ବଢିଲା ଟିମ୍ ଇଣ୍ଡିଆର ମୁସ୍କିଲ ! Rohit Sharma ଙ୍କ ସହ ଟେଷ୍ଟ ସିରିଜରୁ ବାହାର ହୋଇ ପାରନ୍ତି ଏହି ଦୁଇ ଷ୍ଟାର ଖେଳାଳି, ଚିନ୍ତାରେ ଦଳ

ବାଂଲାଦେଶ ସହ ଖେଳା ଯାଇଥିବା ଦିନିକିଆ ସିରିଜର ଦ୍ଵିତୀୟ ମ୍ଯାଚ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ । ଯାହାପରେ ରୋହିତଙ୍କ ଟେଷ୍ଟ ସିରିଜଋ ବାହାର ହେବା ନେଇ ଆଶଙ୍କା ବଢିବାରେ ଲାଗିଛି । ପୂର୍ବରୁ ଯଶପ୍ରୀତ ବୁମରାହ ମଧ୍ୟ ଆହତ ସମସ୍ଯା ଯୋଗୁଁ ଦଳରୁ ବାହାରେ ରହିଛନ୍ତି । ତେବେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି ଯୋଗ ଦେବାର ଖବର ସାମ୍ନାକୁ ଆସିଥିଲା ।

କିନ୍ତୁ ଉଭୟ ଜାଡେଜା ଏବଂ ଶାମି ମଧ୍ୟ ଟେଷ୍ଟ ସିରିଜରେ ଖେଳି ନ ପାରନ୍ତି ବୋଲି କୁହାଯାଉଛି । ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି ମଧ୍ୟ ଆହତ ସମସ୍ଯା ଯୋଗୁଁ ଦଳରୁ ବାହାର ହୋଇପାରନ୍ତି । 14 ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଖେଳା ଯିବାକୁ ଥିବା ଟେଷ୍ଟ ମ୍ଯାଚରେ ଏହି ଦୁଇ ଷ୍ଟାର ଖେଳାଳି ଭାଗ ନେବେ ନାହିଁ । ଆହତ ସମସ୍ଯା ଯୋଗୁଁ ଜାଡେଜା ଏବଂ ଶାମି ଦିନିକିଆ ସିରିଜରୁ ମଧ୍ୟ ବଞ୍ଚିତ ରହିଥିଲେ ।

ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଟିମ୍ ଇଣ୍ଡିଆ ଏହି ଦୁଇ ଖେଳାଳିଙ୍କ ରିପ୍ଲେସମେଣ୍ଟ ରୂପେ ସୌରଭ କୁମାର ଏବଂ ନବଦୀପ ସାଇନିଙ୍କୁ ଟିମ୍ ରେ ସାମିଲ କରିପାରେ । ଉଭୟ ସୌରଭ ଏବଂ ସାଇନି ବାଂଲାଦେଶ ଗସ୍ତରେ ଭାରତ-ଏ ଟିମ୍ ରେ ସାମିଲ ଅଛନ୍ତି । ଗତ କିଛି ମାସ ତଳେ ରବୀନ୍ଦ୍ର ଜାଡେଜାଙ୍କର ଆଣ୍ଠୁ ସର୍ଜରୀ ହୋଇଥିଲା, ଯେଉଁଥିରୁ ସେ ଏବେ ବି ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି ବୋଲି କୁହାଯାଉଛି ।

ସେହିଭଳି ଶାମିଙ୍କ କାନ୍ଧରେ ମଧ୍ୟ ଆଘାତ ଲାଗିଥିଲା, ଯାହା ଏବେ ଯାଏଁ ସଂପୂର୍ଣ୍ଣ ଠିକ ହୋଇନି । ଅଷ୍ଟ୍ରେଲିଆରୁ ଟି20 ବିଶ୍ଵକପରୁ ଫେରିବା ପରେ ଏକ ଟ୍ରେନିଂ ସେଶନ ସମୟରେ ଶାମିଙ୍କ କାନ୍ଧରେ ଆଘାତ ଲାଗିବାରୁ ତାଙ୍କୁ ଦିନିକିଆ ସିରିଜରୁ ବାହାର ହେବାକୁ ପଡିଥିଲା । ତେବେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ମଙ୍ଗ ସମ୍ଭାଳିବେ ବୋଲି କୁହା ଯାଉଥିବା ବେଳେ ଜାଡେଜା ଓ ଶାମିଙ୍କ ବଦଳରେ ସୌରଭ ଏବଂ ସାଇନି ଦଳରେ ସାମିଲ ହେବେ ।

ନବଦୀପ ସାଇନି ପୂର୍ବରୁ ଟିମ୍ ଇଣ୍ଡିଆରେ ଡେବ୍ଯୁ କରି ସାରିଥିବା ବେଳେ ସୌରଭ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।