ଓଲିଉଡ ର ଦୁଇ ଲୋକପ୍ରିୟ ଆଙ୍କର Ashwini ଓ Prerana ଙ୍କ ହଳଦୀ ରସମ, ପ୍ରେମ ବିବାହକୁ ନେଇ ସେମାନେ କଣ କହିଲେ ? ଦେଖନ୍ତୁ video

ଚଳିତ ବିବାହ ଋତୁରେ ଚାରିଆଡେ ବିବାହ ମାହୋଲ ଦେଖିବାକୁ ମିଳୁଥିବା ବେଳେ ଏଥିରେ ଓଲିଉଡ ଇଣ୍ଡଷ୍ଟ୍ରି ବି କିଛି ପଛରେ ନାହିଁ । ଓଲିଉଡ ଦୁନିଆର ଗୋଟେ ପରେ ଗୋଟେ ନାମୀ କଳାକାର ମାନେ ମଧ୍ୟ ବିବାହ ପାଇଁ ଧାଡି ବାନ୍ଧିଛନ୍ତି । ନିକଟରେ ଏଭଳି ଅନେକ ଖବର ଆସିଥିବା ବେଳେ ବର୍ତ୍ତମାନ ଲୋକପ୍ରିୟ ଅଭିନେତା ଓ ଆଙ୍କର ଅଶ୍ଵିନୀଙ୍କ ବିବାହ ସାମ୍ନାକୁ ଆସିଛି । ବିବାହ ପାଇଁ ଏକଦମ ପ୍ରସ୍ତୁତ ହୋଇ ସାରିଛନ୍ତି ଅଶ୍ଵିନୀ ।

ସେ ଜଣାଶୁଣା ଏବଂ ଲୋକପ୍ରିୟ ଆଙ୍କର ପ୍ରେରଣାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅଶ୍ଵିନୀ ଓ ପ୍ରେରଣାଙ୍କୁ ଆପଣ ଅନେକ ଟିଭି ରିୟାଲିଟି ଶୋ’ ମାନଙ୍କରେ ଆଙ୍କରିଂ କରିବାର ଦେଖିଥିବେ । ସେମାନଙ୍କ ନିଆରା ଉପସ୍ଥାପନା ଶୈଳୀ ଯୋଗୁଁ ଆଜି ସେମାନେ ଓଡିଶାର ଘରେ ଘରେ ସୁପରିଚିତ । ଆଙ୍କରିଂ ବ୍ଯତୀତ ଅଶ୍ଵିନୀ ଅନେକ ଓଡିଆ ଆଲବମ ଏବଂ ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି ।

ତାଙ୍କ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଜାଗା ବନେଇ ପାରିଛନ୍ତି । ଅଶ୍ଵିନୀ ‘ଲଭ ଗୁରୁ’ ନାମରେ ମଧ୍ୟ ଖୁବ ଜଣାଶୁଣା । ତାଙ୍କ ପାଖରେ ପ୍ରେମ ଜନିତ ସବୁ ସମସ୍ଯାର ସମାଧାନ ରହିଛି । ତେବେ ଅଶ୍ଵିନୀ ଓ ପ୍ରେରଣାଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ଫ୍ୟାନ୍ସ ବେଶ ଖୁସି ଅଛନ୍ତି ଓ ବିବାହ ଉତ୍ସବ ଗୁଡିକର ଫଟୋ ଏବଂ ଭିଡିଓ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।

ଅଶ୍ଵିନୀ ଓ ପ୍ରେରଣା ଆଜି ବିବାହ କରିବାକୁ ଯାଉଥିବା ବେଳେ ଗତକାଲି ଧୁମଧାମରେ ଅନୁଷ୍ଠିତ ହୋଇଛି ଉଭୟଙ୍କ ହଳଦୀ ରସମ । ହଳଦୀ ରସମରେ ରୀତିନୀତିରେ ସବୁକିଛି ହୋଇଥିବା ବେଳେ ଅଶ୍ଵିନୀ ଓ ପ୍ରେରଣା ଏସବୁକୁ ଖୁବ ଉପଭୋଗ କରିଥିବା ଦେଖିବାକୁ ମିଳିଛି । ଅଶ୍ଵିନୀ ଓ ପ୍ରେରଣା ପରସ୍ପରକୁ ଦୀର୍ଘ 8 ବର୍ଷରୁ ଉର୍ଦ୍ଧ୍ଵ ସମୟ ହେବ ଜାଣିଛନ୍ତି । ସେମାନଙ୍କ ବନ୍ଧୁତା କ୍ରମଶଃ ପ୍ରେମରେ ପରିଣତ ହୋଇଛି । ଆଉ ପରିବାର ଲୋକଙ୍କ ସହମତି ଓ ଯୋଜନାକ୍ରମେ ସେମାନେ ବର୍ତ୍ତମାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ସେମାନଙ୍କ ହଳଦୀ ରସମରେ ଉଭୟଙ୍କ ପରିବାର, ପିଲାଦିନର ବନ୍ଧୁ ଓ ବାନ୍ଧବୀ ଏବଂ ଓଲିଉଡ ଦୁନିଆର ଅନେକ କଳାକାରମାନେ ନଜର ଆସିଛନ୍ତି । ଆଉ ଆଜି ଅଶ୍ଵିନୀ ଓ ପ୍ରେରଣାଙ୍କ ବାହାଘର ଆହୁରି ଧୁମଧାମରେ ହେବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।