ଖାଲି ପେଟରେ ଏହାର ସେବନ କରିଲେ ଓଜନ ଏତେ ଜଲ୍ଦି ବଢିବ ଯେ ଲୋକ ପଚାରିବାକୁ ଲାଗିବେ…

ବନ୍ଧୁମାନେ ଯଦି ଆପଣଙ୍କର ଶରୀର ପତଳା ଅଟେ କିମ୍ବା ଆପଣଙ୍କୁ ଦୁର୍ବଳତା ଅଛି ଯାହା ଦ୍ଵାରା ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡୁଛି ଏବଂ ବିଭିନ୍ନ ପ୍ରକାରର ଉପାୟ କରିବା ସତ୍ତ୍ୱେ ବି ଆପଣଙ୍କର ଏହି ସମସ୍ୟା ଦୂର ହେଉ ନାହିଁ, ତେବେ ଆଉ ଚିନ୍ତା କରନ୍ତୁ ନାହିଁ କାରଣ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଓଜନକୁ ବହୁତ ଜଲ୍ଦି ବଢାଇବ ଏବଂ ଆପଣଙ୍କର ଶରୀରକୁ ଶକ୍ତିଶାଳୀ କରିବ ।

ଆପଣମାନେ କଣ ଜାଣିଛନ୍ତି କି ଶରୀର ଦୁର୍ବଳ ଓ ପତଳା ହେବା ଆପଣଙ୍କର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଯଦି ଆପଣଙ୍କ ଖାଦ୍ୟରେ ଅଧିକ କାର୍ବୋହାଇଡ୍ରେଡ ଅଛି ତେବେ ଆପଣଙ୍କ ଶରୀରରେ ଚର୍ବି ବଢିବାକୁ ଲାଗେ ଏବଂ ଏହାର ବିପରୀତ ଆପଣଙ୍କର ଖାଦ୍ୟରେ କମ ପ୍ରୋଟିନ ଓ କମ କାର୍ବୋହାଇଡ୍ରେଡ ଯୁକ୍ତ ଥିଲେ ତେବେ ଆପଣଙ୍କୁ ସଠିକ ଭାବରେ ପ୍ରୋଟିନ ମିଳେ ନାହିଁ ଯାହା ଦ୍ଵାରା ଆପଣ ପତଳା ଦେଖା ଯାଆନ୍ତି ।

ଏହା ପରେ କେତେକ ଲୋକ ନିଜର ଓଜନ ବଢାଇବା ପାଇଁ ପ୍ରୋଟିନ ପାଉଡର ଓ ଔଷଧ ଖାଇବାକୁ ଲାଗନ୍ତି, ଯାହା ଦ୍ଵାରା ତାଙ୍କର ଓଜନ ବଢିଯାଏ କିନ୍ତୁ ଯେତେବେଳେ ସେମାନେ ଏହାକୁ ବନ୍ଦ କରି ଦିଅନ୍ତି ତେବେ ସେହି ଔଷଧ ଓ ପ୍ରୋଟିନ ପାଉଡରର ହାନିକାରକ ପ୍ରଭାବ ଆମ ଶରୀର ଉପରେ ପଡିଥାଏ ।

କିନ୍ତୁ ଯଦି ଆପଣ ଘରୋଇ ଉପାୟ ଦ୍ଵାରା ନିଜର ଓଜନକୁ ଜଲ୍ଦି ବଢାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଆମର ଏହି ଉପାୟକୁ କରନ୍ତୁ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଦୁଇ ଚାମଚ ସୋୟାବିନ ଡାଲିର ପାଉଡର, ଗୋଟିଏ ଚାମଚ ଅସ୍ଵଗନ୍ଧା ପାଉଡର, ଦୁଇ ଚାମଚ ମିଶ୍ରି ପାଉଡର ଓ ଗୋଟିଏ ଗ୍ଳାସ ଅଳ୍ପ ଗରମ କ୍ଷୀର ନିଅନ୍ତୁ । ଏହି ସମସ୍ତ ପଦାର୍ଥକୁ ଭଲ ଭାବରେ ମିଶ୍ରଣ କରିଦିଅନ୍ତୁ । ଏହାକୁ ସକାଳେ ଖାଲି ପେଟରେ ସେବନ କରନ୍ତୁ ।

ଏହା ସହିତ ଆପଣ ଦିନକୁ ୪-୫ ଲିଟର ପାଣି ପିଇବା ଦରକାର, ତେଲ ତିଆରି ଖାଦ୍ୟରୁ ନିଜକୁ ଦୂରରେ ରଖନ୍ତୁ ଏବଂ ଦିନକୁ ପ୍ରାୟତଃ ୪୦ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ । ଏହା ଆପଣଙ୍କ ଶରୀରରେ ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିବ । କାରଣ ଆମ ଶରୀରରରେ ସମସ୍ତ ପ୍ରକାରର ଖାଦ୍ୟ ହଜମ ହେଲେ ହିଁ ଏହାର ପ୍ରଭାବ ଆମ ଶରୀରର ଦେଖାଯିବ । ଏହାକୁ ଯଦି ଆପଣ ୧ ମାସ ପର୍ଯ୍ୟନ୍ତ କରୁଛନ୍ତି ତେବେ ଆପଣଙ୍କର ଓଜନ ବହୁତ ଜଲ୍ଦି ବଢିବାରେ ଲାଗିବ ।