ଅନେକ ରୋଗକୁ ସବୁଦିନ ପାଇଁ ମୂଳରୁ ଭଲ କରିଥାଏ ୧ ଟଙ୍କାର ଏହି ପତ୍ର, ଜାଣିଲେ ଆପଣ ମଧ୍ୟ ସେବନ କରିବାକୁ ଲାଗିବେ

ଆଜି ଆମେ ଜାଣିବା ପାନପତ୍ରର ବ୍ୟବହାର ଦ୍ଵାରା ଆମେ କେଉଁ କେଉଁ ରୋଗକୁ ଦୂର କରି ପାରିବା । ପାନର ପୂଜାର୍ଚ୍ଚନା ଆଦିରେ ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଛି । ମୁଖ୍ୟତଃ ଲୋକ ଖାଦ୍ୟ ଖାଇବା ପରେ ଖାଦ୍ୟ ହଜମ ହେବା ପାଇଁ ଓ ମୁହଁର ସ୍ଵାଦ ପାଇଁ ପାନ ଖାଇଥାନ୍ତି । ଏହା ବ୍ୟତୀତ ଧର୍ମ ସଂସ୍କାର ପୂଜା ପାନ ବିନା ସମ୍ଭବ ନୁହେଁ । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଏହା କେବଳ ମୁହଁର ସ୍ଵାଦ ପାଇଁ ନୁହେଁ ବରଂ ଏହା ଆମକୁ ବହୁତ ପ୍ରକାରର ରୋଗରୁ ବଞ୍ଚାଇଥାଏ । ତେବେ ଚାଲନ୍ତୁ ଜାଣିବା ପାନପତ୍ରର କିଛି ଔଷଧୀୟ ଗୁଣ ବିଷୟରେ ।

Image courtesy: Google

ଯଦି ଆପଣଙ୍କୁ ପାଇରିଆ ରୋଗ ଅଛି ତେବେ ଆପଣ ବହୁତ ପ୍ରକାରର ଔଷଧର ସେବନ ନିହାତି କରୁଥିବେ । କିନ୍ତୁ ଯଦି ଆପଣ ପାନରେ କର୍ପୁର ମିଶାଇ ପାନର ସେବନ କରିବେ ବହୁତ ଶୀଘ୍ର ଆପଣଙ୍କର ପାଇରିଆ ସମସ୍ଯା ଦୂର ହୋଇଯିବ । କିନ୍ତୁ ଆପଣ ଗୋଟିଏ କଥା ମାନେ ରଖିବେ କର୍ପୁର ଓ ପାନପତ୍ର ଚୋବାଇବା ବେଳେ ଏହାର ରସକୁ ଢୋକନ୍ତୁ ନାହିଁ ।

Image courtesy: Google

ଯେଉଁ ଲୋକମାନଙ୍କୁ କିଡନୀ ସମ୍ବନ୍ଧିତ ରୋଗ ଅଛି ସେମାନେ ଦିନରେ ଦୁଇଥର ସକାଳେ ଓ ସନ୍ଧ୍ୟାରେ ପାନ ନିହାତି ଚୋବାନ୍ତୁ । ଏହା ଦ୍ଵାରା ଆପଣଙ୍କର ପେଟର ଆବର୍ଜନା ସଫା ହୋଇଯାଏ ଓ କିଡନୀ ର କାର୍ଯ୍ୟ କ୍ଷମତାରେ ବୃଦ୍ଧି ହୋଇଥାଏ ।

ପାନ ପୁରା ମୁହଁ ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବର୍ଦ୍ଧକ ଅଟେ । କାରଣ ଏଥିରୁ କିଛି ଏମିତି ତତ୍ତ୍ଵ ମିଳିଥାଏ ଯାହା ବ୍ୟାକ୍ଟେରିଆର ପ୍ରଭାବକୁ ଶେଷ କରିଥାଏ ଓ ମୁଖ ଦୁର୍ଗନ୍ଧକୁ ଦୂର କରିଥାଏ ।

