ଏବେ ଏବେ ଓଲିଉଡରୁ ଆସିଲା ଆଉ ଏକ ଦୁଃଖ ଖବର, ପୁଣି ଜଣେ ବରିଷ୍ଠ ଅଭିନେତାଙ୍କର ହେଲା ଦେହାନ୍ତ

ସାଧାରଣ ଜନତାଙ୍କ ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ୨୦୨୦ ବର୍ଷ ଟି କାହା ପାଇଁ ମଧ୍ୟ ଭଲ ରହି ନାହିଁ । ଏହି ୨୦୨୦ ରେ ବଲିଉଡରୁ ବହୁତ ଦୁଃଖ ବାର ଆସିଲାଣି ଓ ଓଲିଉଡ ଜଗତ ରେ ମଧ୍ୟ ଏଭଳି ଦୁଃଖଦ ଖବର ଶୁଣିବାକୁ ମିଳୁଛି । କିଛି ଦିନ ତଳେ ବିଜୟ ମହାନ୍ତି ଓ ଅଜିତ ଦାଶଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଦୁଃଖରୁ ଅଲିଉଡ ଏ ପର୍ଯ୍ୟନ୍ତ ବାହାରି ପାରି ନାହିଁ କି ପୁଣି ଅଲିଉଡ ଜଗତରୁ ଆଉ ଏକ ଦୁଃଖ ଖବର ଆସିଛି । ସୂଚନା ଅନୁସାରେ ଅଲିଉଡ ର ଆଉ ଜଣେ ପ୍ରସିଦ୍ଧ କଳାକାରଙ୍କର ସୋମବାର ଦିନ ମୃତ୍ୟୁ ହୋଇ ଯାଇଛି ।

ଏହି କଳାକାରଙ୍କର ହଠାତ ଏପରି ମୃତ୍ୟୁ ପରେ ସାରା ଓଡିଶା ସହିତ ଅଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ଶୋକର ବାଦଲ ଘେରି ଯାଇଛି। ଆପଣଙ୍କୁ କହି ଦେଉଛୁ କି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡ ର ବରିଷ୍ଠ ଅଭିନେତା ସନ୍ତୋଷ ନାୟକ । ସେ କରୋନା ରେ ପୀଡିତ ଥିଲେ ବୋଲି ଶୁଣିବାକୁ ମିଳୁଛି ଓ ତାଙ୍କର ଚିକିତ୍ସା ଭୁବନେଶ୍ବରର ଏକା କୋଭିଡ ହସ୍ପିଟଲ ରେ ହେଉଥିଲା । ସୋମବାର ଦିନ ଅପରାହ୍ନ ୨.୪୫ ମିନିଟ ରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

 

ତାଙ୍କର ମୃତ୍ୟୁ ର ଖବର ପାଇ ଓଲିଉଡ କଳାକାର ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ମୃତ୍ୟୁର ଖବର ତାଙ୍କର ବନ୍ଧୁ ତଥା ସଂଳାପକାର ଡ. ରଜନୀ ରଞ୍ଜନ ଦାଶ ତାଙ୍କର ଜଣାଇଥିଲେ । ସେ ତାଙ୍କ କ୍ଯାରିୟର ରେ ୩୦ ରୁ ଅଧିକ ଓଡିଆ ଧାରାବାହିକ, ୨୦୦ ରୁ ଅଧିକ ରେଡିଓ ଓ ଦୂରଦର୍ଶନ ପ୍ରୋଗ୍ରାମ, ୭୫ ରୁ ଅଧିକ ଓଡିଆ ଫିଲ୍ମ ରେ କାମ କରିଛନ୍ତି । ସେ ଜଣେ ପ୍ରତିଭାବାନ କଳାକାର ଥିଲେ । ନୟାଗଡ ଜିଲ୍ଲାରେ ତାଙ୍କର ଜନ୍ମ ହୋଇଥିଲା ଓ ତାଙ୍କ ବାପା ଜଣେ ସ୍କୁଲ ଟୀଚର ଥିଲେ ।

ନିଜର ପିଲାଦିନୁ ହିଁ ସେ ଅଭିନୟ ପ୍ରତି ରୁଚି ରଖୁଥିଲେ ଓ ପିଲା ଦିନରୁ ହିଁ ନାଟକ କରୁଥିଲେ । ସେ ଅଲିଉଡ ଇଣ୍ଡଷ୍ଟ୍ରି ରେ ଦୀର୍ଘ ୩୦ ବର୍ଷ ଧରି ସକ୍ରିୟ ଥିଲେ । ମାତ୍ର ୫୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଏତେ କମ ବୟସରେ ହଠାତ ଦୁନିଆ ଛାଡିଦେବାରୁ ସମସ୍ତେ ଆଶ୍ଚର୍ଯ୍ୟ କରି ହୋଇ ଯାଉଛନ୍ତି । ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ କି ଭଗବାନ ତାଙ୍କ ଆତ୍ମା କୁ ସଦ୍ଗତି ଦିଅନ୍ତୁ ।