Breaking News: ଆସନ୍ତା 15 ତାରିଖରେ ଓଡିଶା ବନ୍ଦ ଡାକରା, ଦେଖନ୍ତୁ କଣ ଖୋଲିବ କଣ ରହିବ ବନ୍ଦ ?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ସମୟରେ ଭାରତ ବନ୍ଦ ବା ଓଡିଶା ବନ୍ଦ ଡାକରା କିଛି କାରଣ ଯୋଗୁ ହୋଇଥାଏ । ଯାହା ଫଳରେ ଗୋଟିଏ ଦିନ ପାଇଁ ପୁରା ଦେଶ ବନ୍ଦ ରହିଥାଏ ।

ସୂଚନା ଅନୁସାରେ ଜୁଲାଇ ମାସ ୧୫ ତାରିଖରେ ଓଡିଶା ବନ୍ଦ ଡାକରା ଦିଆ ଯାଇଛି । ଦେଶରେ ବ୍ୟାପୀଥିବା କୋରୋନା ମହାମାରୀକୁ ଦ୍ରୁଷ୍ଟି ରଖି ବାମ ଦଳ ପକ୍ଷରୁ ଡାକରା ଦିଆ ଯାଇଛି ଯାହାକୁ କଂଗ୍ରେସ ସମର୍ଥନ କରିଛି । ଜୁଲାଇ ୧୫ରେ ସକାଳ ୬ ଘଟିକାରୁ ଦିନ ୧୨ଟା ଯାଏଁ ୭ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆ ଯାଇଛି । କୋରୋନା ଭିଆରସ ଯୋଗୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଜୀବନ ଜୀବିକା ଉପରେ ବହୁତ ଖରାପ ପ୍ରଭାବ ପଡୁଛି ।

ସାଧାରଣ ଜନତା ମାନେ ଦୋକାନ ବଜାର ବନ୍ଦ ରହୁଥିବାରୁ ସେମାନଙ୍କର ଜୀବିକା ଉପରେ ପ୍ରଭବ ଅଧିକ ମାତ୍ରାରେ ଦେଖା ଯାଉଛି ଯାହା ଫଳରେ ଅନେକ ସମସ୍ଯା ସୃଷ୍ଟି ହେଉଛି । କୋରୋନା ମହାମାରୀ ଯୋଗୁ ଦେଶରେ ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଗ୍ଯାସ ସହ ଅନ୍ୟ ଜିନିଷ ଗୁଡିକର ମଧ୍ୟ ଦର ଦାମ ବଢିବାରେ ଲାଗିଛି । କେନ୍ଦ୍ର ସରକାରଙ୍କୁ ଏପରି ଜନ ମରଣ ନୀତି ବିରୁଦ୍ଧରେ ବାମ ଦଳ ପକ୍ଷରୁ ଏପରି ଓଡିଶା ବନ୍ଦ ଡାକରା ଦିଆ ଯାଇଛି । ଏହି ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମର୍ଥନ କରିବେ ବୋଲି କହିଛନ୍ତି ।

ପିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସାଧାରଣ ଜନତାଙ୍କୁ ପେଟ୍ରୋଲ, ଡିଜେଲ ଅଧିକ ମାତ୍ରାରେ ବ୍ୟବହାର ନ କରିବା ସହ ଗ୍ଯାସ ମଧ୍ୟ କିଣନ୍ତୁ ନାହି । ଏପରି କରିବା ଦ୍ଵାରା ସରକାର ଜାଣି ପାରିବେ ଯେ କେତେ ଅଧିକ ମାତ୍ରାରେ ସବୁ ଜିନିଷରେ ଦର ଦାମ ବୃଦ୍ଧି ପାଉଛି । ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ହେଲାଣି ।

ଯାହା ଫଳରେ ଲୋକ ମାନଙ୍କ ଦୈନଦିନ ଜୀବନରେ ପ୍ରଭାବ ପକାଉଛି । ଏଥିପାଇଁ ବିଶେଷ କରି ଗରିବ ଲୋକ ମାନେ ଅଧିକ ହଇରାଣ ହରକତ ହେଉଛନ୍ତି । ଏହି ସବୁକୁ ନିୟନ୍ତ୍ରଣ କରିବା ପାଇଁ ବା ରୋକିବା ପାଇଁ ଓଡିଶା ବନ୍ଦ ଡାକରା ଦିଆ ଯାଉଛି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