ଏହି ଆପ୍ ରେ ବୁକିଂ କଲେ 50 ଟଙ୍କା ଶସ୍ତାରେ ମିଳୁଛି ଗ୍ଯାସ, ଜାଣନ୍ତୁ କେମିତି କମ ଟଙ୍କାରେ କିଣିବେ Gas ?

ଦିନକୁ ଦିନ ମହଙ୍ଗା ହୋଇ ଚାଲିଛି ରନ୍ଧନ ଗ୍ଯାସ । ଆଉ ଗ୍ଯାସ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି । ଗ୍ଯାସ ଦର ବୃଦ୍ଧି ଯୋଗୁଁ ଅନେକ ଗରିବ ମଧ୍ୟ ମଧ୍ୟବିତ୍ତ ପରିବାରର ଲୋକେ ଅସୁବିଧାର ସମୁଖୀନ ମଧ୍ୟ ହେଉଛନ୍ତି । କିନ୍ତୁ ଏମିତି ବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି । ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଆପ୍ ରେ ଗ୍ଯାସ ବୁକିଂ କରନ୍ତି ତେବେ ଆପଣଙ୍କୁ ନିର୍ଦ୍ଧାରିତ ଦରରୁ ୫୦ ଟଙ୍କା କମ୍ ମୂଲ୍ଯରେ ଗ୍ଯାସ ମିଳିପାରିବ ବୋଲି ଜଣାପଡିଛି । ଆଉ ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି ।

କରୋନା କାଳରେ ଏବେ ଅନେକ ସାମଗ୍ରୀର ଦାମ୍ ବଢିଥିବା ବେଳେ ଏହାରି ମଧ୍ୟରେ ଗ୍ଯାସ ଦର ଶସ୍ତା ହୋଇଥିବା ବୋଲି ଜଣାପଡିବା ପରେ ସମସ୍ତେ ଖୁସି ହେଉଛନ୍ତି । ଆଜ୍ଞା ହଁ, ଏହିପରି ଏକ ଅଫର୍ ଆଣିଛି ପକେଟ ଆପ୍ । ଡିଜିଟାଲ ପେମେଣ୍ଟକୁ ସହଜ କରୁଥିବା ଏହି ଆପ୍ ରେ ଯଦି ଆପଣ ଗ୍ଯାସ ସିଲିଣ୍ଡର ବୁକ୍ କରନ୍ତି ତେବେ କ୍ୟାଶ ବ୍ୟାକ୍ ଅଫର୍ ପାଇପାରିବେ । ଯାହାଦ୍ୱାରା ପ୍ରତି ସିଲିଣ୍ଡରରେ ଆପଣ ପାଖାପାଖି ୫୦ ଟଙ୍କା ବଞ୍ଚାଇ ପାରିବେ ।

ଯଦି ଆପଣ ଆଇସିଆଇସିଆଇ ବ୍ଯାଙ୍କ ଦ୍ଵାରା ପରିଚାଳିତ ହେଉଥିବା ପକେଟ ଆପ୍ ମାଧ୍ୟମରେ ଗ୍ଯାସ ସିଲିଣ୍ଡର ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ଦଶ ପ୍ରତିଶତ କ୍ୟାଶ ବ୍ୟାକ୍ ମିଳିବ ବୋଲି କୁହାଯାଇଛି । ଏହାର ଅର୍ଥ ଆପଣ ସିଲିଣ୍ଡର ପ୍ରତି ପାଖାପାଖି ୫୦ ଟଙ୍କା ପାଇପାରିବେ । ତେବେ ଆସନ୍ତୁ ଜାଣିବା କେମିତି କମ୍ ଟଙ୍କାରେ କିଣିବେ ଗ୍ଯାସ ।

ଯଦି ଆପଣ କମ୍ ଟଙ୍କାରେ ଗ୍ଯାସ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ଆପଣ ପକେଟ ୱାଲେଟ ଆପ୍ ଡାଉନଲୋଡ କରନ୍ତୁ । ଏହାପରେ ସେଠାରେ ଦିଆ ଯାଇଥିବା ବିକଳ୍ପକୁ ଯାଇ ଗ୍ଯାସ ବୁକିଂ କରନ୍ତୁ । ବୁକିଂ କରିବା ପରେ ପେମେଣ୍ଟକୁ ଯାଇ ରିଚାର୍ଜ ଏବଂ ପେ ବିଲ୍ ଉପରେ କ୍ଲିକ କରନ୍ତୁ । ପରେ ‘ମୋର୍ ଅପସନ୍’ ଉପରେ କ୍ଳିକ କରିବା ପରେ ଆପଣ ଏଲପିଜି ପାଖରେ ସର୍ଭିସ ପ୍ରୋଭାଇଡର ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣ ମୋବାଇଲ ନମ୍ବର ଦେଇ ଗ୍ଯାସ ବୁକିଂ କରିପାରିବେ ।

ବୁକିଂ ହୋଇଯିବା ପରେ ଆପଣଙ୍କୁ ରିୱାର୍ଡ ଆକାରରେ ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ ବ୍ୟାକ୍ ଆସିଯିବ । ସେ ଯାହା ବି ହେଉ, ଆଜିର ମହଙ୍ଗା ଯୁଗରେ ୫୦ ଟଙ୍କା କମ୍ ମୂଲ୍ଯରେ ଗ୍ଯାସ ମିଳିବା ଜାଣିବା ପରେ ଖାଉଟି ସାମାନ୍ଯ ଆଶ୍ଵସ୍ତ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।