ପାକିସ୍ତାନୀମାନଙ୍କ ଦ୍ଵାରା ଘେରି ହେଇଯିବା ପରେ ବି ଅଭିନନ୍ଦନ ଫାଇରିଙ୍ଗ କରି ଲଗାଇଥିଲେ ଦେଶଭକ୍ତିର ନାରା, ଆଉ ତା ପରେ …

ଗତ କିଛି ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବଢିବାରେ ଲାଗିଛି । ଏଥି ମଧ୍ୟରେ ପାକିସ୍ତାନ ଦ୍ଵାରା ବନ୍ଦୀ ଥିବା ଇଣ୍ଡିଆନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ଛାଡି ଦେବ ବୋଲି କହିଛନ୍ତି । ଏହା ପାକିସ୍ତାନ ବିରୁଦ୍ଧରେ ଭାରତର ଏକ ବହୁତ ବଡ ବିଜୟ ବୋଲି କୁହା ଯାଉଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ସେହି ସମୟର ଘଟଣାକୁ ବିସ୍ତାର ରୂପରେ କହିବାକୁ ଯାଉଛୁ । ଯେତେବେଳେ ଅଭିନନ୍ଦନ ପାକିସ୍ତାନ ମାଟିରେ ନିଜର ଚତୁରତା ଏବଂ ବାହାଦୁରି ସହ ଲଢି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ପାକିସ୍ତାନୀ ଖବର କାଗଜ ଡନ ବି ତାଙ୍କର ପରାକ୍ରମ ଏବଂ ସାହସର ପ୍ରଶଂସା କରିଛି ।

“ଡନ”ର ଏକ ଖବର ଅନୁସାରେ ସେହି ସମୟରେ LOC ଉପରେ ରହୁଥିବା ୫୮ ବର୍ଷୀୟ ସୋଶଲ ଏକ୍ଟିବିସ୍ଟ ମୋହମ୍ମଦ ରଜ୍ଜାକ ଚୌଧରୀଙ୍କୁ ଏକ ଜୋରଦାର ଆବାଜ ଶୁଣାଗଲା । ଏହା ପରେ ସେ ସେହି ଜାଗାକୁ ଯାଇ ଦେଖିଲେ କି ଗୋଟିଏ ପ୍ଲେନ କ୍ରାଶ ହୋଇ ପଡିଛି । ଅନ୍ୟ ପଟେ ଆକାଶରୁ ଗୋଟିଏ ଭାରତୀୟ ଯବାନ ପାରାଚୁଟ ସାହାର୍ଯ୍ୟରେ ତଳକୁ ଆସୁଛନ୍ତି ।

ଏହି ଯବାନ ଅଭିନନ୍ଦନ ହିଁ ଅଟନ୍ତି ଯିଏକି ଗୋଟିଏ ପୋଖରୀରେ ଡେଇଁ ପଡି ନିଜ ପାଖରେ ଥିବା ସବୁ କାଗଜପତ୍ର ଏବଂ ନକ୍ସାକୁ ବାହାର କରିବାକୁ ଲାଗିଲେ । ଏହା ମଧ୍ୟରେ ସେଠିକାର ବାସିନ୍ଦା ଲୋକମାନେ ସେହି ଜାଗାରେ ଏକତ୍ରିତ ହୋଇଗଲେ । ଏହି ସମୟରେ ତାଙ୍କୁ ଜଣା ନଥିଲା କି ସେ ଭାରତ ମାଟିରେ ଅଛନ୍ତି ନା ପାକିସ୍ତାନ ମାଟିରେ । ଏମିତିରେ ସେ ସେଠିଥିବା ଲୋକମାନଙ୍କୁ ପଚାରିଲେ କି ସେ ଇଣ୍ଡିଆରେ ଅଛନ୍ତି ନା ପାକିସ୍ତାନରେ ?

