ବଢୁଥିବା Omicron ମାମଲାକୁ ନେଇ ବିଶେଷଜ୍ଞ ଦେଲେ ଏହି ଖୁସି ଖବର ! ଆଗକୁ କେବଳ Endemic ଫର୍ମରେ ହିଁ ରହିଯିବ କରୋନା ?

ଦେଶରେ ଓମିକ୍ରନ ମାମଲା ପ୍ରାୟ ହଜାରେ ଛୁଇଁଲାଣି । ଚଳିତ ବର୍ଷ ଜୁନ ମାସ ପରେ ବର୍ତ୍ତମାନ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ଦିନକୁ ଦିନ ଦ୍ଵିଗୁଣା ହେବାରେ ଲାଗିଛି । ସେହିପରି ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ କରୋନା ମାମଲା ବଢି ଚାଲିଛି । ମୁମ୍ବାଇରେ ମଧ୍ୟ କରୋନା ମାମଲା ୭୦%କୁ ବୃଦ୍ଧି ପାଇଛି । ଏହି ସମସ୍ତ ଖବର ଭିତରେ ଓମିକ୍ରନକୁ ନେଇ ଆଶ୍ବସ୍ତିକର ସୂଚନା ସାମ୍ନାକୁ ଆସିଛି । ଯେଉଁ ସବୁ ଦେଶ ମାନଙ୍କରେ ୮୦%ରୁ ଅଧିକ କରୋନା ମାମଲା ଦେଖିବାକୁ ମିଳୁଛି ସେଠାରେ ଡେଲଟା ତୁଳନାରେ ମୃତ୍ୟୁସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଆମେରିକା, ବ୍ରିଟେନ ଓ ସାଉଥ ଆଫ୍ରିକା ଏହାର ସବୁଠୁ ବଡ ଉଦାହରଣ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ୨୭ ଡିସେମ୍ବର ପର୍ଯ୍ୟନ୍ତ ଦୁନିଆରେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ ୧୪.୪୯ ଲକ୍ଷ ନୂଆ କେସ୍ ରହିଛି ଓ ସେଥିରୁ ୬୪୩୩ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଡେଲଟା ସମୟରେ ୭ ଲକ୍ଷ ମାମଲାରେ ମୃତ୍ୟୁସଂଖ୍ୟା ୭୩୧୭ରେ ପହଞ୍ଚିଥିଲା । ଅର୍ଥାତ ଡେଲଟା ଯୋଗୁଁ ୧୦୦ରୁ ୧୦ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଓମିକ୍ରନରେ ୧୦୦ରୁ ୫ଜଣ ମୃତ୍ୟୁବରଣ କରୁଛନ୍ତି ।

ଗତ ଦୁଇମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଥରେ ବଢିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅମୋକ୍ରନ ବର୍ତ୍ତମାନ ଦୁନିଆର ପ୍ରାୟ ୧୧୯ଟି ଦେଶରେ ପହଞ୍ଚି ସାରିଲାଣି । ଏହା ଡେଲଟା ତୁଳନାରେ ୫ରୁ ୭ଗୁଣ ଅଧିକ ତୀବ୍ର ଭାବେ ବ୍ୟାପିଚାଲିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଗାମୀ ୩-୪ ସପ୍ତାହ ମଧ୍ୟରେ ଏହା ଦୁନିଆର ସବୁଠୁ ବଡ କରୋନ ଭ୍ୟାରିଆଣ୍ଟ ହୋଇଯିବ ।

କିନ୍ତୁ ଓମିକ୍ରନ ଯୋଗୁଁ ମୃତ୍ୟୁସଂଖ୍ୟା ଅନେକ ମାତ୍ରାରେ ହ୍ରାସ ପାଇବ । ଯାହାଫଳରେ ମହାମାରୀର ଭୟାବହତା ଶେଷ ହୋଇଯିବ ବୋଲି ଶୁଣାଯାଉଛି । ଅର୍ଥାତ କରୋନା ଏକ ସାଧାରଣ ଥଣ୍ଡା, ଜ୍ଵର ଭଳି ହୋଇଯିବ । ଯେତେବେଳେ କୌଣସି ଭାଇରସ ଆଉ ମାରାତ୍ମକ ରୁହେ ନାହିଁ ସେତେବେଳେ ଏହାକୁ ଭାଇରସର ଏଣ୍ଡେମିକ ଫର୍ମ ବୋଲି କୁହାଯାଏ । ଦୁନିଆରେ ଏବେ ପର୍ଯ୍ୟନ୍ତ ୩ଲକ୍ଷ ଓମିକ୍ରନ ମାମଲାର ଜିନୋମ ସିକ୍ଵିଏନ୍ସି ଜରିଆରେ ଏହା ଜଣାପଡିଛି ।

ଅସଲରେ ଓମିକ୍ରନ ମାମଲା ୨୦ଗୁଣା ଅଧିକ ହୋଇ ପାରିଥାନ୍ତା କିନ୍ତୁ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ଏବେ ପର୍ଯ୍ୟନ୍ତ ଗୋଟିଏ ହେଲେ ମୃତ୍ୟୁ ମାମଲା ସାମ୍ନାକୁ ଆସିନାହିଁ । ଏହାଯୋଗୁଁ ସଂକ୍ରମିତ ଲୋକଙ୍କୁ ବର୍ତ୍ତମାନ ହସ୍ପିଟାଲ ଯିବାକୁ ମଧ୍ୟ ପଡୁନାହିଁ । ଏହି କାରଣରୁ ଦୁନିଆର ତମାମ ବିଶେଷଜ୍ଞ ମାନେ ଓମିକ୍ରନକୁ କରୋନା ମହାମାରୀର ଅନ୍ତ ବା ଶେଷ ସମୟ ବୋଲି କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।