ଦୋକାନ ଡ୍ର’ ରୁ ଟଙ୍କା ଖୋଜିବାରେ ଲାଗିଛି ଚୋର ସେପଟେ ସିସିଟିଭିରେ କଏଦ ହେଉଛି ପୁରା ଦୃଶ୍ୟ, ଦେଖନ୍ତୁ ଏହି viral video

ଦୋକାନ ଭିତରେ ଏକଦମ ସାମ୍ନାରେ ସିସିଟିଭି ଲାଗିଛି, ହେଲେ ଚୋର କିଛି ଖାତିର ନକରି ଚୋରୀ କରିବାରେ ଲାଗି ପଡିଛି । ରାସ୍ତାରେ ଲୋକଙ୍କୁ ଦେଖି ରହି ଯାଉଛି ଆଉ ଲୋକ ଯିବା ପରେ ଦୋକାନ ଡ୍ର’ ଭିତରେ ହାତ ପୁରେଇ ଟଙ୍କା ଖୋଜିବାରେ ଲାଗିଛି । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପ୍ରେମନଗର ଦ୍ଵିତୀୟ ଲେନ୍ ଜଗନ୍ନାଥ ମନ୍ଦିର ସମୁଖରେ ଥିବା ଏକ ଦୋକାନରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ସେଠାରେ ଥିବା ଏହି ଭେରାଇଟି ଷ୍ଟୋରର ମାଲିକ କୌଣସି କାମରେ ଗାନ୍ଧୀନଗର ଯାଇଥିବା ବେଳେ ଦୋକାନରେ କାମ କରୁଥିବା ପିଲା ଦାୟିତ୍ବରେ ଦୋକାନ ଭାର ଦେଇ ଯାଇଥିଲେ । ହେଲେ ଏହା ମଧ୍ୟରେ ଦୋକାନ ପିଲା ଦୋକାନ ଖୋଲା ଛାଡି କୌଣସି କାମରେ ବାହାରକୁ ଯାଇଥିଲା । ସେହି ସମୟରେ ଦୁଇଜଣ ଯୁବକ ଏକ ସାଇକେଲରେ ଆସି ଦୋକାନ ଭିତରକୁ ପଶିଥିଲେ ।

ଜଣେ ଯୁବକ ବାହାରେ ଠିଆ ହୋଇ ଜଗିଥିବା ବେଳେ ଅନ୍ୟ ଜଣେ ଯୁବକ ଦୋକାନ ଡ୍ର’ରେ ହାତ ମାରି ଟଙ୍କା ଖୋଜିବାରେ ଲାଗି ପଡିଥିଲା । ହେଲେ ସେମାନେ ଯେଉଁ ଡ୍ର’ ରେ ହାତ ମାରୁଥିଲେ ସେଥିରେ କେବଳ ଏକ ପର୍ସ ଓ ଅନ୍ୟ କିଛି ସାମଗ୍ରୀ ଥିଲା । ପର୍ସଟିକୁ ଚୋର କାଢି ନେଇ ଦେଖିଥିଲା ହେଲେ ସେଥିରେ କିଛି ଟଙ୍କା ନଥିଲା । ସେପଟେ ତା’ ସାଥି ଚୋର ଜଣକ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ନଜର ରଖିଥିଲା ।

ବାହାରେ ଥିବା ଯୁବକର ନିର୍ଦ୍ଦେଶରେ ଅନ୍ୟ ଯୁବକଟି ଦୋକାନରୁ ଚୋରି କରିବାକୁ ଚେଷ୍ଟା କରୁଥିଲା । ହେଲେ ଦୋକାନରେ ଥିବା ଚାରୋଟି ଡ୍ର’ ଭିତରୁ ପଇସା ନଥିବା ଡ୍ର’ ଟି କେବଳ ଖୋଲା ଥିଲା । ପଇସା ଥିବା ଅନ୍ୟ ଡ୍ର’ ରେ ପଡିଥିଲା, ସେଥିପାଇଁ ଚୋର ଡ୍ର’ କୁ ଖୋଲି ପାରି ନଥିଲା । ଆଉ ଚୋର ମାନଙ୍କର ଏଭଳି ଚୋରି କରିବାକୁ ଚେଷ୍ଟା କରିବାର ଭିଡିଓ ସିସିଟିଭି କ୍ୟାମେରାରେ ବେଶ ସ୍ପଷ୍ଟ ଭାବେ କଏଦ ହୋଇଛି ।

ତେବେ ପରବର୍ତ୍ତୀ ସମୟରେ ଟଙ୍କା ପଇସା କିଛି ନପାଇ ଚୋର ଦୁଇଜଣ ନିରାଶ ହୋଇ ସେଠାରୁ ଚାଲି ଯାଇଥିଲେ । ତେବେ ଏନେଇ ଦୋକାନ ମାଲିକ ଥାନାରେ କୌଣସି ଏତଲା ଦେଇ ନଥିବା ବେଳେ ଦୁଇ ଯୁବକ ଚୋରି କରିବାକୁ ଚେଷ୍ଟା କରିବା ବେଳର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।