50 ହଜାରରୁ ବି କମ୍ ରେ ମିଳୁଛି ଏହି ଇଲେକ୍ଟ୍ରିକ ସ୍କୁଟର, Ola ସମେତ ଆହୁରି କେତେକେ କମ୍ପାନୀଙ୍କୁ ଦେବ ସିଧା ଟକ୍କର, ଦେଖନ୍ତୁ କଣ ରହିଛି ଫିଚର୍ସ

ଇଲେକ୍ଟ୍ରିକ ଗାଡିର ଏହି ନୂଆ ଯୁଗରେ ଯଦି ଆପଣ ମଧ୍ୟ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି ତେବେ ୫୦ ହଜାରରୁ ମଧ୍ୟ କମ୍ ବଜେଟ୍ ରେ ମିଳୁଛି ହିରୋ କମ୍ପାନୀର ଶାନଦାର ସ୍କୁଟର । ଦିଗଜ ଦୁଇଚକିଆ କମ୍ପାନୀ ହିରୋ (Hero) ସବୁଠୁ ଶସ୍ତା ଇଲେକ୍ଟ୍ରିକ ସ୍କୁଟର Hero Electric Flash LX ନେଇ ଆସିଛି । ପେଟ୍ରୋଲ ମହଙ୍ଗା ହେବା ହେତୁ ଲୋକେ ଇଲେକ୍ଟ୍ରିକ ସ୍କୁଟର ଅଧିକ ପସନ୍ଦ କରୁଛନ୍ତି ଓ କମ୍ପାନୀ ଗୁଡିକ ମଧ୍ୟ ଇଲେକ୍ଟ୍ରିକ ଗାଡି ଉପରେ ଫୋକସ୍ କରିବା ଆରମ୍ଭ କରି ଦେଲେଣି ।

ବର୍ତ୍ତମାନ ବଜାରକୁ ଅନେକ ଇଲେକ୍ଟ୍ରିକ ସ୍କୁଟର ଆସି ସାରିଲାଣି । କିନ୍ତୁ ସେମାନଙ୍କ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବାରୁ ସମସ୍ତେ ଏହି ଗାଡି କିଣି ପାରୁ ନାହାନ୍ତି । ଆପଣ ୫୦ ହଜାର ଟଙ୍କାରୁ କମ୍ ମୂଲ୍ଯରେ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଥିଲେ Hero Electric Flash LX ଗାଡିଟି ସର୍ବୋତ୍ତମ ଅଟେ । ଏହି ଗାଡିର ମୂଲ୍ୟ ଦିଲ୍ଲୀରେ ୪୬୬୪୦/- ଟଙ୍କା ରହିଛି । ରେଡ୍ ଓ ସିଲଭର ଦୁଇଟି ରଙ୍ଗରେ ଏହି ଗାଡିଟି ଉପଲବ୍ଧ । ସ୍କୁଟର ଆଗରେ ଥିବା ଏଲଇଡ଼ି ହେଡ୍ ଲ୍ୟାମ୍ପ୍ସ ଏହାର ଲୁକ୍ କୁ ଅଧିକ ଷ୍ଟାଇଲିସ କରୁଛି ।

ସ୍କୁଟରରେ ସିଙ୍ଗଲ ସିଟ୍ ଡିଜାଇନ ଓ ପଛରେ ଜିନିଷ ରଖିବା ପାଇଁ କ୍ଯାରିୟର ମଧ୍ୟ ଲଗାଯାଇଛି । ଏହି ଇଲେକ୍ଟ୍ରିକ ସ୍କୁଟର ଥରେ ଚାର୍ଜ କଲେ ୫୦ କିମି ପର୍ଯ୍ୟନ୍ତ ଯାଇପାରେ । ଏଥିରେ ୪୮V ର ଏକ ବ୍ଯାଟେରୀ ପ୍ୟାକ ରହିଛି । ବ୍ଯାଟେରୀ ସଂପୂର୍ଣ୍ଣ ଚାର୍ଜ ହେବା ପାଇଁ ୮-୧୦ ଘଣ୍ଟା ନେଉଥିବା ବେଳେ ଏହି ଗାଡିର ଟପ୍ ସ୍ପିଡ ୨୫kmph ରହିଛି । ତେବେ ଏହି ଗାଡିକୁ ଚଲାଇବା ପାଇଁ ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେଶନର କୌଣସି ଆବଶ୍ୟକତା ନାହିଁ । ଏହି ଗାଡିରେ ଏକ ଡିଜିଟାଲ ଇନଷ୍ଟ୍ରକ୍ଟର ରହିଛି ଯେଉଁଥିରୁ ବ୍ଯାଟେରୀ ଲେଭଲ ଏବଂ ସ୍ପିଡ ଜାଣି ହେବ ।

ସ୍କୁଟରରେ ୧୨ ଇଞ୍ଚର ଆଲୋୟ ଭିଲ ଦିଆଯାଇଛି । ଯାହା ସ୍କୁଟରକୁ ଷ୍ଟାଇଲିଶ ସହ ହାଲୁକା ମଧ୍ୟ ବନାଉଛି । ମୋବାଇଲ ଫୋନ ଚାର୍ଜ କରିବା ପାଇଁ ଏହି ସ୍କୁଟରରେ ଇଉଏସବି ଚାର୍ଜି॰ ପୋର୍ଟ ମଧ୍ୟ ରହିଛି । ଆପଣଙ୍କୁ ହିରୋର ଏହି ଇଲେକ୍ଟ୍ରିକ ସ୍କୁଟର କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।