Image courtesy: Google

ଶ୍ଵାସ ସମସ୍ୟା ପାଇଁ ଆପଣ ପାନପତ୍ରର ବ୍ୟବହାର କରି ପାରିବେ । ଏହା ପାଇଁ ଆପଣ ପାନର ତେଲ କାଢି ନିଆନ୍ତୁ ଓ ତାହାକୁ ଗରମ କରି ନିଅନ୍ତୁ । ତା’ ପରେ ଏହି ତେଲକୁ ନେଇ ଶରୀରକୁ ମାଲିସ କରନ୍ତୁ । ଏହାକୁ ଏକ ମାସ ପର୍ଯ୍ୟନ୍ତ କରନ୍ତୁ । ଆପଣ ଏହାର ଲାଭ ଅନୁଭବ କରି ପାରିବେ ।

ଯଦି ଆପଣଙ୍କର କାଶ ହେଉଛି ତେବେ ଆପଣ ହଳଦୀକୁ ଗରମ କରି ପାନରେ ମିଶାଇ ଏହାକୁ ଚୋବାନ୍ତୁ । ତଥାପି ଯଦି କାଶ କମୁ ନାହିଁ ତେବେ ଆପଣ ହଳଦୀ ସହ ଜୁଆଣୀ ମଧ୍ୟ ମିଶାନ୍ତୁ ଏବଂ ଏହାକୁ ଚୋବାନ୍ତୁ । ଆପଣଙ୍କୁ ଜଲ୍ଦି ଆରାମ ମିଳିବ ।

ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ପାନରେ ଲବଙ୍ଗ ମିଶାଇ ଚୋବାନ୍ତୁ । ଏହା ଦ୍ଵାରା ଥଣ୍ଡା ଜଲ୍ଦି ଭଲ ହୋଇଯାଏ ଓ ଆପଣଙ୍କୁ ଆରାମ ମିଳିଥାଏ ।
ପରିସ୍ରା କମ ହେବା ବହୁତ ଲୋକଙ୍କର ସମସ୍ଯା ଅଟେ । କିଛି ଲୋକଙ୍କୁ ଅଳ୍ପ ମୁତ୍ର ରୋଗ ହୋଇଥାଏ ଯାହା ଦ୍ଵାରା ସେମାନଙ୍କୁ ପେଟ ସମ୍ବନ୍ଧିତ ଅନେକ ରୋଗର ଶିକାର ହେବାକୁ ପଡେ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ପାନପତ୍ରରୁ ରସ ବାହାର କରି ଏହାକୁ ପତଳା କ୍ଷୀର ସହିତ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।

Image courtesy: Google

ତ୍ଵଚ୍ଚାର ଚମକ ପାଇଁ ପାନପାତ୍ର ବହୁତ ଲାଭଦାୟକ । ପାନପତ୍ରରେ ଏମିତି କିଛି ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ଵ ଥାଏ ଯାହା ଦ୍ଵାରା ଆପଣଙ୍କର ତ୍ଵଚ୍ଚାର ରଙ୍ଗରେ ପରିବର୍ତ୍ତନ ଆସିଥାଏ ଓ ଏହା ଆପଣଙ୍କ ରକ୍ତକୁ ସଫା କରି ବ୍ରଣ ଭଳି ସମସ୍ୟାରୁ ବଞ୍ଚାଇ ରଖିଥାଏ ।

ପାନ ଖାଇବା ଦ୍ଵାରା ଖାଦ୍ୟ ପାଚନ ପାଇଁ ପାଟିରେ ଜରୁରୀ ଲାଲ ସୃଷ୍ଟି ହୋଇଥାଏ ଓ ସହଜରେ ଖାଦ୍ୟ ହଜମ ହୋଇଥାଏ । ଏହା ଆପଣଙ୍କୁ ଗ୍ୟାସ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ । କାରଣ ପାନ ପାଚନ ତନ୍ତ୍ର ଓ କିଡନୀ ପାଇଁ ଲାଭଦାୟକ ଅଟେ । ଏହା ଦ୍ଵାରା ଶରୀରର ଅନ୍ତ ସଫା ରହିଥାଏ । ପାନ ପତ୍ରକୁ ଘା’ ରେ ଲଗାଇବା ଦ୍ଵାରା ଆପଣଙ୍କ ଘା’ ଜଲ୍ଦି ଶୁଖିଯାଇଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।