ଓଲିଉଡ ଜଗତର ସବୁଠାରୁ ଧନୀ ହିରୋ କିଏ ? କେଉଁ ହିରୋ ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ଡିମାଣ୍ଡ କରନ୍ତି ?

ଦର୍ଶକ ବନ୍ଧୁ ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ସହ ଷ୍ଟାଇଲ, ବ୍ୟକ୍ତିଗତ ଲାଇଫ ପାଇଁ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଯାହା ସେମାନଙ୍କ ବ୍ୟକ୍ତିତ୍ବ କୁ ଅଧିକ ଖାସ ପରିଚୟ ପ୍ରଦାନ କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ଓଲିଉଡ ହିରୋ ମାନେ ଗୋଟେ ଫିଲ୍ମ କରିବା ପାଇଁ କେତେ ଟଙ୍କା ଡିମାଣ୍ଡ କରିଥାନ୍ତି । ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରି ଜାଣି ନେବା ପୁରା ଖବର ବିଷୟରେ ।

୧- ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ଓଲିଉଡର ଦିଗଜ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓରଫ ମୁନ୍ନା ଭାଇ । ସେ “ଶ୍ରଦ୍ଧାଞ୍ଜଳି” ଫିଲ୍ମ ଜରିଆରେ ସିନେମା ଜାଗାରେ ପ୍ରଥମ ଥର ପାଇଁ ପାଦ ଦେଇଥିଲେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୪ରୁ ୧୬ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହା ସହ ସେ ଫିଲ୍ମର କିଛି ପ୍ରଫିଟରୁ ସେୟାର ମଧ୍ୟ ନେଇଥାନ୍ତି ।

୨- ଆମ ଲିଷ୍ଟର ଦ୍ବିତୀୟରେ ଆସୁଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । “ପାଗଳ ପ୍ରେମୀ” ଜରିଆରେ ସାରା ଓଡିଶା ବାସୀଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ କରିବାରେ ସଫଳ ହୋଇଥିଲେ । ଦର୍ଶକଙ୍କୁ ଆଜି ସେ ତାଙ୍କର ଅଭିନୟ ପସନ୍ଦ ଆସିଥାଏ । ସେ ଗୋଟେ ଫିଲ୍ମ କରିବା ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ଏହା ସହ ଅନେକ ପ୍ରଡ଼କ୍ଟର ପ୍ରମୋଶନ ମଧ୍ୟ କରିଥାନ୍ତି ।

୩- ଆମ ଲିଷ୍ଟର ତୃତୀୟରେ ଆସିଛନ୍ତି ଅଭିନେତା ଅରିନ୍ଦମ । ସେ “ପ୍ରେମ ଋତୁ ଆସିଲା” ଫିଲ୍ମ ଜରିଆରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ସେ ବେଙ୍ଗଲି ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୧୩ରୁ ୧୬ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।

୪- ଆମ ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ଅନୁଭବ ମହାନ୍ତି । ସେ ଅଭିନେତା ସହ କେନ୍ଦ୍ରାପଡାର ସାଂସଦ ଅଟନ୍ତି । ସେ “ଆଇ ଲଭ ୟୁ” ଫିଲ୍ମରେ ଦେବ୍ୟୁ କରିଥିଲେ ଯାହା ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଓଡିଆ ଇଣ୍ଡଷ୍ଟ୍ରିରେ । ୨୦୧୦ ପୂର୍ବରୁ ସେ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ ୮ରୁ ୧୨ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ । କିନ୍ତୁ ଏବେ ସେ ୧୮ରୁ ୨୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

୫- ଆମ ଲିଷ୍ଟର ପଞ୍ଚମରେ ଆସୁଛନ୍ତି ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି । ତାଙ୍କୁ ଚକଲେଟ ବଏ ନାମରେ ମଧ୍ୟ ଓଡିଶା ବାସୀ ଜାଣିଛନ୍ତି । ତାଙ୍କର “ଦମନ” ଫିଲ୍ମ ଟି ବେଶ ଲୋକପ୍ରିୟ ହୋଇଥିଲା । ସେ ପୂର୍ବରୁ ଗୋଟେ ଫିଲ୍ମ କରିବା ପାଇଁ ୫ରୁ ୮ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ କିନ୍ତୁ ଏବେ ୧୪ରୁ ୧୮ ଲକ୍ଷ ଟଣକ ଡିମାଣ୍ଡ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ହିରୋ ମାନଙ୍କ ମଧ୍ୟ କେଉଁ ହିରୋ ଅଧିକ ଭଲ ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।