ବୟସ୍କ ମାତା ପିତା ବୋଝ ନୁହଁନ୍ତି ସେମାନେ ଆମର ଦାୟିତ୍ଵ ହୋଇଥାନ୍ତି, ସେମାନଙ୍କୁ ଭଲ ପାଇବା ଓ ସମ୍ମାନ ନିହାତି ଦରକାର

ଗୋଟିଏ ସହରରେ ଗୋଟିଏ ପୁଅ ନିଜର ପିତା ସହିତ ରହୁଥିଲା । ଯୁବକର ମା’ର ବହୁତ ବର୍ଷ ପୂର୍ବେ ମୁର୍ତ୍ୟୁ ହୋଇଯାଇଥିଲା ସେଥିପାଇଁ ସେ ନିଜ ପିତାଙ୍କର ସେବା ନିଜେ ହିଁ କରୁଥିଲା । ପିତାଙ୍କର ବୟସ ବି ଅଧିକ ହୋଇଯାଇଥିଲା ସେଥିପାଇଁ ସେ ନିଜ କାମ ନିଜେ କରି ପାରୁନଥିଲେ । ପୁଅ ସବୁଦିନ ପିତାଙ୍କୁ ଔଷଧ ଓ ଖାଇବା ଦେଇ ଅଫିସ ଚାଲି ଯାଉଥିଲା ।

ପୁଅ ପିତାଙ୍କୁ ନେଇଗଲା ରେଷ୍ଟୁରାଣ୍ଟ

ଦିନେ ପୁଅ ନିଜ ପିତାଙ୍କୁ ଏକ ସୁନ୍ଦର ରେଷ୍ଟୁରାଣ୍ଟକୁ ନେଇଗଲା । ଖାଇବା ସମୟରେ ତାର ପିତା ବାରମ୍ବାର ଖାଦ୍ୟ ନିଜ କପଡାରେ ପକାଇଲେ । ଆଖପାଖରେ ଥିବା ସମସ୍ତ ଲୋମାନେ ଏହାକୁ ଦେଖୁଥିଲେ ।

ଅନ୍ୟ ପଟେ କିଛି ଲୋକମାନେ ଥିଲେ ଯେଉଁମାନଙ୍କୁ ଏହି ବୟସ୍କ ବ୍ୟକ୍ତିର ବ୍ୟବହାର ଉପରେ ରାଗ ଆସୁଥିଲା । ଖାଇବା ପରେ ପୁଅ ନିଜର ପିତାକୁ ବାଥରୁମକୁ ନେଇ ନିଜ ପିତାଙ୍କର ସମସ୍ତ କପଡାକୁ ବଦଳାଇ ଦେଲା, ଚେହେରା ସଫା କରିଦେଲା, ଚୁଟି କୁ କୁଣ୍ଡାଇ ଦେଲା, ଚଷମା ପିନ୍ଧାଇ ବାହାରକୁ ଆଣିଲା ।

ସମସ୍ତେ ତାଙ୍କୁ ଦେଖୁଥିଲେ । ସେହି ସମୟରେ ଜଣେ ବ୍ୟକ୍ତି କହିଲେ କି – ତୁମର ପିତା ସମସ୍ତଙ୍କ ସାମ୍ନାରେ ଖାଇବା ପକାଇ ଦେଉଥିଲେ ତଥାପି ତୁମେ କିଛି କହିଲ ନାହିଁ କାହିଁକି ? ପୁଅ କିଛି ଉତ୍ତର ଦେବା ପୂର୍ବରୁ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଉଠି କହିଲେ କି – ପୁଅ ତୁମେ କିଛି ଛାଡି ଯାଉଛ ।

ଯୁବକର କଥା ଶୁଣି ପ୍ରଭାବିତ ହୋଇଗଲେ ସେହି ବ୍ୟକ୍ତି ଜଣକ

ଯୁବକ ଜଣକ ପଛକୁ ବୁଲି ଦେଖିଲେ କି ସେ କିଛି ବି ଛାଡି ନାହାନ୍ତି । ଏହା ପରେ ସେହି ବୟସ୍କ ବ୍ୟକ୍ତି ଜଣକ କହିଲେ କି ତୁମେ ସମସ୍ତ ପୁଅମାନଙ୍କ ପାଇଁ ଗୋଟିଏ ଶିକ୍ଷା ଛାଡି ଦେଇ ଯାଉଛ । ଯାହା ଆଜି ତୁମେ ସମସ୍ତଙ୍କ ସାମ୍ନାରେ କରିଛ ସେଥିରୁ ସମସ୍ତଙ୍କୁ କିଛି ଶିଖିବା ଦରକାର ।

ଏହା ପରେ ଯୁବକ ଜଣକ କହିଲେ କି ମୋ ପିତାଙ୍କର ଏହି ବ୍ୟବହାର ଦ୍ଵାରା ମୋତେ କିଛି ଅସୁବିଧା ହୋଇ ନାହିଁ । କାରଣ ମୁଁ ଯେତେବେଳେ ଛୋଟ ଥିଲି ମୁଁ ବି ରେଷ୍ଟୁରାଣ୍ଟ ରେ ଏହିଭଳି ଭାବରେ ଖାଦ୍ୟ ପକାଇ ଦେଉଥିଲି, ମୋ କପଡା ଖରାପ ହେଇ ଯାଉଥିଲା । ସେହି ସମୟରେ ମୋ ପିତା ମୋ ଉପରେ ରାଗୁ ନଥିଲେ, ସେ ମୋତେ ଶିଖାଉଥିଲେ ଓ ମୋ କପଡାକୁ ସଫା କରି ଦେଉଥିଲେ ।

ଯୁବକର କଥା ଶୁଣି ରେଷ୍ଟୁରାଣ୍ଟ ରେ ବସି ଥିବା ସମସ୍ତେ ପ୍ରଭାବିତ ହୋଇଯାଇଥିଲେ । ଏହି ଘଟଣାଟିରୁ ଏହି ଶିକ୍ଷା ଗ୍ରହଣ କରିବା ଉଫଚିତ କି ଆମ ସମସ୍ତଙ୍କୁ ବି ନିଜ ମାତା ପିତାଙ୍କର ଧ୍ୟାନ ରଖିବା ଦରକାର ।