙ୍କୁ ସର୍ବଦା ବଜରଙ୍ଗବାଲିଙ୍କ କୋପର ସାମ୍ନା କରିବାକୁ ପଡିଥାଏ । ଏହିଦିନ ମାଂସ ଓ ମଦିରା ସେବନ କରୁଥିବା ଲୋକଙ୍କୁ ବଜରଙ୍ଗବାଲି ବରବାଦ କରି ଦେଇଥାନ୍ତି । ଏହିଭଳି ଲୋକଙ୍କୁ ହନୁମାନ ଭିକାରି କରି ଛାଡିଥାନ୍ତି । ସେଥିପାଇଁ ଆପଣ ଏଭଳି ଭୁଲ କେବେବି କରନ୍ତୁ ନାହିଁ ।

ଏହିଦିନ ଯଦି ଆପଣଙ୍କ ମନରେ କାହା ପ୍ରତି ଟିକିଏ ବି ରାଗ ଅଛି ତେବେ ଭୁଲରେ ମଧ୍ୟ ହନୁମାନଙ୍କ ପୂଜା କରନ୍ତୁ ନାହିଁ । କାରଣ ହନୁମାନ ଶାନ୍ତିପ୍ରିୟ ଅଟନ୍ତି । ଯଦି କେହି ମନରେ କ୍ରୋଧ ରଖି ହନୁମାନଙ୍କୁ ପୂଜା କରେ ତେବେ ତାକୁ ପୂଜାର କୌଣସି ଫଳ ମିଳେନାହିଁ । ଏହିଦିନ ପ୍ରଭୁ ହନୁମାନଙ୍କୁ ଭଲ ସୁଗନ୍ଧିତ ପୁଷ୍ପ, ଫଳ ଓ ଲଡୁ ଦେବା ଦ୍ଵାରା ସେ ଆପଣଙ୍କ ଉପରେ ଖୁସି ହୋଇଥାନ୍ତି । ମଙ୍ଗଳବାର ଏବଂ ଶନିବାରକୁ ହନୁମାନଙ୍କର ସର୍ବୋତ୍ତମ ଦିନ ଭାବେ ମାନାଯାଏ ।

ତେଣୁ ପଣା ସଂକ୍ରାନ୍ତି ଦିନ ଏସବୁ କାମ କେବେ ହେଲେ କରନ୍ତୁ ନାହିଁ । ଏହାସହ ଏହିଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଧଳା, କମଳା ଏବଂ ନୀଳ ରଙ୍ଗ ଏହିଦିନ ପିନ୍ଧିବା ଅଧିକ ଶୁଭ ମାନାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।