ମିଛ କହୁଛି PAK, ପରିବାରକୁ ଦିଆଯାଇ ନାହିଁ କିଡନାପ କରା ଯାଇଥିବା ଶିଖ ଝିଅକୁ – ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇ…

ପାକିସ୍ତାନ ସବୁ ବେଳେ ମିଛ କହିବା ଓ ନିଜର ଅଧିତ୍ଵ ବିଛାଇବା ପାଇଁ ଭୁଲ କାମ କରିବାକୁ ନେଇ ବହୁତ ବଦନାମ ଅଛି । କହିବାକୁ ଗଲେ ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସି ଅଛି ଯାହା ପାକିସ୍ତାନର ଅସଲ ଚେହେରାକୁ ପୁଣି ଥରେ ସମସ୍ତଙ୍କ ସାମ୍ନାକୁ ନେଇ ଆସିଛି । କହିବାକୁ ଗଲେ ଗୋଟିଏ ମୁସ୍ଲିମ ଯୁବକ ଶିଖ ଝିଅର ଜବର ଦସ୍ତ ଧର୍ମ ପରିବର୍ତ୍ତନ କରାଇ ତାହା ସହିତ ବିବାହ କରିଛି ।

ବର୍ତ୍ତମାନ ଏହି ମାମଲାରେ ଦିଲ୍ଲୀ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମନଜିଂଦର ସିଂହ ସିରସାଙ୍କର ଏକ ବଡ ବୟାନ ଆସିଛି । ପାକିସ୍ତାନ କହୁଛି କି ସେ ସେହି ଶିଖ ଝିଅକୁ ତାହାର ପରିବାରକୁ ଫେରାଇ ଦେଇଛି । କିନ୍ତୁ ସିରସା ଏହି କଥାକୁ ମିଥ୍ୟା ବୋଲି କହୁଛନ୍ତି । ତାଙ୍କର କହିବା ଅଟେ କି ପୀଡିତା ଝିଅକୁ କେବଳ ଗବର୍ନର ହାଉସ ପାଖରୁ ହିଁ ତା’ର ପରିବାରକୁ ଦେଖାଇ ଦିଆ ଯାଇଥିଲା । ସେହି ଝିଅକୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କର ପରିବାରକୁ ଦିଆଯାଇ ନାହିଁ ।

ସେ ମିଥ୍ୟା ଏଥିପାଇଁ କହୁଛି ଯାହା ଦ୍ଵାରା ଲାହୋରରେ ଜାରି ଇଣ୍ଟରନ୍ୟାସନାଲ ଶିଖ କନ୍ୱେଂଶନକୁ ଦୁନିଆରୁ ଯେଉଁ ସମସ୍ତ ଶିଖ ଆସିଛନ୍ତି ସେମାନେ ଯେପରି ପାକିସ୍ଥାନର ବିରୋଧ ନ କରନ୍ତୁ ।  ସେ ସତ ସମସ୍ତଙ୍କ ଠାରୁ ଲୁଚାଉଛି । ମିଡିଆ ଅନୁସାରେ ପୀଡିତା ଝିଅର ବୟସ ୧୯ ବର୍ଷ ଅଟେ । ତାହାର ପିତା ଭଗବାନ ସିଂହ ଗୁରୁଦ୍ୱାରାରେ ତଂବୁ ସାହିବର ଗ୍ରଂଥୀ (ପୁଜାରୀ) ଅଟନ୍ତି ।

କୁହାଯାଉଛି କି ଏହି ଝିଅକୁ ଜବରଦସ୍ତି ବନ୍ଧୁକ ଦେଖାଇ ଧମକ ଦେଇ ଧର୍ମ ପରିବର୍ତ୍ତନ କରାଯାଇଛି । ଯେଉଁ ସମୟରୁ ଏହି ଖବର ଭାଇରାଲ ହୋଇଛି ସେହି ସମୟରୁ ସୋସିଆଲ ମିଡିଆରେ ସମସ୍ତେ ଏହାର ବିରୋଧ କରୁଛନ୍ତି । ଏହାର ଅତିରିକ୍ତ ଦିଲ୍ଲୀରେ ଥିବା ଶିଖ ସମୁଦାୟର ଲୋକମାନେ ବି ରାସ୍ତାକୁ ଓଲ୍ହାଇ ଆସିଛନ୍ତି ଓ ଏହି ମାମଲାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଅନ୍ୟ ପଟେ ପାକିସ୍ତାନୀ ପୋଲିସର କହିବା ଅଟେ କି ଝିଅ ସହିତ କୌଣସି ବି ଜବରଦସ୍ତି କରାଯାଇ ନାହିଁ । ସେ ନିଜ ଇଚ୍ଛାରେ ହିଁ ଇସ୍ଲାମ ଧର୍ମକୁ ଆପଣାଇଛି ଓ ହସନ ନାମକ ଏକ ବ୍ୟକ୍ତି ସହ ବିବାହ କରିଛି । ଗତ ଶୁକ୍ରବାର ଦିନ ଭାରତ ଏହି ମାମଲାକୁ ନେଇ ପାକିସ୍ତାନକୁ ଉପଦେଶ ଦେଇଛି କି ଯେତେ ଜଲ୍ଦି ହେବ ସେ ଏହି ମାମଲାକୁ ସମାଧାନ କରୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।