ସ୍ଵାମୀ ନୁହେଁ ବରଂ ଓକିଲ ପରି ମାପିଚୁପି କଥା କହୁଛନ୍ତି Sumit, ଏହା ସୁମିତଙ୍କ ନିଜ ଭାଷା ନା କେଉଁଠୁ ଘୋଷିକରି କହୁଛନ୍ତି ? ଶୁଣନ୍ତୁ କ’ଣ କହୁଛନ୍ତି ପତ୍ନୀ Tapaswini

ସୁମିତଙ୍କ ମୁହଁରେ ସ୍ଵାମୀ ନୁହେଁ ବରଂ ଆଇନର ଭାଷା । ଆଇନଗତ ଭାବେ ନିଜକୁ ଠିକ୍ ଦର୍ଶାଇ ନିଜ ବୟାନ ରଖୁଛନ୍ତି ସୁମିତ । ତାଙ୍କ ଫୋନ୍ କଲ୍ ହେଉ ବା ଗଣମାଧ୍ୟମକୁ ଦେଇଥିବା ପ୍ରତିଟି ବିବୃତ୍ତି ଯଦି ଦେଖିବେ ତେବେ ଜାଣିପାରିବେ ସୁମିତ ନିଜକୁ ଆଇନକାନୁନ ହିସାବରେ ଠିକ ଦର୍ଶାଇ ନିଜର ପକ୍ଷ ରଖୁଛନ୍ତି । ଗୋଟେ କଥା ଅଧିକ କି କମ୍ କହୁନାହାନ୍ତି । ଆଇନକାନୁନ ବିଷାରଦ ତଥା ଓକିଲମାନେ ଯେଉଁ ଭାଷା ପ୍ରୟୋଗ କରନ୍ତି, ଠିକ ସେହିପରି ଭାଷା ପ୍ରୟୋଗ କରୁଛନ୍ତି ସୁମିତ ।

ଅନ୍ୟପଟେ ତପସ୍ଵିନୀଙ୍କୁ ଦେଖିଲେ ସେ ସ୍ଵାମୀ ଉପରେ ଅଭିମାନ କରିଥିବା ଜଣେ ସ୍ତ୍ରୀର ଭାଷା କହୁଛନ୍ତି ବା ନିଜ ହୃଦୟର କଥା କହୁଛନ୍ତି । ଯାହାକି ଖୁବ ପ୍ରାକୃତିକ । କାରଣ ଘୋଷା କରିଥିବା ବ୍ୟକ୍ତି ହିଁ କେବଳ ଗୋଟିଏ କଥାକୁ ଦୋହରାଏ । ଏବେ ଏମିତି କିଛି ମନକୁ ଆସୁଛି ଡାକ୍ତର ସୁମିତଙ୍କ କଥାକୁ ଶୁଣିଲେ । କାରଣ ତପସ୍ଵିନୀଙ୍କ କହିବା ମୁତାବକ ଯାହାକୁ ଓଡିଆ ଠିକ ଭାବେ ପଢି ଆସେନି ସେ କିପରି ଏତେ ବଡ ବଡ ସାହିତ୍ୟିକ ଶବ୍ଦର ପ୍ରୟୋଗ କରୁଛନ୍ତି ।

ଏବେ ପର୍ଯ୍ୟନ୍ତ ସୁମିତ ଓ ତପସ୍ଵିନୀଙ୍କ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଇତିମଧ୍ୟରେ ସୁମିତ କହିଥିବା ପ୍ରତିଟି କଥାକୁ ଆପଣ ଯଦି ଭଲରେ ଶୁଣିବେ ତେବେ ଜଣାପଡିବ କି, ସୁମିତ ଗୋଟିଏ ନିର୍ଦ୍ଧିଷ୍ଟ କଥା ବା ଲେଖାବନ୍ଧା ଘୋଷା ହିସାବରେ ଗୋଟିଏ କଥାକୁ ହିଁ ଦୋହରାଉଛନ୍ତି । ଆଉ ସେ ଯେଉଁ କଥାସବୁ କହୁଛନ୍ତି ତାହା ଗଣମାଧ୍ୟମ ଓ ଆଇନକାନୁନ ହିସାବରେ ବ୍ୟବହାର କରାଯାଏ ।

ଆପଣ ଅନେକ ସମୟରେ ସ୍ଵାମୀ-ସ୍ତ୍ରୀଙ୍କୁ ପରସ୍ପର ସହ ଝଗଡା କରୁଥିବାର ଦେଖିଥିବେ, ଯେଉଁଠାରେ ସେମାନେ ପରସ୍ପରକୁ ଆକ୍ଷେପ, ଆରୋପ ତଥା ପ୍ରତ୍ୟାରୋପ କରନ୍ତି । କିନ୍ତୁ ଏ କ୍ଷେତ୍ରରେ ତପସ୍ଵିନୀଙ୍କ ତରଫରୁ ଆରୋପ ଏବଂ ପ୍ରତ୍ୟାରୋପ ରହିଛି, କିନ୍ତୁ ସୁମିତଙ୍କ ତରଫରୁ ସେମିତି କିଛି ବି ଦେଖିବାକୁ ମିଳୁନି । କେବଳ କିଛି ନିର୍ଦ୍ଧିଷ୍ଟ କଥାକୁ ସେ ସବୁବେଳେ ଦୋହରାଇ ଆସୁଛନ୍ତି ।

ତେବେ ତପସ୍ଵିନୀ ଓ ସୁମିତଙ୍କ ମଧ୍ୟରେ କିଏ ଠିକ ଏବଂ କିଏ ଭୁଲ ଏହାର ହିସାବକିତାବ ତ କେବଳ କୋର୍ଟ କରିବେ । ଆଜି କୋର୍ଟରେ ଉଭୟଙ୍କ ଶୁଣାଣି ଥିବାବେଳେ ଗତକାଲି ନିଜ ସ୍ୱାସ୍ଥ୍ୟ ଠିକ ନଥିବା ଅଡିଓ କଲ୍ ମାଧ୍ୟମରେ ଜଣାଇଛନ୍ତି ସୁମିତ । ତେବେ ଦେଖାଯାଉ ସ୍ଵାମୀ-ସ୍ତ୍ରୀଙ୍କ ଏହି ମନୋମାଳିନ୍ୟରେ ଆଗକୁ କେଉଁ ନୂଆ ମୋଡ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।