ଏହା ପରେ ଜଣେ ଯୁବକ ଚାଳକ କରି କହିଲେ କି ସେ ଇଣ୍ଡିଆରେ ଅଛନ୍ତି । ପୁଣି ଅଭିନନ୍ଦନ ଜାଗାର ନାମ ପଚାରିବାରୁ ଯୁବକ ଜଣକ କହିଲା କି ଏହା କିଲା ଅଟେ ।

ଏହି ଜବାବକୁ ଶୁଣି ଖୁସି ହୋଇ ଅଭିନନ୍ଦନ ଦେଶଭକ୍ତିର ନାରା ଲଗାଇବାକୁ ଲାଗିଲେ । କିନ୍ତୁ ଏହି କଥା ସେଠି ଥିବା କିଛି ଯୁବ ପାକିସ୍ତାନୀମାନଙ୍କୁ ହଜମ ହେଲା ନାହିଁ ଏବଂ ସେମାନେ ପାକିସ୍ତାନୀ ଆର୍ମୀର ନାରା ଲଗାଇଲେ । ଏହା ପରେ ଅଭିନନ୍ଦନ ଜାଣି ପାରିଲେ କି ଏହା ପାକିସ୍ତାନ ଭୂମି ଅଟେ । ଏହା ପରେ ସେ ସଙ୍ଗେ ସଙ୍ଗେ ନିଜର ବନ୍ଧୁକ ବାହାର କରି ପବନରେ ଫାଇରିଙ୍ଗ କରିବାକୁ ଲାଗିଲେ ।

ଏମିତିରେ ସେଠି ଥିବା କିଛି ଲୋକମାନଙ୍କର ହାତରେ ପଥର ଥିଲା ଯାହା ଦ୍ଵାରା ସେମାନେ ଅଭିନନ୍ଦନ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ । ଏମିତିରେ ଅଭିନନ୍ଦନ ପବନରେ ଫାଇରିଙ୍ଗ କରି ତାଙ୍କୁ ଡରାଇବାକୁ ଚେଷ୍ଟା କରୁଥିଲେ । ଥରେ ଭାବନ୍ତୁ କି ସେ ପାକିସ୍ତାନୀ ଲୋକ ମାନଙ୍କର ସୁରକ୍ଷାର ଧ୍ୟାନ ରଖୁଥିଲେ । ଫାଇରିଙ୍ଗ କରି ସଙ୍ଗେ ସଙ୍ଗେ ନିଜ ପାଖରେ ଥିବା କାଗଜ ପତ୍ରକୁ ନଷ୍ଟ କରିବାକୁ ଲାଗିଲେ । ଅଭିନନ୍ଦନ ଚାହୁଁଥିଲେ କି ପାକିସ୍ତାନୀ ସେନା ଦ୍ଵାରା ଧରା ପଡିଲେ କୌଣସି କାଗଜ ପତ୍ର ତାଙ୍କ ହାତରେ ନ ଲାଗିଯାଉ । ଏହାପରେ ପାକିସ୍ତାନି ଆର୍ମି ଆସି ଲୋକମାନକ ଠାରୁ ଉଦ୍ଧାର କରି ନେଇଯାଇଥିଲେ ।

ପାକିସ୍ତାନ ଦ୍ଵାରା ଜାରି କରାଯାଇଥିବା ଏକ ଭିଡିଓରେ ଅଭିନନ୍ଦନ ପୁରାପୁରୀ କ୍ଷତବିକ୍ଷତ ଦେଖା ଯାଉଛନ୍ତି । ତାଙ୍କ ଚେହେରା ଲହୁ ଲୁହାଣ ହୋଇ ଯାଇଛି । କିନ୍ତୁ ଏହା ସତ୍ବେ ବି ସେ ସାହାସର ସହିତ ପାକିସ୍ତାନର ସାମନା କରିଛନ୍ତି । ଏହା ସହିତ ପାକିସ୍ତାନ ସେନା ମଧ୍ୟରେ ବନ୍ଦୀ ଥିଲେ ଏହା ସତ୍ବେ ବି ସେ ନ ଡରି ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଲେଖାଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପେଜକୁ ଏବେହିଁ ଲାଇକ କରନ୍ତୁ ।