ପଖାଳ ଖାଇଲେ ବିଲକୁଲ ମୋଟା ହେବେନି, ଡାଏଟିସିଆନ କହିଲେ ପଖାଳ ଖାଇବାର ଉପକାରିତା, ଦେଖନ୍ତୁ video

ଖରାରେ ଠିଆ ହେବା ଓ ଖେଳିବା ପଖାଳ ଖାଇବା ଏସବୁକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କୁହନ୍ତି । କିନ୍ତୁ ଏନେଇ ଡାଏଟିସିଆନ କଣ କୁହନ୍ତି ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ । କେବଳ ସୂର୍ଯ୍ୟକିରଣରୁ ଆମ ଶରୀରକୁ 90% ରୁ ଅଧିକ ଭିଟାମିନ-ଡି ମିଳିଥାଏ । ଆଉ ଭିଟାମିନ-ଡି ଆମ ଶରୀର ପାଇଁ ବହୁତ ଉପଯୋଗୀ ଓ ଆବଶ୍ୟକ ହୋଇଥାଏ । ଏବେ ପିଲାଠୁ ବୁଢା କେହି ମଧ୍ୟ ସୂର୍ଯ୍ୟକିରଣରେ ବସିବା କିମ୍ବା ବାହାରକୁ ବାହାରିବା ପସନ୍ଦ କରୁନାହାନ୍ତି ।

କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଆମେ ପ୍ରତିଦିନ ସକାଳ 6ଟାରୁ 9ଟା ମଧ୍ୟରେ କିଛି ସମୟ ଖରାରେ ବାହାରିବା ଉଚିତ । ଏହାସହ ଛତୁ, ଲେମ୍ବୁ, କମଳା ଆଦି ଖାଦ୍ଯରେ ସାମିଲ କରିବା ଉଚିତ । ଭିଟାମିନ-ସି ଜାତୀୟ ଖାଦ୍ଯ ଖାଇଲେ ଭିଟାମିନ-ଡି କୁ ଆମ ଶରୀରକୁ ନେବାରେ ସାହାଯ୍ୟ କରେ । ସେହିପରି ପଖାଳରେ ଶକ୍ତି ଥାଏ । ଆଜିକାଲି ରୋଗରେ ପଡିବେ କିମ୍ବା ମୋଟା ହେଇଯିବେ କହି ଅନେକ ଲୋକ ପଖାଳ ଖାଇବାକୁ ପସନ୍ଦ କରୁନାହାନ୍ତି ।

ଗାଁ ଗଣ୍ଡା ମାନଙ୍କରେ ମଧ୍ୟ ପଖାଳ ଖାଇବା ବହୁତ କମିଗଲାଣି । ପଖାଳରେ ବହୁତ ଶକ୍ତି ରହିଛି ଏବଂ ଏହା ଆମର ରୋଗ ପ୍ରତିରୋଧକ ଶକ୍ତିଙ୍କୁ ବୃଦ୍ଧି କରିଥାଏ । ସେଥିପାଇଁ କୋଭିଡ ସମୟରେ ପଖାଳ ଖାଉଥିବା ବ୍ୟକ୍ତି ସଂକ୍ରମିତ ହେବାର ସମ୍ଭାବନା ବହୁତ କମ୍ ବୋଲି କୁହା ଯାଉଥିଲା ।

ବୈଜ୍ଞାନିକ ମାନେ ମଧ୍ୟ ପଖାଳ ଆମ ଦେହ ପାଇଁ ବହୁତ ଭଲ ବୋଲି କହିଛନ୍ତି । ପଖାଳରୁ ଯେଉଁ ଫର୍ମେଣ୍ଟେଡ କାର୍ବୋହାଇଡ୍ରେଡ ମିଳେ ତାହା ଆମ ଶରୀର ପାଇଁ ବହୁତ ହିତକାରୀ ଅଟେ । ପଖାଳ ଖାଇବା ଦ୍ଵାରା କେହି ମୋଟା ହୁଅନ୍ତି ନାହିଁ । ବରଂ ଅଧିକ ମାତ୍ରାରେ ଖାଇବା ଓ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଦ୍ଵାରା ଫ୍ୟାଟ ବଢିଥାଏ । ଯଦି ପଖାଳ ଖାଇଲେ ମୋଟା ହେଉଥାନ୍ତେ ତେବେ ପଖାଳ ଖାଇ ବିଲକୁ ଚାଷ କରିବାକୁ ଯାଉଥିବା ଚାଷୀ ବି ମୋଟା ହୋଇଯାନ୍ତା ।

ପଖାଳ ଖାଇବା ଆମ ଦେହ ପାଇଁ ଭଲ ତେଣୁ ପଖାଳ ଖାଇବା ନିହାତି ଉଚିତ । କିନ୍ତୁ ପଖାଳ ଖାଇବା ପରେ ତୁରନ୍ତ ବିଶ୍ରାମ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।