ଋତୁସ୍ରାବକୁ ପୁଅ ମାନେ ଜାଣିବା କେତେ ଜରୁରୀ ! ଜାଣନ୍ତୁ ଏ ନେଇ କୁହନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ Dr Mitali Shrivastava

ପ୍ରାୟତଃ ଝିଅ ଓ ମହିଳାମାନଙ୍କ ଋତୁସ୍ରାବ ସମୟରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ କରିଥାନ୍ତି । ଏମିତିରେ ଯଦି ଆପଣ ଏହି ବିଶେଷ କିଛି କଥା ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କୁ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଋତୁସ୍ରାବ ସମୟରେ ଆପଣ ନିଜକୁ ସବୁବେଳେ ସ୍ଵଚ୍ଛ ରଖିବେ । ୪ ରୁ ୬ ଘଣ୍ଟା ମଧ୍ୟରେ ନିଜର ସାନିଟାରୀ ନାପକିନ ପ୍ୟାଡକୁ ଚେଞ୍ଜ କରନ୍ତୁ । ଏହା ପଛର ମୁଖ୍ୟ କାରଣ ହେଉଛି ଯେତେବେଳେ ଆପଣଙ୍କର ଅଧିକ ମାତ୍ରାରେ ରକ୍ତ ବାହାରୁଛି ତେବେ କିଛି ବି ସମସ୍ୟା ହୋଇପାରେ ।

କିନ୍ତୁ ଯଦି ଆପଣଙ୍କ ଅଧିକ ରକ୍ତ ବାହାରୁଛି ଓ ଆପଣ ପ୍ୟାଡ ଚେଞ୍ଜ କରୁ ନାହାନ୍ତି ତେବେ ଆପଣଙ୍କ ଇନଫେକସନ ହେବାର ଚାନ୍ସ ଅଧିକ ବଢିପାରେ । ଆପଣ ନିଜର ସେହି ସ୍ଥାନକୁ କିଛି ସମୟ ବ୍ୟବଧାନରେ ସଫା କରନ୍ତୁ ଓ ଧ୍ୟାନ ରଖିବେ କି ଆପଣ ମଳଦ୍ଵାର ପର୍ଯ୍ୟନ୍ତ ସଫା କରିବେ ।

ନଚେତ ମଳଦ୍ଵାରର ବ୍ୟାକ୍ଟେରିୟା ବି ଇନଫେକସନ କରି ପାରେ । ପ୍ରାୟତଃ ଝିଅମାନେ ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ସାବୁନ କିମ୍ବା ଅନ୍ୟ କେମିକାଳ ଜିନିଷ କିଣି ଆଣି ସଫା କରିଥାନ୍ତି । ଯାହାକି ଭୁଲ ଅଟେ । ବିଶେଷ କରି ଋତୁସ୍ରାବ ସମୟରେ । ଆପଣ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ସାବୁନ କିମ୍ବା ଅଲଗା କେଉଁ ଜିନିଷ ବ୍ୟବହାର କରି ପାରିବେ । ପ୍ୟାଡକୁ ଫୋପାଡିବା ସମୟରେ ସବୁବେଳେ ତାକୁ ଭଲ ଭାବରେ ବନ୍ଦ କରି ଫୋପାଡିବା ଦରକାର । ନଚେତ ତାହା ଇନଫେକସନକୁ ବ୍ୟାପିବାରେ ସାହାର୍ଯ୍ୟ କରିବ ।

କେବେ ବି ଋତୁସ୍ରାବକୁ ଶୁଣିବାକୁ ମିଳୁଥିବା ଅନ୍ଧବିଶ୍ଵାସ ଉପରେ ବିଶ୍ଵାସ କରିବେ ନାହିଁ । ଋତୁସ୍ରାବ ସମୟରେ ମହିଳାମାନେ ନିଜର ଧ୍ୟାନ ରଖିବେ ଓ ଘର ଲୋକମାନେ ବି ତାଙ୍କର ଧ୍ୟାନ ରଖିବା ଉଚିତ । ଏହି ସ୍ମାୟରେ ମହିଳାମାନେ ନିଜର ଯତ୍ନ ନେବେ ଯେମିତି କି ସବୁଦିନର କାମ ଜାରି ରଖିବେ । ଅଯଥା ବ୍ୟସ୍ତ ହେବେ ନାହିଁ, ଅଳ୍ପ ଅଳ୍ପ କରି କିଛି ସମୟ ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ, କେବେ ବି ଖାଲି ପେଟରେ ରହିବେ ନାହିଁ, ବିଶେଷ କରି ଅବିବାହିତ ଝିଅମାନେ କୌଣସି କଥାରେ ଅଧିକ ଚିନ୍ତା କରିବେ ନାହିଁ ।

ସବୁବେଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବଜାରରେ ମିଳୁଥିବା କୌଣସି ବି ପ୍ରକାରର ମେଡିସନ ବିନା ଡାକ୍ତରଙ୍କ ପରାମର୍ଶରେ ଖାଇବେ ନାହିଁ । ମୁଖ୍ୟ କଥା ହେଉଛି ଋତୁସ୍ରାବ ବିଷୟରେ ପୁରୁଷ ଲୋକମାନେ ବି ଜାଣିବା ଦରକାର । କାରଣ ଯଦି ଆପଣ ଜାଣି ଥିବେ ତେବେ ଆପଣ ସେହି ସମୟରେ ନିଜର ପାର୍ଟନରକୁ ଧ୍ୟାନ ରଖିବା ସହ ତାଙ୍କୁ ସାହାର୍ଯ୍ୟ ବି କରି ପାରିବେ । ଯଦି କୌଣସି ସମସ୍ୟା ହେଉଛି ତେବେ ଆପଣ ତାଙ୍କୁ ସାହାର୍ଯ୍ୟ ବି କରି ପାରିବେ ।