ପାଇଲଟ ଅଭିନନ୍ଦନଙ୍କ ପିତା ଲେଖିଲେ ଏହି ଭାବୁକ ଲେଟର, “କହିଲେ ଶତୃଙ୍କୁ ଟକ୍କର ଦେଉଥିବା ମୋ ପୁଅ ସଚ୍ଚା ସିପାହୀ… ସେ “, ଦେଖନ୍ତୁ ଆଉ କଣ କହିଲେ ସେ…

ପାକିସ୍ଥାନ ର ଲଢେଇ ବିମାନକୁ ତଡିବା ପାଇଁ ଇଣ୍ଡିଆନ ଏୟାର ଫୋର୍ସ ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଏହି କାମର ଦ୍ଵାଇତ୍ଵ ଦେଇଥିଲେ । ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ଥାନ ର F-16 କୁ ଜବାବ ଦେବା ପାଇଁ ନିଜର ମିଗ-21 ନେଇ ତା ପଛରେ ଯାଇଥିଲେ । ଏମିତି ଶୁଣାଯାଏ କି ବିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ-21 ର ମାଷ୍ଟର ଅଟନ୍ତି ଓ ଏଥିପାଇଁ ଏତେ ବଡ ଦାଇତ୍ଵ ତାଙ୍କୁ ଦିଆ ଯାଇଥିଲା । ତାର ପିଛା କରି କରି ସେ ପିଓକେ ରେ ପହଞ୍ଚି ଯାଇଥିଲେ ଓ ପାକିସ୍ଥାନୀ ସେନା ତାଙ୍କୁ ଧରି ନେଇଥିଲେ । ଏଥିପାଇଁ ପୁରା ଦେଶ ତାଙ୍କର ଫେରିବା ପାଇଁ ପ୍ରାର୍ଥନା କରୁଛି କିନ୍ତୁ ତାଙ୍କ ପିତାଙ୍କ ଛାତି ଗର୍ବରେ ଫାଟି ପଡୁଛି । ପାଇଲଟ ଅଭିନନ୍ଦନଙ୍କ ପିତା ଲେଖିଲେ ଭାବୁକ ଲେଟର, ସେଥିରେ ତାଙ୍କ ପିତା ସିମ୍ହାକୁଟ୍ଟି ବର୍ଦ୍ଧମାନ ସବୁ କଥା ଲେଖିଛନ୍ତି ।

ପାଇଲଟ ଅଭିନନ୍ଦନଙ୍କ ପିତା ଲେଖିଲେ ଭାବୁକ ଲେଟର

ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପିତା ସିମ୍ହାକୁଟ୍ଟି ବର୍ଦ୍ଧମାନ ବାୟୁସେନାରେ ଏୟାର ମାର୍ଶଲ ରହି ସାରିଛନ୍ତି ଓ ସୋସିଆଲ ମିଡିଆ ରେ ତାଙ୍କର ଏହି ପତ୍ର ଭାଇରାଲ ହେବାକୁ ଲାଗିଛି । ସେହି ଲେଟର ରେ ଅଭିନନ୍ଦନଙ୍କ ପିତା ତାଙ୍କ ପୁଅଙ୍କ ଉପରେ ଗର୍ବ କରି ଲେଖିଲେ, “ଦେଖ ମୋ ପୁଅ କେତେ ନିର୍ଭୟର ସହିତ କଥା ହେଉଛି । ଗୋଟିଏ ସଚ୍ଚା ସିପାହୀ ପରି ମୋତେ ତା ଉପରେ ଗର୍ବ ହେଉଛି ।“ ସେ ବିଶ୍ଵାସ ର ସହିତ କହିଲେ କି ମୋ ପୁଅ ବହୁତ ଶୀଘ୍ର ଘରକୁ ଫେରିବ ।

ସେ ସବୁ ଶୁଭଚିନ୍ତକ ମାନଙ୍କର ଧନ୍ୟବାଦ କଲେ ଓ କହିଲେ କି ଏହି କଠିନ ସମୟରେ ତୁମର ଆମ ସହିତ ରହିବା ଓ ପ୍ରାର୍ଥନା କରିବା ମୋ ପରିବାରକୁ ସାହସ ଦେଉଛି । ଏହିପରି କଥାରେ କମାଣ୍ଡର ଅଭିନନ୍ଦନଙ୍କୁ ବି ସାହସ ମିଳିବ ଯଦି ସେ ଏହା ବିଷୟରେ ଶୁଣିବେ ।

କଣ ହୋଇଥିଲା 27 ଫେବୃୟାରୀ ଦିନ

27 ଫେବୃଆରୀ ଦିନ ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ମାଟିରେ ପଡି ଯାଇଥିଲେ । ପାକ ସେନା ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା । ଶତ୍ରୁ ପକ୍ଷ ହାତରେ ଧରା ପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହୋଇନଥିଲେ, ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା କରିନଥିଲେ । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭୀକତାର ବଡ ଉଦାହରଣ ଦେଖାଇଥିଲେ ଅଭିନନ୍ଦନ ।

ଶେୟାର କରିବେ ଓ ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।