ଓଡିଶାରୁ ବାହାର ରାଜ୍ୟକୁ ମାଛ ପେଟିରେ ଗୋମାଂସ ଚାଲାଣ ବେଳେ ଧରି ପକାଇଲେ ଗୋସେବକ ! ଚାଲାଣକାରୀ ଉପରେ ଚଢାଉ !

ଓଡିଶାରୁ ବାହାର ରାଜ୍ୟକୁ ମାଛ ପେଟିରେ ଗୋମାଂସ ଚାଲାଣ ! ଖବର ମୁତାବିକ ରାଜ୍ୟର ନିଆଳୀ ଅଞ୍ଚଳରୁ ପେଟି ପେଟି ଗୋମାଂସ ଚାଲାଣ କରାଯାଉଛି ବୋଲି ଖବର ଆସିଛି । ତେବେ ଯେତେବେଳେ ନିଆଳିରୁ ଗାଡି ଭର୍ତ୍ତି କରି ମାଛ ପେଟି ବାହାନାରେ ସେଥିରେ ଗୋ ମାଂସ ଭରି କରି ନିଆଯାଉଥିଲା । ସେତେବେଳେ ୩ ଟି ଗାଡିରୁ ୧ ଗାଡିକୁ ଗୋସେବକ ମାନେ ଧରି ପକାଇଥିଲେ । କୌଣସି ସୂତ୍ରରୁ ଗୋସେବକ ମାନେ ଜାଣିବାକୁ ପାଇଥିଲେ ।

ଯେ ମାଛ ବାହାନାରେ ଗଦା ଗଦା ପେଟି ଗୋମାଂସ ଭର୍ତ୍ତି କରି ଭୁବନେଶ୍ବର ରେଲୱେ ଷ୍ଟେସନରୁ ବାହାର ରାଜ୍ୟକୁ ଟ୍ରେନ ମାଧ୍ୟମ ଛଡା ଯାଉଛି । ସେଥିପାଇଁ ସଙ୍ଗେ ସଙ୍ଗେ କିଛି ଲୋକ ଆସି ଗୋମାଂସ ପେଟି ଥିବା ଗାଡି  ଉପରେ ଜବତ କରିଥିଲେ । ପରେ ପରେ ଗାଡିର ଡ୍ରାଇଭର ମୁହଁରୁ ସବୁ ସତ ମଧ୍ୟ ବୋଲାଇଥିଲେ । ତେବେ ଗାଡିର ଡ୍ରାଇଭର ମଧ୍ୟ ପେଟି ମଧ୍ୟରେ ଗୋ ମାଂସ ରହିଛି ବୋଲି ସତ କହିଥିଲେ । ପରେ ଲୋକେ ଯାଇ ଦେଖିଲ ବେଳକୁ ୧ କି ୨ ନୁହେଁ ।

ବଂର ବଡ ବଡ ୧୬ ଟି ମାଛ ପେଟିରେ ଗୋମାଂସ ଚାଲାଣ ହେଉଥିଲା । ତେବେ ଏନେଇ ଲୋକଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କିଛି ଲୋକଙ୍କ କହିବା ଅନୁଯାଇ ଏ ଯାହା ବି ସବୁ ଅନୈତିକ କାର୍ଯ୍ୟ ହେଉଛି । ତା’ ପଛରେ ପ୍ରଶାସନର ମଧ୍ୟ ହାତ ରହିଛି । କାରଣ ଏତେ ସଂଖ୍ୟକ ପେଟିରେ ଅନ୍ୟ କିଛି ଜିନିଷର ନାମ କହି ଗୋମାଂସ ଭରି କରି ନେଇଯାଉଛନ୍ତି । ହେଲେ ଏ ବିଷୟରେ ପୋଲିସ କିଛି ମଧ୍ୟ ସୁରାଗ ପାଇପାରୁନାହିଁ ।

ଏଭଳି କେତେବେଳେ ମଣିଷଙ୍କୁ ମଧ୍ୟ ମାରି ପେଟିରେ ଭର୍ତ୍ତି କରି ରାଜ୍ୟ ବାହାରକୁ ଚାଲାଣ କରାଯିବ ତାହାର ମଧ୍ୟ କିଛି ପତ୍ତା ମଧ୍ୟ ମିଳିବ ନାହିଁ ବୋଲି ସାଧାରଣରେ ଦାବୀ ଉଠିଛି । ତେଣୁ ଏକ ବିଶେଷ ସୂତ୍ରରୁ ଖବର ପାଇ ଗୋସେବକ ମାନେ ଗୋଚାଲାଣକାରୀକୁ ଅଟକ ରଖି ପଚରା ଉଚରା କରିବାରେ ଲାଗିଛନ୍ତି ।

ଏଥସହ ଅଧିକ ତଦନ୍ତ ପାଇଁ ରେଲୱେ ପୋଲିସ ମଧ୍ୟ ଘଟଣା ସ୍ତଳକୁ ଆସି ଅଧିକ ପଚରା ଉଚରା କରିଯିବ । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