କରୋନା ର ମୁକାବିଲା କରିବ ବାସି ପଖାଳ, ଏମ୍ସ ଡାକ୍ତର ଦେଲେ ପରାମର୍ଶ ! କ’ଣ କହୁଛି ପଖାଳ ଗବେଷଣା ? ପଖାଳ ଖାଉଥିଲେ ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଦେଶରେ ବ୍ୟାପୀଥିବା କୋରୋନା ଭାଇରସ ଯୋଗୁ ଲୋକଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ସେମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି ।

ଏହାକୁ ନେଇ ଭୁବନେଶ୍ବର ଏମ୍ସର ଡାକ୍ତର ବାଲ୍ମୁର୍ଗାନ ରାମଦୋଷ ବାସୀ ପଖାଳ ଖାଇଲେ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି ହେବ ବୋଲି ଗବେଷଣା କରି ସୂଚନା ଦେଇଛନ୍ତି । ଡାକ୍ତର ଙ୍କ କହିବା ଅନୁସାରେ ବାସୀ ପଖାଳରେ ଥିବା ଶକ୍ତି ଶରୀରର ଇମ୍ୟୁନିଟି ପାୱାର ବଢାଇବା ପାଇଁ ସହାୟକ ହୋଇଥାଏ । ବାସୀ ପଖାଳରେ ଭିଟାମିନ ବି-୧୨, ଭିଟାମିନ-କେ ରହିଥିବାରୁ ଏହା ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିଥାଏ ।

ରାତିରେ ଭାତ ପଖାଳିବା ପରେ ସେଥିରେ କିଛି ସମୟ ପରେ ଲାକ୍ଟୋବ୍ୟାସିଲାସ ନାମକ ଜୀବାଣୁ ତିଆରି ହୋଇଥାଏ । ଏହାକୁ ଖାଇବା ଦ୍ଵାରା ଆମ ଶରୀରର ପାଚନ କ୍ରିୟାରେ ସହାୟକ ହୋଇଥାଏ । ଦେଶରେ ବିଭିନ୍ନ ସ୍ଥାନରୁ ବାସୀ ପଖାଳର ଗବେଷଣା କରାଯାଇ ଏହି ତଥ୍ୟ ମିଳି ପାରିଛି । ହୋଟେଲରେ ନୁହେଁ ବରଂ ଘରେ ପ୍ରସ୍ତୁତ କରା ଯାଉଥିବା ପଖାଳ ଆମ ଶରୀର ପାଇଁ ହିତକାରକ ବୋଲି ଜଣା ପଡିଛି । ଜଣେ ବ୍ୟକ୍ତି ଦିନକୁ ୫ ଲିଟର ବାସୀ ତୋରାଣିର ସେବନ କରିଲେ ଶରୀର ପାଇଁ ଭଲ ବୋଲି ଗବେଷଣାରୁ ଜଣା ପଡିଛି । ଡାକ୍ତର ବାଲ୍ମୁର୍ଗାନ ରାମଦୋଷ ଏମ୍ସ ହସପିଟାଲରେ ଡିପାର୍ଟମେଣ୍ଟ ଅଫ ବାୟୋକେମେଷ୍ଟ୍ରି ଆଡିସ୍ନାଲ ପ୍ରଫେସର ଅଛନ୍ତି ।

ଗରିବ ଲୋକ ମାନେ ନିଜ ଘରେ ପଖାଳ ଖାଇବାକୁ ଅଧିକ ପସନ୍ଦ କରନ୍ତି । ସାଧାରଣ ଲୋକ ମାନେ ହୋଟେଲରେ ମିଳୁଥିବା ପଖାଳ ନ ଖାଇ ନିଜ ଘରେ ପ୍ରସ୍ତୁତ ପଖାଳ ଖାଇବା ଉଚିତ । ଆମ ରାଜ୍ୟରେ ପ୍ରତି ବର୍ଷ ପଖାଳ ଦିବସ ମଧ୍ୟ ପାଳନ କରାଯାଏ । ପଖାଳର ଏପରି ଏକ ସକାରାତ୍ମକ ଦିଗ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇ ପାରିଛି । ବାସି ପଖାଳ ଖାଇଲେ ଶରୀର ଶକ୍ତି ବୃଦ୍ଧି ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହ ପଖାଳ ଖାଇଲେ ଅନ୍ୟ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଗବେଷଣାରୁ ଜଣା ପଡିଛି ।

ଡାକ୍ତର ବାଲ୍ମୁର୍ଗାନ ରାମଦୋଷ ନିଜ ମତରେ କହିଛନ୍ତି ଯେ ବାସୀ ପଖାଳ ଖାଇବା ଦ୍ଵାରା ଆମ ଶରୀରରେ କୌଣସି କ୍ଷତି ହୋଇ ନ ଥାଏ ବରଂ ଅନେକ ପ୍ରକାରର ଫାଇଦା ମିଳିଥାଏ । ଏଥିରେ ଥିବା ବ୍ୟକ୍ଟେରିୟା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଜ୍ଯ କରିଥାଏ ।

ଆମ ରାଜ୍ୟରେ ପଖାଳକୁ ଷ୍ଟେପଲ ଫୁଡ ହିସାବରେ ମଧ୍ୟ ନିଆଯାଏ । ଗୋଟିଏ ରାତିର ପୂର୍ବରୁ ଥିବା ବାସୀ ପଖାଳରେ ଏତେ ମାତ୍ରାରେ ଭିଟାମିନ ରହିଥାଏ ଯାହା ଆମ୍ସ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ସହାୟକ ହୋଇଥାଏ ।